ନୂଆଦିଲ୍ଲୀ, ୨୩/୦୫ : ପାକିସ୍ତାନର ଭସ୍ମାସୁର ଅସିମ ମୁନୀର। ଜଣେ ଜେନେରାଲ୍ ନୁହଁନ୍ତି ତ ଇଏ ଜଣେ ଜିହାଦୀ ଜେନେରାଲ୍। କଟ୍ଟରପନ୍ଥୀ ମୌଲାନା ମୁନୀର। ଇଏ ସେହି ବ୍ୟକ୍ତି ଯିଏ ପୋତିଥିଲେ ପହଲଗାମ୍ ନରସଂହାର ମଞ୍ଜି। ଯାହାଙ୍କ ବିଭ୍ରାନ୍ତିକାରୀ ଭାଷଣ ଯୋଗୁଁ ଧ୍ଵଂସ ବିଧ୍ଵଂସ ହେଲା ପାକିସ୍ତାନ। ଭାରତର ଆକ୍ରୋଶ ସହିଲା ପାକିସ୍ତାନ ଏୟାରଫୋର୍ସ। ହେଲେ ଫିଲ୍ଡ ମାର୍ସଲର ଟାଇଟେଲ୍ ନେଲେ ମୁନୀର। ପରାଜୟରେ ଇଏ କେମିତିକା ପ୍ରମୋସନ ? ଯେତେବେଳେ ଭାରତ ଆକ୍ରମଣ କରୁଥିଲା। ସେତେବେଳେ ବଙ୍କରରେ ଲୁଚିଥିଲେ ପାକିସ୍ତାନର ଆର୍ମି ଚିଫ୍। ୮୦ ଘଣ୍ଟା ଯାଏଁ ନିଖୋଜ ଥିଲେ ଜେନେରାଲ ଜିହାଦୀଙ୍କ ଫୌଜ। କିନ୍ତୁ ଶେହବାଜ ସରିଫ କରିଦେଲେ ମୁନୀରଙ୍କ ମଉଜ। ଯାହାକୁ ନେଇ ଏବେ ବର୍ଷିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ।
ଜେଲ୍ରେ ବନ୍ଦୀ ଥିବା ଇମରାନ ଖାନ ଅସିମ ମୁନୀରଙ୍କ ପଦୋନ୍ନତି ନେଇ କଡ଼ା ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ଯେ, ମୁନୀରଙ୍କ ଫିଲ୍ଡ ମାର୍ସଲ କାହିଁକି, କିଙ୍ଗ୍ କରିଦେଇଥାନ୍ତେ। କାରଣ ପାକିସ୍ତାନରେ ଏବେ ଜଙ୍ଗଲ ରାଜ୍ ଚାଲିଛି ଏବଂ ଜଙ୍ଗଲରେ କେବଳ ମାତ୍ର ଜଣେ ରାଜା ଥାନ୍ତି। ତେବେ ଇମରାନ ଶେହବାଜ ସରିଫ୍ଙ୍କୁ ଭାରତର ପରବର୍ତ୍ତୀ ଆକ୍ରମଣ ନେଇ ସତର୍କ କରାଇଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଯେକୌଣସି ସ୍ଥିତି ପାଇଁ ପ୍ରସ୍ତୁତ ରହିବା ଉଚିତ୍। ପାକିସ୍ତାନ ଆଇନ କେବଳ ଦୁର୍ବଳ ଉପରେ ଜୋର୍ ଦେଖାଏ। ଲୋକତନ୍ତ୍ରର ମୂଳ ଭାବନାକୁ ଦଳି ମକଚି ନଷ୍ଟ କରାଯାଉଛି। ପାକିସ୍ତାନର ବର୍ତ୍ତମାନ ସ୍ଥିତି ଯାହା- ଯେତେ ବଡ଼ ଚୋର... ସେତେ ବଡ଼ ପଦ।
ସୂଚନା ଥାଉକି, ମେ ୨୦ ତାରିଖରେ ଶେହବାଜ ସରିଫ ଜେନେରାଲ ଅସିମ ମୁନୀରଙ୍କୁ ସର୍ବୋଚ୍ଚ ସୈନ୍ୟ ରାଙ୍କ ଫିଲ୍ଡ ମାର୍ସଲ ଭାବରେ ପଦୋନ୍ନତି ଦେଇଥିଲେ। ପାକିସ୍ତାନରେ ଫିଲ୍ଡ ମାର୍ସଲ ପଦ ପାଇଥିବା ମୁନୀର ହେଉଛନ୍ତି ଦ୍ଵିତୀୟ ବ୍ୟକ୍ତି। ତାଙ୍କ ପୂର୍ବରୁ ଜେନେରାଲ ଆୟୁବ ଖାନଙ୍କୁ ଫିଲ୍ଡ ମାର୍ସଲ ପଦ ମିଳିଥିଲା। ତେବେ ଭାରତ-ପାକ୍ ଯୁଦ୍ଧରେ ପାକିସ୍ତାନର ଶୋଚନୀୟ ପରାଜୟ ପରେ ଆର୍ମି ଚିଫ୍ଙ୍କୁ ଇଏ କେମିତିକା ପ୍ରମୋସନ? ସାରା ବିଶ୍ଵ ଆଗରେ କଣ ଦେଖାଇବାକୁ ଚାହୁଁଛି ପାକିସ୍ତାନ?