ପ୍ରମୂଖ ଖବର
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ପାଣି ଡ୍ରମ ବ୍ୟବସାୟୀଙ୍କୁ ଗଞ୍ଜେଇ ବିକ୍ରି ମହଙ୍ଗା ପଡ଼ିଲା; ଗଞ୍ଜେଇ ବ୍ୟବସାୟୀଙ୍କୁ ଟେକି ନେଲା ଛତିଶଗଡ଼ ପୋଲିସ

Published By : Gurupada Nath | June 1, 2025 5:20 PM

ଫିରିଙ୍ଗିଆ, ୧/୬ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼ ଅଂଚଳର କିଛି ଲୋକ ଗାଁଗାଁରେ ବୁଲି ପାଣି ଡ୍ରମ, ଜରି ପାଲ, ଶାଢ଼ୀ ଭଳି ବିଭିନ୍ନ ସାମଗ୍ରୀ ବିକ୍ରି କରିବାକୁ ଆସି ରୀତିମତ ଏହି ଅଂଚଳରୁ ଗଞ୍ଜେଇ ଚାଲାଣ କରି ଚାଲିଛନ୍ତି I ଏଭଳି ଘଟଣା ଅନେକ ଥର ସାମ୍ନାକୁ ମଧ୍ୟ ଆସିଛି I ଆଗରୁ ଏଭଳି ଗଞ୍ଜେଇ ଚାଲାଣ କାରି ବ୍ୟବସାୟୀ ପୋଲିସ ହାତରେ ଧରା ପଡ଼ି ଜେଲ ମଧ୍ୟ ଯାଇଥିବା ନଜର ରହିଛି I ତେବେ ଏହି ପରିପେକ୍ଷୀରେ ଏହି ଫିରିଙ୍ଗିଆ ଅଂଚଳକୁ ମଧ୍ୟପ୍ରଦେଶରୁ ପାଣି ଡ୍ରମ ବିକ୍ରି କରିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ପାଣି ଡ୍ରମ ବଦଳରେ ଗଞ୍ଜେଇ ଦେଇଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇଛି ଛତିଶଗଡ଼ ପୋଲିସ I

ତେବେ ଛତିଶଗଡ଼ ପୋଲିସ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତି ଜଣକ ଫିରିଙ୍ଗିଆ ଥାନା ଡ଼ିମିରିଗୁଡା ପଂଚାୟତ ଅଧୀନରେ ଥିବା କରେକମ୍ବା ଗାଁର ଭୂୟାଁ ଦିଗାଳ ବୋଲି ଜଣାପଡ଼ିଛି I ସୂଚନା ଅନୁସାରେ ଗତ ଜାନୁଆରୀ ମାସରେ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଥାନା ପୋଲିସ ମଧ୍ୟପ୍ରଦେଶ ରାଜ୍ୟ ଦେବାସ ଜିଲ୍ଲା ସାରଗୋୟା ଥାନା ଅଂଚଳର ଜଗଦୀଶ ଭାଟିଆ ନାମକ ଜଣେ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଥିଲେ I ଏହି ଘଟଣାରେ ଛତିଶଗଡ଼ର ଗରିଆବନ୍ଧ ଥାନାରେ ଏକ କେଶ ନଂ ୦୩/୨୦୨୫ ରେ ମାମଲା ମଧ୍ୟ୍ୟ ରୁଜୁ ହୋଇଛି I ତେବେ ଗିରଫ ଅଭିଯୁକ୍ତ ଜଣକ ଜବତ ଗଞ୍ଜେଇ କୁ ଫିରିଙ୍ଗିଆ ଥାନା କରିକାମ୍ବା ଗାଁର ଭୂୟାଁ କହଁର ଠାରୁ କିଣିଥିବା ପୋଲିସକୁ ସୂଚନା ଦେଇଥିଲା I 

ଅଭିଯୁକ୍ତର ବୟାନ ଆଧାରରେ ଭୂୟାଁ କହଁର ନାଁରେ ଛତିଶଗଡ଼ ପୋଲିସ ଏକ ମାମଲା ରୁଜୁ କରି ରବିବାର ସକାଳୁ ଛତିଶଗଡ଼ ପୋଲିସର ଚାରିଣିଆ ଏକ ଟିମ ଫିରିଙ୍ଗିଆ ପୋଲିସର ସହାୟତାରେ ଭୂୟାଁକୁ ତାର ନିଜ୍ ଗାଁସ୍ଥିତ ଘରୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ I ଏହି ଘଟଣା ଏବେ ଫିରିଙ୍ଗିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ବାହାର ରାଜ୍ୟରୁ ବିଭିନ୍ନ ସାମଗ୍ରୀ ଧରି ଗାଁଗାଁ ବୁଲି ବ୍ୟବସାୟ କରିବା ବାହାନାରେ ଗଞ୍ଜେଇ ଚାଲାଣ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଡ଼ା ନଜର ରଖିବା ସହ ଏମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଂଚଳର ବରିଷ୍ଠ ସମାଜସେବୀ ଜନସାଧାରଣ ଦାବି କରିଛନ୍ତି I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.