ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ଆସ୍ଥାର ମହାପର୍ବ ମହାକୁମ୍ଭ ମେଳାର ଶୁଭାରମ୍ଭ, ସଂଗମ ତଟରେ ବୁଡ଼ ପକାଇଲେ ଲକ୍ଷାଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ

Published By : Prameya | January 13, 2025 8:21 AM

ନୂଆଦିଲ୍ଲୀ,୧୩/୦୧: ଉତ୍ତରପ୍ରଦେଶ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ ତଟରେ ସନାତନ ଆସ୍ଥାର  ମହାପର୍ବ ମହାକୁମ୍ଭ ମେଳାର ଶୁଭାରମ୍ଭ ।ଭୋର୍ ୫ଟା ୦୩ ମିନିଟରେ ପ୍ରଥମ ସ୍ନାନ ଯୋଗ ରହିଥିଲା । ପ୍ରଥମେ ସାଧୁ ସନ୍ଥ ଓ ତାପରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ସଂଗମ ସ୍ଥଳରେ ବୁଡ଼ ପକାଇଛନ୍ତି। ଆସନ୍ତା ଫେବ୍ରୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ  ଥିବା ଏହି ମେଳାରେ ପ୍ରାୟ ୪୦ କୋଟି  ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି ।  

ପୌଷ  ପୂର୍ଣ୍ଣିମାରୁ ଫେବ୍ରୁଆରୀ ୧୨ ତାରିଖ ମାଘ  ପୂର୍ଣ୍ଣିମା ପର୍ଯ୍ୟନ୍ତ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ  କଳ୍ପବାସରେ ରହିବେ । ଏହି ସମୟରେ ସେମାନେ ନିୟମ ଓ ସଙ୍କଳ୍ପ ପୂର୍ବକ ୧  ମାସ ଧରି ଗଙ୍ଗା ସ୍ନାନ କରିବା ସହ ଜପ,  ତପ, ଧ୍ୟାନ, ପୂଜନ ଓ ସତ୍‌ସଙ୍ଗ କରିବେ ।  ସେମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ପ୍ରୟାଗରାଜ ପ୍ରଶାସନ ଓ ରାଜ୍ୟ ସରକାରଙ୍କ  ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।  ଝୁନ୍‌ସୀ ଠାରୁ ଫାଫାମଉ ପର୍ଯ୍ୟନ୍ତ ଦୀର୍ଘ ୧୭  କି.ମି. ବ୍ୟାପୀ ୧.୬ ଲକ୍ଷ ଟେଣ୍ଟ ନିର୍ମାଣ  କରାଯାଇଛି । ସେଠାକୁ ବିଦ୍ୟୁତ ଓ ପାଣି  ସଂଯୋଗ ଦିଆଯିବା ସହ ଶୌଚାଳୟର  ବ୍ୟବସ୍ଥା ହୋଇଛି ।

