ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ଅସହ୍ୟ ହେଲା ଋଣ ବୋଝ; କିସ୍ତି ଟଙ୍କା ସୁଝି ନପାରି ଜଳିଗଲେ ମହିଳା !

Published By : Rasmita Pradhan | August 12, 2025 11:03 AM

ଭୁବନ, ୧୨/୦୮ : ଅସହ୍ୟ ହେଲା ଋଣ ବୋଝ। କିସ୍ତି ଟଙ୍କା ସୁଝି ନପାରି ନିଜକୁ ନିଆଁ ଲଗାଇ ଦେଲେ ମହିଳା । ରବିବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ଭୁବନରେ ଏଭଳି ସମ୍ଵେଦନଶୀଳ ଘଟଣା ଘଟିଛି । ମହିଳାଙ୍କ ଶରୀରର ୫୦ ପ୍ରତିଶତ ପୋଡ଼ି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । 

ସୂଚନାନୁଯାୟୀ, ପୀଡ଼ିତାଙ୍କ ସ୍ଵାମୀ ଜଣେ ଡ୍ରାଇଭର୍। ଆର୍ଥିକ ଅନାଟନ ଯୋଗୁଁ ପରେ ଅନ୍ୟ ମାଲିକଙ୍କ ପାଖରେ ଟ୍ରକ୍ ଚଲାଉଛନ୍ତି। କିଛି ମାସ ହେଲା ଟ୍ରକ୍‌ରୁ ଆଉ ରୋଜଗାର ହେଉନାହିଁ। ଫଳରେ ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ଆଣିଥିବା ଋଣ ଆଉ ସୁଝି ହେଲା ନାହିଁ। ତେଣୁ ପରିବାରରେ କଳହ ଲାଗି ରହୁଥିଲା। କିସ୍ତି ଟଙ୍କା ନଦେଇପାରି ଲୋକଲଜ୍ଜା ଭୟରେ ମହିଳା ଜଣଙ୍କ ରବିବାର ରାତିରେ ଶାଢୀରେ ନିଆଁ ଲଗାଇ ଜଳି ଯାଇଥିଲେ। ମାଆକୁ ଜଳି ଯାଉଥିବା ଦେଖି ୭ ବର୍ଷର ପୁଅ ଚିତ୍କାର କରିବାରୁ ପଡୋଶୀ ଘର ଧାଇଁ ଆସି ନିଆଁ ଲିଭାଇଥିଲେ। ତାଙ୍କୁ ତୁରନ୍ତ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ଶରୀରର ୫୦ ପ୍ରତିଶତ ପୋଡ଼ି ଯାଇଛି। ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆତ୍ମାହୁତି ଏବେ ଅନୁକରଣ ବ୍ୟାଧି ପାଲଟିଛି। ବାଲେଶ୍ଵରରୁ ବରଗଡ଼, ମାସକରେ ୫ ଜଣ ଜଳିଗଲେଣି। କିଏ ଜଳି ଯାଉଛନ୍ତି ତ ଆଉ କାକାହକୁ ଜାଳି ଦେଉଛନ୍ତି। ଆତ୍ମାହୁତିକୁ ଶେଷ ବିକଳ୍ପ ବାଛୁଛନ୍ତି। ଏହି ସମ୍ଵେଦନଶୀଳ ପ୍ରସଙ୍ଗ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.