ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଅନ୍ତଦ୍ୟୋୟ ଗୃହ ଯୋଜନାର ଶୁଭାରମ୍ଭ

Published By : Prameya | March 30, 2025 8:57 PM

ଚନ୍ଦାହାଣ୍ଡି, ୩୦।୩  : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବିଡିଓ ସୁକାନ୍ତ କୁମାର ପଟ୍ଟନାୟକଙ୍କ  ତତ୍ୱାବଧାନରେ ଚନ୍ଦାହାଣ୍ଡି  ବ୍ଲକ ପରିସରରେ ଅନ୍ତଦ୍ୟୋୟ ଗୃହ ଯୋଜନାର ଶୁଭାରମ୍ଭ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ   ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ  ଚନ୍ଦାହାଣ୍ଡି ତହସିଲଦାର  ସହଦେଵ କୂତୃକା, ଡାକ୍ତର ରୁଦ୍ରପ୍ରସାଦ ଗୌଡ଼, ଜିଲ୍ଲା ପରିଷଦ ଜୋନ ୧ ସଭ୍ୟା ବର୍ଷାରାଣୀ ପଟେଲ, ଜୋନ ୨ ବର୍ଷାରାଣୀ ପଟେଲ,  ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ସମାଜସେବୀ ବସନ୍ତ ମାଝି, ଅକାଳୁ ଜାଳି, ଭରତ ବାଘ ଭୋଦେବ ବାଘ ମୋହନ ନାୟକ ମଧୁସୂଦନ ନାଗେଶ ପ୍ରଭାତ ସୁନା ପ୍ରମୁଖ ଉପସ୍ଥିତ ଥିଲେ l

ଲୋକଙ୍କ ମନୋରଞ୍ଜନ  ସକାଶେ    ଜୁନାପାଣି ଆଶ୍ରମ ବିଦ୍ୟାଳୟର ଶିକ୍ଷୟତ୍ରୀ ଭାନୁମତୀ ମହାରଣାଙ୍କ ଦ୍ୱାରା ନିର୍ଦେଶିତ ଛାତ୍ରୀ ଙ୍କ ଦ୍ୱାରା ଘୁମୁରା ନୃତ୍ୟ ପରିବେଷଣ କରଯାଇ ଥିଲା l ଭିଡିଓ ସୋ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନକିବାତରେ  କେନ୍ଦ୍ରର ବିଭିନ୍ନ ଯୋଜନା, ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କଳାହାଣ୍ଡି ଗସ୍ତ ଏବଂ ତାଙ୍କ ଅଭିଭାଷଣ ଲୋକେ ଶୁଣି ଥିଲେ l   ଏହା ପରେ ଚନ୍ଦାହାଣ୍ଡି ବ୍ଲକ ରେ  ୮୯ ଟି ଅନ୍ତଦ୍ୟୋୟ ହିତାଧିକାରୀ ମାନଙ୍କୁ କାର୍ଯ୍ୟଦେଶ ବଣ୍ଟନ କରାଯାଇ ଥିଲା l କାର୍ଯ୍ୟକ୍ରମ କୁ  ପାନାବେଡା ଯୁକ୍ତ ୨ ଅଧ୍ୟକ୍ଷ ନଳିନୀ କୁମାର ଦାସ ପରିଚାଳନା କରିଥିବା  ବେଳେ ବିପିସି  ଦୁର୍ଯ୍ୟଧନ ନାୟକ ସହଯୋଗ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ  ଜିପିଡିଓ ବାନାମ୍ବର ଦାଶ, ଡବ୍ଲ୍ୟୁଇଓ ସୁବ୍ରତ କୁମାର ପରିଡା, ଏଫଇଓ  ଭାବଗ୍ରାହୀ ନାୟକ, ବିଏସଏସଓ ଏଲିଜାବେଥ ଗରୋଡା,  ବିପିସି ( ମିଶନ ଶକ୍ତି ) ବନମାଳୀ ଖୋସଲା, କନିଷ୍ଠ ଯନ୍ତ୍ରୀ   ରାଜୀବ ଲୋଚନ ଧଳ, ସହକାରୀ ଯନ୍ତ୍ରୀ ଭଗବାନ ବେହେରା,  ସମସ୍ତ ପିଇଓ   ସମିତି ସଭ୍ୟ ସଭ୍ୟା ସରପଞ୍ଚ,  ଏବଂ  ଅଙ୍ଗନୱାଡି କର୍ମୀ  ବିଏଲଏଫ, ଜିପିଏଲଏଫ ସହ ସ୍ୱୟଂ ସହାୟିକା ଗୋଷ୍ଠୀ ଆଶାକର୍ମୀମାନେ ଉପସ୍ଥିତ ଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.