ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

Maharashtra: ଖୁବ୍ ଶୀଘ୍ର ଲଭ ଜିହାଦ ବିରୋଧରେ ନିୟମ ପ୍ରଣୟନ କରିବ ମହାରାଷ୍ଟ୍ର; ଏନେଇ ୭ ଜଣିଆ କମିଟି ଗଠନ କଲେ ସରକାର

Published By : Bijay Swain | February 15, 2025 6:40 PM

Image courtesy: hindustantimes

ନୂଆଦିଲ୍ଲୀ: ବହୁ ଜଲଦି ଲଭ ଜିହାଦକୁ ନେଇ ମହାରାଷ୍ଟ୍ର ସରକାର ରାଜ୍ୟରେ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି। ଏଥିପାଇଁ ମହାରଷ୍ଟ୍ର ସରକାର ଏକ ୭ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ବାଧ୍ୟତାମୁଳକ ଧାର୍ମିକ ପରିବର୍ତ୍ତନ ଓ ଲଭ ଜିହାଦ ପାଇଁ ସମ୍ଭାବ୍ୟ ଆଇନ ନିମନ୍ତେ ଯାଞ୍ଚ କରି ଏହାର ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ତଲବ କରିବ। ଏହି ପ୍ୟାନେଲର ମୁଖ୍ୟ ଭାବେ ମହାରଷ୍ଟ୍ରର ଡିଜିପି ସଞ୍ଜୟ ବର୍ମାଙ୍କ ସହ ମହିଳା ତଥା ଶିଶୁ ବିକାଶ ବିଭାଗ, ସଂଖ୍ୟାଲଘୁ ବ୍ୟାପାର ବିଭାଗ, ସାମାଜିକ ନ୍ୟାୟ ବିଭାଗ, ଆଇନ ଏବଂ ନ୍ୟାୟପାଳିକା ବିଭାଗ, ବିଶେଷ ସହାୟତା ବିଭାଗ ଓ ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ରହିଛନ୍ତି। 

ଗତ ଶୁକ୍ରବାର ଦିନ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶ ମୁତାବକ ଏହି କମିଟି ଲଭ ଜିହାଦ ଓ ବାଧ୍ୟତାମୁଳକ ଧର୍ମାନ୍ତିକରଣ ପାଇଁ ବିଭିନ୍ନ ଆଇନଗତ କାର୍ଯ୍ୟନୁଷ୍ଠାନ ବିଷୟରେ ସରକାରଙ୍କୁ ଅବଗତ କରାଇବ। ଏହାସହ ଅନ୍ୟ ରାଜ୍ୟମାନଙ୍କରେ ଏହାକୁ ନେଇ ଥିବା ଆଇନଗତ ବ୍ୟବସ୍ଥାକୁ ମଧ୍ୟ ଏହି କମିଟି ଅନୁଧ୍ୟାନ କରିବ। 

ଶ୍ରଦ୍ଧା ୱାଲକର ମାମଲା ପରେ ମହାରଷ୍ଟ୍ରରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ୱାରା ଲଭ ଜିହାଦ ମାମଲାର ବୃଦ୍ଧି ଘଟୁଛି ବୋଲି ମହାରାଷ୍ଟ୍ର ସରକାର ଅଭିଯୋଗ ଆଣିଥିଲେ। ସୂଚନା ମୁତାବକ, ମହାରଷ୍ଟ୍ରର ଜଣେ ୨୭ ବର୍ଷିୟ ଯୁବତୀ ଶ୍ରଦ୍ଧା ୱାଲକର ନିଜର ପ୍ରେମିକ ଅଫତାବ୍ ପୁନାୱାଲାହ୍କ ସହ ଲିଭ ଇନ୍ ସମ୍ପର୍କରେ ରହୁଥିଲେ। ତେବେ ୨୦୨୨ ମସିହାରେ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା। ଗିରଫଦାରିରୁ ବଞ୍ଟିବା ପାଇଁ ଅଫତାବ ଶ୍ରଦ୍ଧାଙ୍କ ମୃତ ଶରୀରକୁ ଖଣ୍ଡଖଣ୍ଡ କାଟି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା। 

ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ବିରୋଧି ଦଳମାନେ ଏହାର କଡା ବିରୋଧ କରିଛନ୍ତି। ଶରଦ ପାୱାରଙ୍କ ଏନସିପି ଦଲର ମୁଖ୍ୟ ସୁପ୍ରିୟା ସୁଲେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ବିବାହ ଓ ପ୍ରେମ ଏକ ବ୍ୟକ୍ତିଗତ ମାମଲା ବୋଲି ମନ୍ତବ୍ୟ ଦେଇଛନ୍ତି। 

