ପ୍ରମୂଖ ଖବର
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ନିସଙ୍ଖପୂର ଗାଁରୁ ଝରକା ଗ୍ରିଲ୍ ଭାଙ୍ଗି ୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନାଗହଣା ଲୁଟ୍, ଆତଙ୍କିତ ଗାଁ ଲୋକେ

Published By : Swapna Ray | June 1, 2025 3:25 PM

ହାଟଡିହି, ୧।୬: ଆନନ୍ଦପୁର ଉପଖଣ୍ଡରେ ଗୋଟିଏ ପରେ ଗୋଟିଏ ଲୁଟ୍ ବଢ଼ି ଚାଲିଛି । ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଶନିବାର ରାତିରେ ନନ୍ଦିପଦା ଥାନା ନିସଙ୍ଖପୂର ଗ୍ରମରେ ବିଳମ୍ୱିତ ରାତିରେ ଝରକା ଗ୍ରିଲ ଭାଙ୍ଗି ପାଖାପାଖି ୫ଲକ୍ଷ ଟଙ୍କାର ସୁନା, ରୂପା ଅଳଙ୍କାର ଲୁଟହୋଇଥିବା ଅଭିଯୋଗ ହୋଇଛି । 

ସୂଚନାନୁସାରେ, ବାସୁଦେବ ଖୁଣ୍ଟିଆଙ୍କ ପରିବାର ଲୋକେ ଶନିବାର ରାତିରେ ନିକଟରେ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିଲେ । ସାଢେ଼ ଗୋଟାଏରୁ ୨ଟା ଭିତରେ ଫେରିବା ବେଳକୁ ଘରୁ ଚୋରି ହୋଇ ସାରିଥିଲା । ଲୁଟେରାମାନେ ଘରର ଝରକା ଗ୍ରିଲ ଭାଙ୍ଗି ଭିତରେ ପସି ଆଲାମିରା ଭିତରେ ଥିବା ସୁନା, ରୂପା ଅଳଙ୍କର ଓ କିଛି ନଗଦ ଟଙ୍କା ଲୁଟି ନେଇଛନ୍ତି । ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରାଯାଇଛି । ପୁଲିସ ପ୍ରାଥମିକ ତଦନ୍ତ ଜାରି ରଖିଛି । କିଛିଦିନ ଭିତରେ ଗୋଟିଏ ପରେ ଗୋଟିଏ ଚୋରି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ପୁଲିସ ଗୋଟିଏ ବି ଲୁଟ୍‌ର ରହସ୍ୟ ଭେଦିପାରୁନି ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.