ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ସରିଲା ଖରିଫ ମଣ୍ଡି , ୨୫ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ

Published By : Prameya | March 28, 2025 11:02 PM

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଖରିଫ ଧାନମଣ୍ଡି ସରିଛି। ଜିଲ୍ଲାର ବିଭିନ୍ନ ମଣ୍ଡିରୁ ୨୪ ଲକ୍ଷ ୯୩ ହଜାର ୪୪୪ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ମାତ୍ର ୫୪ ଚାଷୀଙ୍କ ଟୋକନ୍‌ ରଦ୍ଧ ହୋଇ ଯାଇଛି। ରଦ୍ଧ ଟୋକନ୍‌ ନବୀକରଣ ପାଇଁ ବିଭାଗୀୟ କାର୍ଯ୍ୟାଳୟକୁ ପଠାଯାଇଛି। 

ଟୋକନ୍‌ ନବୀକରଣ ହେଲେ ଏହି ଚାଷୀମାନଙ୍କ ପାଖରୁ ଧାନ କିଣାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ କହିଛନ୍ତି। ଜିଲ୍ଲାରେ ଚଳିତ ଖରିଫ୍‌ ମଣ୍ଡି ପାଇଁ ୨୫ ଲକ୍ଷ ୭୬ ହଜାର ୮୧୯ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇ ଥିଲା। ସେଥି ମଧ୍ୟରୁ ପ୍ରାୟ ୨୫ ଲକ୍ଷ କୁଇଣ୍ଟାଲ ଧନ ସଂଗ୍ରହ କରାଯାଇଛି । ମୋଟ ୪୨ ହଜାର ୪୧୧ ଯୋଗ୍ୟ ଚାଷୀଙ୍କ ମଧ୍ୟରୁ ୪୦ ହଜାର ୩୫୯ ଚାଷୀଙ୍କ ଠାରୁ ଏହା ଧାନ କିଣା ଯାଇଛି। 

ବର୍ତ୍ତମାନ ସୁଦ୍ଧା ୪୦ ହଜାର ୧୭୮ ଚାଷୀଙ୍କ ଆକାଉଣ୍ଟକୁ ସରକାର ୫୬୮ କୋଟି ୫୬ ଲକ୍ଷ ୩୪ ହଜାର ୩୮୫ ଟଙ୍କା ପୈଠ କରିଛନ୍ତି। ବଳକା ୧୮୧ ଚାଷୀଙ୍କ ଆକାଉଣ୍ଟକୁ ଖୁବ୍‌ଶୀଘ୍ର ଟଙ୍କା ଦିଆଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ଖରିଫ ଋତୁରେ ୪୨ ହଜାର ୪୧୧ ଚାଷୀଙ୍କ ମଧ୍ୟରୁ ୨ ହଜାର ୫୨ ଚାଷୀ ମଣ୍ଡିକୁ ଧାନ ଆଣି ନାହାନ୍ତି। ସେଥି ମଧ୍ୟରୁ ମାତ୍ର ୫୪ ଚାଷୀଙ୍କ ଟୋକନ୍‌ ରଦ୍ଧ ହୋଇ ଥିଲା। ଟୋକନ୍‌ ନବୀକରଣ ପରେ ସେମାନଙ୍କ ପାଖରୁ ଧାନ ସଂଗ୍ରହ କରାଯିବ ବୋଲି ବିଭାଗ କହିଛି। ଅନ୍ୟପକ୍ଷେ ରବି ଋତୁ ପାଇଁ ଚାଷୀଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.