ପ୍ରମୂଖ ଖବର
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ଜାତୀୟ ରାଜପଥରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା: ମିଳିଲା ପରିଚୟ, ମୃତ ଯୁବକ ଜଣେ ଏଏସ୍‌ଆଇ

Published By : Swapna Ray | June 1, 2025 2:23 PM

କଳାହାଣ୍ଡି, ୧।୬: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଜାତୀୟ ରାଜପଥ ୨୬ ଉପରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଘଟଣା । ବର୍ତ୍ତମାନ ଯୁବକଙ୍କ ପରିଚୟ ଜଣାପଡ଼ିଛି । ଯୁବକ ଜଣକ ଜଣେ ଏଏସ୍‌ଆଇ ହୋଇଥିବା ବେଳେ ତାଙ୍କ ନାଁ ପବିତ୍ର ଗୋଲାପି ଓ ଘର କୋରାପୁଟ ଜିଲ୍ଲାରେ ବୋଲି ସୂଚନା । ମୃତ ଏଏସ୍‌ଆଇ ପବିତ୍ର ଗୋଲାପି କଳାହାଣ୍ଡି ଜିଲ୍ଲା କେଗାଁ ଥାନାରେ କାର୍ଯ୍ୟରତ ଥିଲେ ପରେ ନିଲମ୍ବିତ ହୋଇ ଭବାନୀପାଟଣା ରିଜର୍ଭ ପୁଲିସ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ ।     

ଘଟଣାସ୍ଥଳରେ ଅତିରିକ୍ତ ଏସପି ଓ ତାଙ୍କ ଟିମ୍ ସହିତ ତଦନ୍ତ ଆରମ୍ଭ କରିଛନ୍ତି । ଏପଟେ ମୃତ ଏଏସ୍‌ଆଇଙ୍କ ସାନଭାଇ ନରେନ୍ଦ୍ର ଗୋଲାପି ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବା ଗଣମାଧ୍ୟମକୁ କହିଛନ୍ତି । ଅର୍ଦ୍ଧ ଦଗ୍ଧ ଶବକୁ ପୋଲିସ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିବା ବେଳେ ପରିବାର ବର୍ଗ ମଧ୍ୟ କୋରାପୁଟରୁ ଆସି ପହଞ୍ଚିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.