ନବରଙ୍ଗପୁର,୨/୬: କୃଷି ବିଭାଗ ପକ୍ଷରୁ ବିହନ ଓ ସାର ଦୋକାନ ଉପରେ ଚଢ଼ାଉ କରାଯାଇଛି। ନବରଙ୍ଗପୁର ବ୍ଳକ ଓ ନବରଙ୍ଗପୁର ସହରର ୧୦ଟି ସାର ଓ ବିହନ ଦୋକାନ ଉପରେ ଜିଲ୍ଲାସ୍ତରୀୟ ନିରୀକ୍ଷଣ ଟିମ୍ ଚଢାଉ କରି ୩ ଜଣଙ୍କ ଲାଇସେନ୍ସ ନିଲମ୍ବନ କରିବାକୁ ଟିମ୍ ସୁପାରିସ କରିଛି। ସେହିଭଳି ହିର୍ଲିଡଙ୍ଗରୀ ସ୍ଥିତ ନୀଳକଣ୍ଠେଶ୍ବର ଟ୍ରେଡିଙ୍ଗରେ ଵେଆଇନ ଭାବେ ଉଇଲଗ୍ରୋ କମ୍ପାନୀର ୫୦ ବ୍ୟାଗ ମକା ଵିହନ ଵ୍ୟାଗ ଓ ୨୦ ବ୍ୟାଗ ଶଙ୍କର ଧାନ ବିହନକୁ ଜଵତ କରାଯାଇଛି। ଜଵତ ବିହନର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ଜିଲ୍ଳା କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ କହିଛନ୍ତି। ଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶରେ ନବରଙ୍ଗପୁର ତହସିଲଦାର କୈଳାଶ ଚନ୍ଦ୍ର ତ୍ରିପାଠୀ, କୃଷି ଜିଲ୍ଲା ଅଧିକାରୀ କନୀଲ ପ୍ରହରାଜ, ବ୍ଳକ କୃଷି ଅଧିକାରୀ ଅଭିଜିତ ପ୍ରଧାନ, ପ୍ରଜ୍ଞା ଲିପି ପୂଜାରୀ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ ।

ବିହାରରେ ୩ଟି ପର୍ଯ୍ୟାୟରେ ହୋଇପାରେ ବିଧାନସଭା ନିର୍ବା...