ଶ୍ରଦ୍ଧାଳୁମାନଙ୍କ ଲାଗି ୬୫୦ କି.ମି.ର ଅସ୍ଥାୟୀ ସଡ଼କ ଓ  ୩୦ଟି ଫୁଣ୍ଟନ ବ୍ରିଜ ମଧ୍ୟ ନିର୍ମାଣ କରାଯାଇଛି । କଳ୍ପବାସୀଙ୍କୁ ମହାକୁମ୍ଭ ଅବସରରେ ଶସ୍ତାରେ ରାସନ ସାମଗ୍ରୀ ଯୋଗାଇ  ଦିଆଯିବ । ଏଥିସହ ସୁବିଧାରେ ରନ୍ଧନ ଗ୍ୟାସ ମଧ୍ୟ  ଉପଲବ୍ଧ କରାଯିବ । କଳ୍ପବାସୀଙ୍କ ଲାଗି ସ୍ୱତନ୍ତ୍ର ଘାଟ ପ୍ରସ୍ତୁତ କରାଯାଇଛି ।  ସେମାନଙ୍କ ସୁରକ୍ଷା ଲାଗି ସେଠାରେ ବାରିକେଡ ଓ ଜଳ  ପୁଲିସର ବନ୍ଦୋବସ୍ତ ହୋଇଛି । ଥଣ୍ଡାରୁ ସୁରକ୍ଷା ଦେବାକୁ  ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସ୍ୱାସ୍ଥ୍ୟଗତ  ସମସ୍ୟାର ମୁକାବିଲା ଲାଗି ଅସ୍ଥାୟୀ ହସ୍ପିଟାଲ ପ୍ରତିଷ୍ଠା ହୋଇଛି । କୁମ୍ଭ ମେଳା ପ୍ରତି ୧୨ ବର୍ଷରେ ଥରେ ଭାରତର  ୪ ପ୍ରାଚୀନ ସହର ହରିଦ୍ୱାର, ନାସିକ, ପ୍ରୟାଗରାଜ ଓ  ଉଜ୍ଜୈନୀରେ ଅନୁଷ୍ଠିତ ହୁଏ । ଏହି ସମୟରେ ପବିତ୍ର ଜଳରେ  ସ୍ନାନ କରିବାର ସବୁଠାରୁ ବଡ଼ ସୁଯୋଗ ଆସିଥାଏ । କୁମ୍ଭମେଳା  ସମୟରେ ବୁଡ଼ ପକାଇଲେ ସମସ୍ତ ପାପରୁ ମୁକ୍ତି ମିଳେ । 

ମହାକୁମ୍ଭକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଓ ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ସୁରକ୍ଷା ଦୃଷ୍ଟିରୁ ୭୦ଟି ଜିଲ୍ଲାରୁ ପ୍ରାୟ ୩୦ ହଜାର ପୁଲିସ  ଅଧିକାରୀ ଓ କର୍ମଚାରୀ ମେଳାରେ ମୁତୟନ ରହିବେ । କୋଟି କୋଟି ଶ୍ରଦ୍ଧାଳୁ ଆସୁଥିବାରୁ ସେମାନଙ୍କ ଉପରେ ନଜର  ରଖିବା ଲାଗି ବୈଷୟିକ ଜ୍ଞାନ କୌଶଳର ମଧ୍ୟ ସହାୟତା  ନିଆଯାଉଛି । ପୁଲିସ ପକ୍ଷରୁ ମେଳା ସ୍ଥାନ ମହାକୁମ୍ଭ ନଗରରେ ୨,୭୦୦ ଏଆଇ କ୍ଷମତା ସମ୍ପନ୍ନ କ୍ୟାମେରା ଲଗାଯାଇଛି । ଅଣ୍ଡରୱାଟର ଡ୍ରୋନକୁ ମଧ୍ୟ ନିୟୋଜିତ କରାଯାଇଛି ।  ଯାହାକି ପାଣି ଭିତରର ସବିଶେଷ ତଥ୍ୟ, ଫଟୋ ଓ ଭିଡିଓ  ସଂଗ୍ରହ କରାଯାଇପାରିବ । କେବଳ ମନ୍ଦିର କିମ୍ବା ମହାକୁମ୍ଭ  ନଗର ନୁହେଁ, ପ୍ରୟାଗରାଜକୁ ସଂଯୋଗ କରୁଥିବା ପ୍ରତିଟି  ରାସ୍ତାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ପ୍ରୟାଗରାଜ ସହ ୮ଟି ଜିଲ୍ଲାକୁ ସଂଯୋଗ କରୁଥିବା ୭ଟି  ପ୍ରମୁଖ ରାଜମାର୍ଗରେ ଯାନବାହନ ଓ ଲୋକଙ୍କ ଯାଞ୍ଚ ପାଇଁ  ବ୍ୟବସ୍ଥା କରାଯାଇଛି । ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ  ବିଭିନ୍ନ ରୁଟ୍‌ରେ ୧୦୨ଟି ଚେକ୍‌ପୋଷ୍ଟ ପ୍ରତିଷ୍ଠା କରାଯାଇଛି । 

