ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ବର୍ଷାରେ ଫସଲ ନଷ୍ଟ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ; ବିପର୍ଯ୍ୟସ୍ତ ଲୋକଙ୍କୁ ମିଳିବ କ୍ଷତିପୂରଣ ରାଶି

Published By : Bijay Swain | May 30, 2025 7:59 PM

ସମ୍ବଲପୁର,୩୦|୫(ବ୍ୟୁରୋ): ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ବର୍ଷାରେ ଫସଲ ନଷ୍ଟ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଭିଡିଓ କନଫେରେସିଂ ମାଧ୍ୟମରେ ସମୀକ୍ଷା ବୈଠକ। ଏଥିରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କୃଷି ସଚିବ ଅରବିନ୍ଦ ପାଢ଼ୀ ଏବଂ ଆଞ୍ଚଳିକ ପାଣିପାଗ ନିର୍ଦେଶକ ମନୋରମା ମହାନ୍ତି ଉପସ୍ଥିତ ଥିଲେ।

ଅଦିନିଆ ବର୍ଷାରେ ଅନେକ ଫସଲ ନଷ୍ଟ ହୋଇଛି। ବଲାଙ୍ଗୀର ଓ ନୂଆପଡାରେ ଏନେଇ ଅଧିକ କ୍ଷୟକ୍ଷତି ହେଇଛି। ଏହା ସହ ଅନ୍ୟାନ୍ୟ ଜିଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଯେପରି କୌଣସି ବ୍ୟକ୍ତି କ୍ଷତିପୂରଣରୁ ବଞ୍ଚିତ ନ ହେବେ, ସେଥିପାଇଁ ରାଜ୍ୟ ସରକାର ତତ୍ପର ଅଛନ୍ତି। ଯାହାର ଘର ଭାଙ୍ଗିଛି ପ୍ରଥମ ପର୍ଯ୍ୟାୟରେ ତାଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାର ପଲିଥିନ ପହଁଚିବା ଆବଶ୍ୟକ ରହିଛି ଓ ପ୍ରାକୃତିକ ବିପର୍ଯ୍ୟୟର ୩ ଦିନ ମଧ୍ୟରେ ସମସ୍ତ ରିପୋର୍ଟ ଆସିବା ଲାଗି ସମସ୍ତ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଚତୁର୍ଥ ଦିନ ହିଁ ସମସ୍ତ ହିତାଧିକାରୀଙ୍କୁ ଟଙ୍କା ଦିଆଯାଉଛି। ଯେଉଁଠି ଅଧିକ କ୍ଷୟକ୍ଷତି ହେଇଛି ତାର ନିକଟବର୍ତ୍ତୀ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ମଧ୍ୟ କ୍ଷୟକ୍ଷତି ଆକଳନ କରିବା ପାଇଁ ନିୟୋଜିତ କରାଯାଉଛି। 

ଡିସେମ୍ବରରୁ ଜୁନ ପର୍ଯ୍ୟନ୍ତ ହେଉଥିବା ଅଦିନିଆ ବର୍ଷାରେ ମଧ୍ୟ ହିତାଧିକାରୀଙ୍କୁ ଟଙ୍କା ଦିଆ ଯିବ। ଓଡ଼ିଶାରେ ବିଜୁଳିରେ ଅଧିକ ମୃତ୍ୟୁ ହେଉଥିବାରୁ ଜଙ୍ଗଲ ବିଭାଗକୁ ୬ କୋଟି ଟଙ୍କା ଦିଆଯାଇଛି। ଅଧିକରୁ ଅଧିକ ତାଳ ଗଛ ଲଗାଗଲେ ବିଜୁଳିର ପ୍ରକୋପ କମିବ। ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଯେକୌଣସି କ୍ଷୟକ୍ଷତି ହେବ ସମସ୍ତଙ୍କୁ କ୍ଷତି ପୂରଣ ଦିଆଯାଉଛି। ମୌସୁମୀ ପହଁଚୁ ପହଁଚୁ ଏହି ସମୀକ୍ଷା ବୈଠକ କରାଯାଇଛି। ରାଜସ୍ୱ ବିଭାଗ ପାଖରେ ପର୍ଯ୍ୟାପ୍ତ ପରିମାଣର ଅର୍ଥରାଶି ରହିଛି। ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ରିପୋର୍ଟ ମଗାଯାଇଛି। କେହି ବି କ୍ଷତି ପୂରଣରୁ ବଞ୍ଚିତ ହେବେ ନାହିଁ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.