ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

Published By : Prameya | March 16, 2025 9:12 PM

ଚନ୍ଦାହାଣ୍ଡି,୧୬।୩ (ଆ ପ୍ର )-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନ  ଭୋଜପୁର ଗ୍ରାମରେ ମରଣାନ୍ତକ ଆକ୍ରମଣରେ ଜଣେ ଯୁବକ ଗୁରୁତର  ହୋଇଛି। ଗୁରୁତର ଯୁବକ ଜଣକ ହେଲେ   ଗୋପାଳ ଜଗତ (୩୪) ।

ଦିବ୍ୟାଙ୍ଗ  ଯୁବକ ଗୋପାଳ ଜଗତଙ୍କ  ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ  ଗତ ୧୩ ତାରିଖରେ   ତାଙ୍କ ଗ୍ରାମର ଜଣେ ବ୍ୟକ୍ତିଙ୍କ   ଭଉଣୀ ଘର ଝରିଗାଁ ଥାନା ଅଧିନ କଂଗ୍ରା ଗ୍ରାମକୁ  ଏକ ସାମାଜିକ କାର୍ଯ୍ୟକ୍ରମକୁ ଯାଇ ଥିଲେ l ସେଠାରେ ଭୋଜି ଭାତ ଖାଇବା ସହ ଗୋପାଳ ଜଗତ,   କୃଷ୍ଣ ଚନ୍ଦ୍ର ଶଗଡିଆ (୩୦) ଏବଂ ଉମା ଶଙ୍କର ଶଗଡିଆ ( ୩୦) ମଦ ପିଇଥିଲେ।  ସାମାଜିକ କାର୍ଯ୍ୟକ୍ରମ ସରିବା ପରେ  ଏକ ପିକ ଅପ ଭ୍ୟାନରେ  ନିଜ ଗାଁ ଭୋଜପୁରକୁ ଫେରିବା ସମୟରେ କୌଣସି କାରଣକୁ ନେଇ ଗୋପାଳ, କୃଷ୍ଣ, ଏବଂ ଉମାଶଙ୍କରଙ୍କ ମଧ୍ୟରେ ବଚସା ହୋଇଥିଲା l   ଏହାକୁ ସାଙ୍ଗରେ ଥିବା ଲୋକେ ବୁଝା ସୁଝା କରି ୩ ଜଣଙ୍କୁ ଶାନ୍ତ କରିଥିଲେ l  ତଥାପି ସେମାନଙ୍କ ରାଗ ଶାନ୍ତି ହୋଇ ନ ଥିଲା l ଗ୍ରାମକୁ ଆସି ସେମାନଙ୍କ ମଧ୍ୟ ରେ ଆହୁରି ବଚସା ହେବାରୁ  ଏହା ଉଗ୍ର ରୂପ ନେବା ସହ କୃଷ୍ଣ ଏବଂ ଉମାଶଙ୍କର ଗୋପାଳକୁ  ମାଡ଼ ମାରିବା ସହ ପାଖରେ ଥିବା ବିଲ ରେ ଫିଙ୍ଗି ଦେଇ ଥିଲେ l ଖବର ପାଇ ଗୋପାଳଙ୍କ ସ୍ତ୍ରୀ ସବିତା ଜଗତ ଏବଂ ପରିବାର ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରିଥିଳେ l କୃଷ୍ଣ ଏବଂ ଉମା ଙ୍କ ନାମରେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ଦେଇ ଥିଲେ l   ଚନ୍ଦାହାଣ୍ଡି ଥାନାରେ ଏକ ମମଲା ରୁଜ୍ଜୁ ହୋଇଥିଲା।  ଦୁଇ ଜଣ ଯୁବକ ଙ୍କୁ ଥାନା କୁ ଆଣି l ନୋଟିସ ଦେଇ ଛାଡି ଦେଇ ଥିବା ନେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲର୍ସ  ପ୍ରକାଶ କରିଛନ୍ତି l   ଡାକ୍ତର ସାର୍ଟେଫିକଟ ଦେବା ପରେ   ଅଧିକା   ପଦକ୍ଷେପ ନିଆ ଯିବ ବୋଲି  ସେ ସୂଚନା ଦେଇଛନ୍ତି l  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.