ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ବିରିଗୁଡ଼ା ଭତ୍ରାସାହିରେ ପାଣି ସମସ୍ୟା , ଗୋଟିଏ ନଳକୂଅରେ ନିର୍ଭର ୮୦ ପରିବାର

Published By : Prameya | March 30, 2025 11:10 PM

ପାପଡ଼ାହାଣ୍ଡି,୩୦ା୩(ଆପ୍ର): ତାତି ଯେତିକି ବଢୁଛି, ଭୂତଳ ଜଳସ୍ତର ସେତିକି କମିବାରେ ଲାଗିଛି । ଏହି କାରଣରୁ କୂଅ, ନଳକୂଅ, ନାଳ ଓ ପୋଖରୀ ଶୁଖିବାରେ ଲାଗିଛି । ଏଥିଯୋଗୁ ପାପଡ଼ାହାଣ୍ଡି ବ୍ଲକ୍‌ ଡେଙ୍ଗାଗୁଡ଼ା ପଞ୍ଚାୟତ ବିରିଗୁଡ଼ା ଭତ୍ରା ସାହିରେ ଖରା ଆରମ୍ଭରୁ ପାନୀୟଜଳ ସମସ୍ୟା ଦେଖାଦେଇଛି । ଏଠାରେ ଥିବା ଗୋଟିଏ ନଳକୂଅ ଉପରେ ନିର୍ଭର କରୁଛନ୍ତି ୮୦ ପରିବାର । ଆବଶ୍ୟକ ପାଣି ମିଳୁନଥିବାରୁ ଡହଳବିକଳ ହେଉଛନ୍ତି ସାହିବାସିନ୍ଦା । ସାହିରେ ଆଉ ଏକ ନଳକୂଅ ଖୋଲିବା ପାଇଁ ସେମାନେ ଦାବି କରିଛନ୍ତି । 

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସାହିରେ ବିଭିନ୍ନ ସଂପ୍ରଦାୟର ୮୦ ପରିବାର ରହୁଛନ୍ତି । ଲୋକସଂଖ୍ୟା ୨୫୦ରୁ ଅଧିକ । ଶତାଧିକ ଲୋକଙ୍କ ପାଇଁ ଏଠାରେ ଗୋଟିଏ ନଳକୂଅ ରହିଛି । ଖରା ଆରମ୍ଭ ହୋଇଯାଇଥିବାରୁ ଭୂତଳ ଜଳସ୍ତର କମିଯାଇଛି । ଏହି କାରଣରୁ ଶତାଧିକ ଲୋକଙ୍କ ପାଇଁ ନଳକୂଅର ପାଣି ନିଅଣ୍ଟ ପଡୁଛି । ରାତିରେ ପାହିଲେ ନଳକୂଅ ନିକଟରେ ମହିଳାଙ୍କ ଭିଡ଼ ଲାଗୁଛି । ଦୀର୍ଘ ସମୟ ଅପେକ୍ଷା କରିବା ପରେ ବହୁ ଗୋଟିଏ ହାଣ୍ଡି ପାଣି ମିଳୁଛି । ଅତ୍ୟଧିକ ବ୍ୟବହାର ଯୋଗୁ ନଳକୂଅରୁ ଗୋଳିଆ ଓ ଲୌହଗୁଣ୍ଡ ମିଶ୍ରତ ପାଣି ବାହାରୁଛି । ଯାହାକି ପିଇବା ଉପଯୋଗୀ ନୁହେଁ, ତଥାପି ବିକଳ୍ପ ନଥିବାରୁ ସେମାନେ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷରେ ପୋଖରୀ, ନାଳ ଶୁଖିଯାଇଛି । ଆଗରୁ ଆହୁରି ତାତି ବଢିବ । ଏହାକୁ ନେଇ ସେମାନେ ଚିନ୍ତାରେ ପଡ଼ ିଛନ୍ତି । ପାଣି ସମସ୍ୟାର ସମାଧାନ ପାଇଁ ସାହିରେ ଆଉ ଏକ ନଳକୂଅ ଖୋଳାଯାଉ ନହେଲେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବା ପାଇଁ ପ୍ରଶାସନ ପାଖରେ ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.