ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ନିଜକୁ ୬୭ ବର୍ଷୀୟ ବୃଦ୍ଧ ସଜାଇ କାନାଡା ଯିବାକୁ ଚାହୁଁଥିଲେ ଯୁବକ, ମାଡ଼ି ବସିଲେ ଏୟାରପୋର୍ଟ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ମୁହଁରେ ଧଳା ରଙ୍ଗର ଦାଢ଼ି ଏବଂ ମୁଣ୍ଡର ଚୁଟି ବି ଧଳା । ୨୪ ବର୍ଷୀୟ ଯୁବକ ୬୭ ବର୍ଷୀୟ ବୃଦ୍ଧଙ୍କ ବେଶ ଧାରଣ କରିଥିଲେ । ହେଲେ ଦିଲ୍ଲୀ ଏୟରପୋର୍ଟରେ ଧରାପଡ଼ିଗଲେ । ପରେ ପୋଲିସକୁ ହସ୍ତାନ୍ତ କରିଦେଲେ ଏୟାରପୋର୍ଟ କର୍ତ୍ତୃପକ୍ଷ ।  ଯୁବକଜଣକ ବୃଦ୍ଧ ବେଶରେ ଭାରତରୁ କାନାଡା ଯିବାକୁ ଉଦ୍ୟମ କରୁଥିଲେ ବୋଲି ଜଣାପଡ଼ିଛି ।

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଲିସ ଅଟକ ରଖିଥିବା ଯୁବକଜଣକ ୨୪ ବର୍ଷୀୟ ଗୁରୁ ସେବକ ସିଂହ ବୋଲି ଜଣାପଡ଼ିଛି । ପାସପୋର୍ଟରେ ତାଙ୍କ ନାମ ରଶବିନ୍ଦର ସିଂହ ବୋଲି ଉଲ୍ଲେଖ କରାଯାଇଛି। କାନାଡ଼ା ଯିବା ନିମନ୍ତେ ସେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲେ।  ସେଠାରେ ଯାଞ୍ଚ ବେଳେ ସିକ୍ୟୁରିଟି ଅଧିକାରୀ ତାଙ୍କ ଉପରେ ସନ୍ଦେହ କରିଥିଲେ।

ଡକ୍ୟୁମେଣ୍ଟ ଯାଞ୍ଚ କରିବାରୁ ତାଙ୍କ ଜନ୍ମ ୧୯୫୭ ମସିହାରେ ହୋଇଥିବା ପାସପୋର୍ଟରେ ଲେଖା ଯାଇଥିଲା। ମାତ୍ର ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଯାଞ୍ଚ କରିବାକୁ ତାଙ୍କ ବୟସ ମାତ୍ର ୨୪ ବର୍ଷ ବୋଲି ଜଣାପଡ଼ିଥିଲା। ଏହାପରେ ଯାଞ୍ଚରୁ ଯୁବକଜଣକ ନିଜ ଦାଢ଼ି ଓ ମୁଣ୍ଡର ଚୁଟିକୁ ଧଳା କରିବା ସହ ବୟସ୍କ ଲାଗିବା ପାଇଁ ଚଷମା ପିନ୍ଧିଥିବା ଜଣାପଡ଼ିଥିଲା।  ତୁରନ୍ତ ତାଙ୍କ ମୋବାଇଲକୁ ଜବତ କରି ତଲାସୀ ନିଆଯାଇଥିଲା। ସେ ଅନ୍ୟ ଏକ ପାସପୋର୍ଟର ସଫ୍ଟ କପି ହାସଲ କରି ନିଜର ଜାଲି ପାସପୋର୍ଟ କରିଥିବା ଜଣାପଡ଼ିଥିଲା।

ପରେ  ତାଙ୍କ ଅସଲି ନାମ ଗୁରୁ ସେବକ ସିଂହ ବୋଲି ଜଣାପଡ଼ିଥିଲା । ଏହା ଏକ ଜାଲି ପାସପୋର୍ଟ ମାମଲା ହୋଇଥିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ତାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯାଇଛି। ଏହି ମାମଲାରେ ପୋଲିସ ଅଧିକ ତଦନ୍ତ କରୁଥିବା ବେଳେ ଯୁବକଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ସ୍ପଷ୍ଟ ହୋଇଯିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.