ପ୍ରମୂଖ ଖବର
  • ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବ ସୁନ୍ଦର
  • ||
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ଭଙ୍ଗା ଦଦରା ଘରେ ଚାଲିଛି ଗୋଚ୍ଛାପଡ଼ା ପ୍ରାଣୀ ଚିକିତ୍ସାଳୟ କାର୍ଯାଳୟ, ନୂତନ ଗୃହ ନିର୍ମାଣ ଆରମ୍ଭରୁ କାମ ଛାଡି ଚାଲିଗଲେ ଠିକାଦାର...

Published By : Ladu Kishor | June 2, 2025 8:41 PM

ଫିରିଙ୍ଗିଆ ୨/୬ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ପ୍ରାଣୀ ସମ୍ପଦ ଚିକିତ୍ସା ସେବା ବର୍ତମାନ ବିପଦରେ । ବ୍ଲକରେ ଥିବା ମୁଖ୍ୟ ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ ଭଙ୍ଗା ଦଦରା ଅବସ୍ଥାରେ ପଡିରହିଥିବା ବେଳେ ବ୍ଲକର ଗୋଚ୍ଛାପଡ଼ା, ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ ମଧ୍ୟ ଦୟନୀୟ ଅବସ୍ଥାରେ ଗତି କରୁଛି l ଏହି ଗୋଛାପଡା ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ଗୃହ   କାର୍ଯ୍ୟାଳୟ କାହିଁ କେଉଁ କାଳରୁ ନିର୍ମାଣ କରାଯାଇଥିବା ବେଳେ ପାଞ୍ଚରୁ ଅଧିକ ଥର ମରାମତି କରାଯାଇଛି l ବର୍ତମାନ ପରିସ୍ଥିତିରେ କାର୍ଯ୍ୟାଳୟ ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି । ଛାତ ଉପରେ ଜରି ପାଲ ଦେଇ କାର୍ଯ୍ୟାଳୟ ଚାଲିଥିବା ଦେଖିବାକୁ ମିଳିଛି । ଘର ଭିତରେ ସରକାରୀ କାଗଜ ପତ୍ର ଓ ଗଡ଼ରେଜ ମଧ୍ୟ ଜରି ପାଲ ଘୋଡାଇ ରଖାଯାଇଛି । ସେହିପରି ଚତୁର୍ପାଶ୍ୱ କାନ୍ଥ ଭାଙ୍ଗି ବିପଦପୂର୍ଣ୍ଣ ଭାବରେ ଫାଟି ଆଁ କଲାଣି । ଯାହାଦ୍ୱାରା କାର୍ଯ୍ୟାଳୟ ଭିତରେ ପଶିବା ମଧ୍ୟ ଜୀବନ ପ୍ରତି ବିପଦ ପୂର୍ଣ୍ଣ ରହିଛି l ତଥାପି ଜୀବନକୁ ବାଜି ଲଗାଇ କାର୍ଯ୍ୟାଳୟର ଭିଏସ ସ୍ୱସ୍ତିକ ପାଣିଗ୍ରାହୀ, ସହାୟିକା ସଶ୍ମିତା ପୃଷ୍ଟିଙ୍କ ସହ କାର୍ଯ୍ୟାଳୟର କର୍ମଚାରୀ ବହୁ ଅସୁବିଧାରେ ବିପଦପୂର୍ଣ୍ଣ ଭାବରେ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି l

ବର୍ତମାନ ବିଭାଗୀୟ ଅଧିକାରୀ ହେଉ କି ସରକାର ପ୍ରାଣୀ ସମ୍ପଦ ସୁରକ୍ଷାକୁ ଗୁରୁତ୍ୱ ଦେଉ ନଥିବାରୁ ବିପଦରେ ପ୍ରାଣୀ ସମ୍ପଦ ଓ କାର୍ଯ୍ୟାଳୟ କର୍ମଚାରୀ l ଅନ୍ୟପଟେ ଗତ ୨୨ - ୨୩ ମସିହାରେ ଗୋଚ୍ଛାପଡ଼ା ଠାରେ ପାଖାପାଖି ୧ କୋଟି  ଟଙ୍କା ବ୍ୟୟରେ ପ୍ରାଣୀ ସମ୍ପଦ ବିଭାଗର କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ବ୍ୟୟ ବରାଦ ହେବା ସହ ଏହି କାର୍ଯ୍ୟକୁ ଜଣେ ଠିକାଦାରକୁ ଦିଆ ଯାଇଥିଲେ ମଧ୍ୟ ଠିକାଦାର କେବଳ କାମ ଆରମ୍ଭ କରି କେତୋଟି ପିଲର ଠିଆ କରି କାମ ଛାଡି କେଉଁ ଆଡେ ଉଭାନ ହୋଇଯାଇଛନ୍ତି । ଏହି ଘଟଣାରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି କନ୍ଧମାଳ ଜିଲ୍ଲାପାଳ ଦୃଷ୍ଟି ଦେଇ ଠିକାଦାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ କାର୍ଯ୍ୟାଳୟ ଗୃହ କୋଠା ନିର୍ମାଣ କରାଇବା ବ୍ୟବସ୍ଥା କଲେ ଏହାର ସମାଧାନ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.