“ମୁଁ ନିବେଦନ କରୁଛି ସରକାର ପ୍ରକୃତ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ। ପିଏମ ମୋଦି ଆମେରିକା ଗସ୍ତରୁ ଫେରିଲେଣି। ଆମେରିକା ନୂଆ ଟାରିଫ ଲଗାଇଛି, ଯେଉଁଥିପାଇଁ ଆମ ଦେଶକୁ କ୍ଷତି ପହଞ୍ଚିବାକୁ ଯାଉଛି। ଦେଶର ଅର୍ଥନୀତିକୁ ସଜାଡିବାକୁ ସରକାରଙ୍କୁ ଏହିପରି ବିଷୟ ଉପରେ ଅଧିକ ଧ୍ୟାନ ଦେବାକୁ ହେବ” ବୋଲି ସୁପ୍ରିୟା କହିଛନ୍ତି। 

ସମାଜବାଦୀ ଦଳର ବିଧାୟକ ଅବୁ ଅଜିମ ବିଜେପି ଦଳକୁ ସମାଲୋଚନା କରି ସରକାର ଦେଶରେ ମୁସଲିମମାନଙ୍କୁ ହଇରାଣ କରିବା ସହ ଦେଶରେ ସାମ୍ପ୍ରଦାୟିକତାର ପ୍ରଚାର ପ୍ରସାର କରୁଛନ୍ତି ବୋଲି କହିଛନ୍ତି। “ଲିଭ ଇନ ସମ୍ପର୍କ ପାଇଁ ସରକାର ସ୍ୱାଧିନତା ପ୍ରଦାନ କରିଛନ୍ତି। କିନ୍ତୁ ଜଦି ଜଣେ 18 ବର୍ଷିୟ ନାଗରିକ ବିବାହ କରି ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଛି ତେବେ ସେଥିରେ ସରକାରଙ୍କ ଅସୁବିଧା ରହୁଛି। ଲଭ ଜିହାଦ ଭଲି ସେମିତି କିଛି ନାହିଁ ବୋଲି” ଅଜିମ କହିଛନ୍ତି। 

ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ହୁସେନ ଦଲୱାଇ ଏମିତି ବାଧ୍ୟତାମୁଳକ ଧର୍ମାନ୍ତରିକରଣ ହୁଏନାହିଁ ବୋଲି କହିବା ସହ ଲଭ ଜିହାଦକୁ ଏକ କଳ୍ପନାତ୍ମକ କାହାମୀ ବୋଲି କହିଛନ୍ତି। “ଗଣତନ୍ତ୍ର ସମସ୍ତଙ୍କୁ ଯେ କୌଣସି ଧର୍ମ ପାଳନ କରିବାକୁ ଅନୁମତି ପ୍ରଦାନ କରିଛି। ଆମ ଦେଶ ଏକ ସର୍ବଧର୍ମ ସମନ୍ୱୟର ଦେଶ। କିନ୍ତୁ ଅନେକ ଲୋକ ଏହି ସଂସ୍କୃତିକୁ ଧ୍ୱସଂ କରିଦେବାକୁ ଚାହାନ୍ତି। ଆମଦେଶରେ ଏମିତି କୋତୋଟି ଲଭ ଜିହାଦ ମାମଲା ସାମ୍ନାକୁ ଆସୁଛି। ବାସ ଏ ଲୋକମାନେ ହିଟଲର ଶାସନକୁ ଆମ ଦେଶକୁ ଫେରାଇ ଆମିବାକୁ ଚାହୁଁଛନ୍ତି” ବୋଲି ସେ କହିଛନ୍ତି। 

ଅନ୍ୟପଟେ ସରକାରଙ୍କ ଏହି ପଦକ୍ଷେପକୁ ଯଥାର୍ଥ ବୋଲି କହିଛନ୍ତି ବିଜେପି ବିଧାୟକ ମଙ୍ଗଲ ଲୋଧା। ଦେଶରେ ବହୁ ସଂଖ୍ୟରେ ଲଭ ଜିହାଦ ମାମଲା ଦେଖାଯାଉଛି। ଶ୍ରଦ୍ଧା ୱାଲକର ବହୁ ଖଣ୍ଡରେ କଟା ହେବା ଆମେ ଦେଖିଛୁ। ମହାରାଷ୍ଟ୍ରରେ ଏହି ଭଳି ମାମଲା ସଂଖ୍ୟ ଧିରେ ଧିରେ ବଢି ଚାଲିଛି। ଆମେ ଲଭ ଜିହାଦ ମାମଲାକୁ ସଂପୂର୍ଣ୍ଣ ଦେଶରୁ ହଟାଇବାକୁ ଚାହୁଁ। କିନ୍ତୁ ବିରୋଧି ଦଳକୁ ଏହା ପସନ୍ଦ ଆସୁନାହିଁ ବୋଲି ଲୋଧା କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.