ୟୁପି ପୁଲିସକୁ ସହାୟତା କରିବା ଲାଗି ଏନ୍‌ଡିଆରଏଫ୍‌  ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀକୁ ନିୟୋଜିତ  କରାଯାଇଛି । ଜରୁରିକାଳୀନ ସେବା ପାଇଁ ୧୨୫ଟି  ଆମ୍ବୁଲାନ୍ସ ଓ ୭ଟି ଜଳ ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇଛି । ମହାକୁମ୍ଭ ମେଳାର ୫୦ ଦିନ ଅବଧି ଭିତରେ ଶ୍ରଦ୍ଧାଳୁଙ୍କ ଗମନାଗମନ ଲାଗି ରେଲୱେ ପକ୍ଷରୁ ୩ ହଜାର ସ୍ୱତନ୍ତ୍ର  ଟ୍ରେନ ସହ ୧୩ ହଜାର ଟ୍ରେନ ଚଳାଚଳ କରାଯାଉଛି । ବଲିଉଡ ଗାୟକ କୈଳାସ ଖେର, ସାନ୍‌ ଓ ଶଙ୍କର  ମହାଦେବନଙ୍କ ଭଳି କଳାକାର ମହାକୁମ୍ଭ ମେଳାର  ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରିଥିବା ବେଳେ ଉଦ୍‌ଯାପନୀ ସମାରୋହରେ ମୋହିତ ଚୌହାନ ଯୋଗଦେବେ  ବୋଲି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । 

ପୌରାଣୀକ କାହାଣୀ ଅନୁସାରେ ସମୁଦ୍ରରୁ ମିଳିଥିବା  ଅମୃତ ପାଇବା ଲାଗି ଦେବତା ଓ ଅସୁରଙ୍କ ମଧ୍ୟରେ ୧୨ ବର୍ଷ  ଧରି ସଂଘର୍ଷ ଲାଗିଥିଲା । ଏହି ଯୁଦ୍ଧ ବେଳେ କଳସରେ ଥିବା  ଅମୃତ ଯେଉଁସବୁ ସ୍ଥାନରେ ପଡ଼ିଥିଲା ସେହି ସବୁ ସ୍ଥାନରେ  କୁମ୍ଭମେଳା ଆୟୋଜିତ ହୋଇଆସୁଛି । ସେହିଭଳି ୧୨ ବର୍ଷ  ଯୁଦ୍ଧ ଲାଗି ଥିବାରୁ ପ୍ରତି ୧୨ ବର୍ଷରେ ଥରେ କୁମ୍ଭମେଳା  ଅନୁଷ୍ଠିତ ହୁଏ । ଚଳିତବର୍ଷର ମହାକୁମ୍ଭର ବିଶେଷ ମହତ୍ତ୍ୱ  ରହିଛି । କାରଣ ୧୪୪ ବର୍ଷ ପରେ ଏଭଳି ଦୁର୍ଲଭ ମୁହୂର୍ତ୍ତ  ଆସିଛି ଯେଉଁ ମୁହୂର୍ତ୍ତ ସମୁଦ୍ର ମନ୍ଥନ ସମୟରେ ଆସିଥଲା ।  କୁହାଯାଉଛି କି ଏହି ଦିନ ସୂର୍ଯ୍ୟ, ଚନ୍ଦ୍ର, ଶନି ଓ ବୃହସ୍ପତି  ଗ୍ରହର ଶୁଭ ସ୍ଥିତି ରହୁଛି । ଏଥିସହ ମହାକୁମ୍ଭରେ ରବି  ଯୋଗ ମଧ୍ୟ ପଡୁଛି । ଏହି ଯୋଗ ସୋମବାର ସକାଳ  ୭ଟା ୧୫ ମିନିଟରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟା ୩୮  ମିନିଟରେ ସମାପନ ହେବ । ଏହି ଦିନ ଭଦ୍ରାବାସ ଯୋଗ  ମଧ୍ୟ ରହୁଛି । ଏହି ସମୟରେ ଭଗବାନ ବିଷ୍ଣୁଙ୍କ ପୂଜା  କଲେ ବିଶେଷ ଫଳପ୍ରାପ୍ତି ହୋଇଥାଏ ବୋଲି କୁହାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.