ନୂଆଦିଲ୍ଲୀ : ମାଳଦ୍ୱୀପ ସଂସଦର ବାଚସ୍ପତି ଅବଦୁଲ ରହିମ୍ ଅବଦୁଲ୍ଲା, ନିଜର ସଂସଦୀୟ ଡେଲିଗେସନଙ୍କ ସହ ଲୋକସଭାର କାର୍ଯ୍ୟବାହୀକୁ ଦେଖିଲେ। ଏହି ସମୟରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ମଙ୍ଗଳବାର ସକାଳ ଗୃହର କାର୍ଯ୍ୟବାହୀ ଆରମ୍ଭ ହେବାରେ, ଲୋକସଭା କକ୍ଷର ଅତିଥି ଚାମ୍ୱରରେ ବସି ଥିବା ମାଳଦ୍ୱୀପର ପିପଲ୍ସ ମଜଲିସ୍ର ବାଚସ୍ପତି ଅବଦୁଲା ରହିମ ଅବଦୁଲ୍ଲା ଓ ତାଙ୍କ ସହ ଭାରତ ଆସିଥିବା ପ୍ରତିନିଧିମଣ୍ଡଳଙ୍କର ସ୍ୱାଗତ କରିଛନ୍ତି। ପୂରା ସଦନ ଟେବୁଲ ଥାପୁଡାଇ ଅତିଥିଙ୍କର ଅଭିବାଦନ କରିଥିଲା।
ମାଳଦ୍ୱୀପର ବାଚସ୍ପତି ଅବଦୁଲ ରହିମ ଅବଦୁଲ୍ଲା ଭାରତୀୟ ସଂସଦରେ ଡିଜିଟାଲାଇଜେସନ ଓ ଟେକନିକ୍ର ବ୍ୟବହାରର ପ୍ରଶଂସା କରିଛନ୍ତି। ସେ ବିଶେଷ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାରକୁ ନେଇ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କ ସହ ଆଲୋଚନା କରିଥିଲେ। ମାଳଦ୍ୱୀପର ବାଚସ୍ପତି ଲୋକସଭାର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି କି ଭାରତୀୟ ସଂସଦ ମାଳଦ୍ୱୀପର ମଜଲିସ୍କୁ ମଧ୍ୟ ଡିଜିଟାଲ ଆର୍କାଇଭିଙ୍ଗ୍ରେ ସହଯୋଗ ଦିଅନ୍ତୁ , ଯାହାକି ତାଙ୍କ ସଂସଦୀୟ ରେକର୍ଡକୁ ଆଧୁନିକ ଟେକନିକ୍ ଦ୍ୱାରା ସଂରକ୍ଷିତ କରାଯାଇ ପାରିବ। ଏହା ଉପରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଆଶ୍ୱାସନା ଦେଇଛନ୍ତି କି ,ମାଳଦ୍ୱୀପର ସଂସଦକୁ ଯଥାସମ୍ଭବ ଟେକ୍ନିକାଲ ସହାୟତା ଦିଆଯିବ।
କହି ରଖୁଛୁ କି , ଭାରତର ସଂସଦ ଦୁନିଆର ସବୁଠୁ ଆଧୁନିକ ସଂସଦ ମଧ୍ୟରୁ ଗୋଟିଏ। ଏହି ସଂସଦ ଭବନରେ କାର୍ଯ୍ୟାଳୟକୁ ଅଲଟ୍ରା –ମଡର୍ନ ଫ୍ୟାଶନରେ ଡିଜାଇନ କରାଯାଇଛି ଏବଂ ପାଖାପାଖି ପ୍ରତି ସ୍ତରରେ ଟେକ୍ନୋଲଜିର ବ୍ୟବହାର ହୋଇଥାଏ। ସଂସଦର ଡିଜିଟାଲ ସିଷ୍ଟମରେ ସାଂସଦ ପୂରା କାର୍ଯ୍ୟକାଳର ତଥ୍ୟ ବ୍ୟତୀତ ତାଙ୍କ ସମ୍ୱନ୍ଧିତ ମହତ୍ତ୍ୱପୂର୍ଣ୍ଣ କାଗଜପତ୍ରକୁ ମଧ୍ୟ ଦେଖି ପାରିବେ। ମୋଟ ମିଶାଇ ସଂସଦକୁ ପେପର ଲେସ୍ କରିବା ଦିଗରେ ମଧ୍ୟ କାମ କରାଯାଉଛି। ଏହାର ସବୁଠୁ ବଡ଼ ଉଦାହରଣ ଏବେ ଭାରତର ବଜେଟ୍ ପେପର ପରିବର୍ତ୍ତେ ଏକ ଟାବଲେଟ୍ରେ ପ୍ରଦାନ କରାଯାଉଛି।
ଉଲ୍ଲେଖନୀୟ ଯେ, ଭାରତ ଓ ମାଳଦ୍ୱୀପ ମଧ୍ୟରେ ସଂସଦୀୟ ସହଯୋଗକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ଗସ୍ତକୁ ପ୍ରମୁଖ ମନେକରାଯାଉଛି । ଭାରତୀୟ ସଂସଦର ଡିଜିଟାଲିକରଣରେ ଶିକ୍ଷା ନେଇ ମାଳଦ୍ୱୀପ ନିଜର ସଂସଦକୁ ଟେକ୍ନିକାଲ ଭାବେ ଅଧିକ ଉନ୍ନତ କରିବା ଦିଗରେ ଆଗକୁ ବଢିବାକୁ ଚାହୁଁଛି । ବିର୍ଲା କହିଛନ୍ତି କି ମାଳଦ୍ୱୀପର ଡେଲିଗେସନଙ୍କ ଗସ୍ଚରେ ଦୁଇ ଦେଶର ଦ୍ୱିପାକ୍ଷୀୟ ସମ୍ୱନ୍ଧ ମଜବୁତ ହେବ। ଲୋକସଭା ଅଧ୍ୟକ୍ଷ ଭାରତରେ ତାଙ୍କର ସଫଳ , ସୁଖଦ ଓ ମଙ୍ଗଳସୂତ୍ର ପ୍ରବାସର କାମନା କରିଛନ୍ତି ତଥା ମାଳଦ୍ୱୀପର ଜନତାଙ୍କ ପ୍ରତି ଶୁଭକାମନା ବ୍ୟକ୍ତି କରିଛନ୍ତି।