ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

କାୟା ମେଲାଇଛି ମହୁଲି ମଦ ବେପାର, କୁଚିଆ ବେପାରୀଙ୍କ ହାକିମାତି ଜୋର୍‌

Published By : Rasmita Pradhan | August 20, 2025 12:16 PM

ତେଲକୋଇ, ୨୦/୦୮ : ଗାଁ ଗଣ୍ଡା ଠାରୁ ଆରମ୍ଭ କରି ଛକ ବଜାର ଓ ସାହିମାନଙ୍କରେ ଜମୁଛି ମହୁଲି ମଦ ବେପାର। ଖୁଲମ୍‌ଖୁଲା ଭାବେ କରାଯାଉଛି ବେଆଇନ ବିକ୍ରି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଅଞ୍ଚଳରେ ମହୁଲି ମଦ କାୟା ମେଲାଇଛି। ତେଲକୋଇ ଓ ଜଗମୋହନପୁର ଠାରେ ଦୁଇଟି ସୀକୃତିପ୍ରାପ୍ତ ଦେଶୀ ମହୁଲି ଭାଟି ରହିଛି । ଭାଟିରେ କେବଳ ଲୋକଙ୍କୁ ମହୁଲି ବିକ୍ରି କରିବାର ନିୟମ ରହିଥିବା ବେଳେ ସଂପୃକ୍ତ ଭାଟିରୁ ତେଲକୋଇ ବ୍ଲକ୍‌ର ବିଭିନ୍ନ ସ୍ଥାନକୁ ଭାଗ କରି ଏଜେଣ୍ଟ (କୁଚିଆ)ଙ୍କ ଦ୍ୱାରା ଗାଁ ଗାଁରେ ଭାଟି ମହୁଲି ମଦ ବିକ୍ରି କରାଯାଉଛି । 

ତେଲକୋଇ ହାଟତୋଟା ନିକଟରେ ଥିବା ମହୁଲି ଭାଟିର ମଦ ମାଫିଆ ବ୍ଲକ୍‌ର ଦୋବଲାପାଳ, ରଣବିଜୁଳି, ତେଲକୋଇ ତଳ ସାହି, ବଜାର ସାହି, ମଧୁସୂଦନପୁର, ଖୁଣ୍ଟାପଡ଼ା, ରାମଚନ୍ଦ୍ରପୁର, ଭାଲିଆଡାଳ, ଶଙ୍କରପୁର, ଶିବ ନାରାୟଣପୁରଗୋଡା, ବିରିଦା, ବାଙ୍ଗୁରୁପାଳ, ବେତଖାଲି, ଶିମିଳିପାଳ, ତାଳପଦା, ପୋଡାଙ୍ଗ, କୃଷ୍ଣପୁର, ସିନ୍ଦୁରିଆ, ପଡିଆପଶି, ସିରିଗିଡା, କରଦାଙ୍ଗୀ, ଭୀମକାଣ୍ଡ ସହିତ ଆହୁରି ଅନେକ ସ୍ଥାନକୁ ସ୍ୱତନ୍ତ୍ର ଭାବେ ଗାଡ଼ିରେ ମଦ ପାର୍ଶଲ କରି କୁଚିଆଙ୍କ ନିକଟରେ ପହଞ୍ଚାଇ ଦେଉଛନ୍ତି । ସେହିପରି ଜଗମୋହନପୁରରେ ଥିବା ମଦ ମାଫିଆ ବିଞ୍ଜବାହାଳ, ଜଗମୋହନପୁର, ସରୁଆଳି, ଗୋଳାବନ୍ଧ, ଛାମୁଣ୍ଡା, ଲୋକନାଥପୁର, ଜଟ, ଡିମିରିଆ, ସଲେଇକେନା, ଜନସନପୁର, ବାରହା ଦେବତା, ଓରିଆ, କତରା ପାଲି, ପିଟାନାଳୀ, ଦେଉଳଡିହା, ମଧ୍ୟପୁର, ସନ୍ଥେଇଭଞ୍ଜ, ଗୋଳାଗାଡିଆ, ଉଦୟଗିରି, ଆକୁଳ, ବିମଳା, ରାଇସୁଆଁ, ମାର୍ଦ୍ଦା, କାଳିଆହତା ଆଦି ଆହୁରି ଅନେକ ସ୍ଥାନରେ କୁଚିଆ ରଖି ଏହି ବେଆଇନ କାରବାର ଚଳାଇ ଆସୁଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି । 

ରାମଚନ୍ଦ୍ରପୁର ମୁଣ୍ଡା ସାହି ଠାରୁ ଆରମ୍ଭ କରି ତେଲକୋଇ ବଜାର ଅଞ୍ଚଳ ଓ ସମାକୋଇ ନଦୀ ମୁଣ୍ଡରେ ଥିବା ମହୁଲି ବିକ୍ରୟସ୍ଥଳୀ ଲୋକାରଣ୍ୟ ସାଜିଛି। ଏହି ମହୁଲି ପିଇ ଅନେକ ଯୁବା ଅବସ୍ଥାରେ ମୃତ୍ୟୁ ମୁଖରେ ପଡୁଥିବା ନଜିର ରହିଛି । ଏଥିପ୍ରତି ବିଭାଗ ଦୃଷ୍ଟି ଦେଉ ନଥିବା ବେଳେ କେତେକ ଗଞ୍ଜେଇ ଟାଣୁଥିବା ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ବାଃ ବାଃ ନେଉଛି । କିନ୍ତୁ ମଦ ବେପାରୀ ଖୋଲାମେଲାରେ ବୁଲୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.