ଫିରିଙ୍ଗିଆ ୦୨/୦୬ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡୀଙ୍ଗିଆ ଠାରେ ଥିବା ୧୩୬ ବାଟାଲିୟନ ବିଏସଏଫ କ୍ୟାମ୍ପ ତରଫରୁ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଏକ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ବିଏସଏଫ ଆସିଷ୍ଟାଣ୍ଡ କାମାଣ୍ଡେଣ୍ଟ ଅକ୍ଷୟ ସି କୁମାରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସାଡୀଙ୍ଗିଆ ସରପଞ୍ଚ ଲୁସନା କହଁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟ୍ୟରେ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I ପ୍ରତିଯୋଗିତାଟି ସାଡୀଙ୍ଗିଆ ବନଜ୍ୟୋତି କ୍ଳବ ଓ ବିଏସଏଫ ଟିମ ମଧ୍ୟ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ୦୨/୦୧ରେ ବନଜ୍ୟୋତି କ୍ଳବକୁ ହରାଇ ବିଏସଏଫ ଟିମ ଚାମ୍ପିୟନ ହୋଇଥିଲା I କାର୍ଯ୍ୟକ୍ରମ ଶେଷରେ ଅତିଥି ମାନେ ଉଭୟ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ I ତେବେ ଅଂଚଳର ଜନସାଧାରଣ ମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଓ ଅଂଚଳର ଯୁବ ପିଢ଼ି ମାନଙ୍କୁ ଖେଳପ୍ରତି ଆକୃଷ୍ଟ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଥିବା ବିଏସଏଫ ବାହିନୀ ତରଫରୁ ସୂଚନା ଦିଆଯାଇଛି I

ବିହାରରେ ୩ଟି ପର୍ଯ୍ୟାୟରେ ହୋଇପାରେ ବିଧାନସଭା ନିର୍ବା...