ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ଦେଶରେ ଶୂନରୁ ୪ ବର୍ଷ ବୟସ ମଧ୍ୟରେ ୭.୯% ଶିଶୁଙ୍କ ମୃତ୍ୟୁ: କେରଳରେ ସର୍ବନିମ୍ନ, ଉତ୍ତରପ୍ରଦେଶରେ ସର୍ବାଧିକ

Published By : Prameya | May 23, 2025 8:56 AM

ଭୁବନେଶ୍ୱର,୨୩/୦୫: ଦେଶରେ ୨୦୨୧  ମସିହାରେ ଶୂନରୁ ୪ ବର୍ଷ ଶିଶୁଙ୍କ ମଧ୍ୟରେ ୭.୯% ଙ୍କ ମୃତ୍ୟୁ ହୋଇଥିଲା । ସେହି ସମୟରେ ଓଡ଼ିଶାରେ  ୭.୫%ଙ୍କ ମୃତ୍ୟୁ ହୋଇଛି । କେରଳରେ ସର୍ବନିମ୍ନ  ୧.୧% ଶିଶୁଙ୍କ ମୃତ୍ୟୁ ହୋଇଥିଲା ବେଳେ ଉତ୍ତର  ପ୍ରଦେଶରେ ସର୍ବାଧିକ ୧୪.୫% ଶିଶୁଙ୍କ ମୃତ୍ୟୁ  ହୋଇଛି । ଏହି କ୍ଷେତ୍ରରେ ଓଡ଼ିଶାର ସ୍ଥାନ ୭ମ ରହିଛି । କେନ୍ଦ୍ର ସରକାରଙ୍କ ସାମ୍ପୁଲ ରେଜିଷ୍ଟ୍ରେସନ୍‌  ସିଷ୍ଟମ୍‌ ରିପୋର୍ଟ-୨୦୨୧ରୁ ଏହା ସ୍ପଷ୍ଟ ହୋଇଛି । 

ସାମ୍ପୁଲ ରେଜିଷ୍ଟ୍ରେସନ୍‌ ସିଷ୍ଟମ୍‌ ରିପୋର୍ଟ-୨୦୨୦ ଅନୁଯାୟୀ ଜାତୀୟସ୍ତରରେ ୧୦% ମୃତ୍ୟୁ ହୋଇଥିଲା ବେଳେ ଓଡ଼ିଶାରେ ୯.୨% ମୃତ୍ୟୁ ହୋଇଛି । ରିପୋର୍ଟ ୨୦୨୧ରେ ଜାତୀୟସ୍ତରରେ  ଓଡ଼ିଶା ୭ମ ସ୍ଥାନରେ ରହିଥିଲା ୨୦୨୦ରେ  ଓଡ଼ିଶା ୮ମ ସ୍ଥାନରେ ରହିଥିଲା । ହେଲେ ଅର୍ଥାତ  ପୂର୍ବ ବର୍ଷ ଅପେକ୍ଷା ଓଡ଼ିଶା ଗୋଟିଏ ପାହାଚକୁ  ଖସିଛି । ଯାହାକି ରାଜ୍ୟ ପାଇଁ ଭଲ ଖବର ରହିଛି ।  

ରିପୋର୍ଟ ୨୦୨୧ ଅନୁଯାୟୀ, ଜାତୀୟସ୍ତରରେ  ଶିଶୁମୃତ୍ୟୁରେ ଗ୍ରାମାଞ୍ଚଳରେ ୯.୧% ଏବଂ  ସହରାଞ୍ଚଳରେ ୪.୯% ରହିଛି । ଓଡ଼ିଶାରେ ଏହି କ୍ଷେତ୍ରରେ ଯଥାକ୍ରମେ ୭.୮% ଓ ୫.୪%  ରହିଛି । ସେହିପରି ସର୍ବନିମ୍ନ ବର୍ଗରେ  କେରଳରେ ଯଥାକ୍ରମେ ସର୍ବନିମ୍ନ ଗ୍ରାମାଞ୍ଚଳରେ ୦.୯% ଓ ସହରାଞ୍ଚଳରେ ୧.୩%ଙ୍କ ମୃତ୍ୟୁ  ହୋଇଛି । କେରଳ ପଛରେ ରହିଛି ତାମିଲନାଡ଼ୁ ।  ସେଠାରେ ୨.୨% ଶିଶୁଙ୍କ ମୃତ୍ୟୁ ହୋଇଛି। ଆଉ  ଗ୍ରାମାଞ୍ଚଳରେ ୨.୫% ଓ ସହରାଞ୍ଚଳରେ ୧.୯%ଙ୍କ  ମୃତ୍ୟୁ ହୋଇଛି । ପଞ୍ଜାବ ୩.୫% ରହି ତୃତୀୟ  ସ୍ଥାନରେ ରହିଛି । ସେଠାରେ ଗ୍ରାମାଞ୍ଚଳରେ ୩.୦%  ଓ ସହରାଞ୍ଚଳରେ ୪.୫%ଙ୍କ ମୃତ୍ୟୁ ହୋଇଛି । 

ଜାତୀୟସ୍ତରରେ ସର୍ବାଧିକ ମୃତ୍ୟୁ ବର୍ଗରେ  ଉତ୍ତର ପ୍ରଦେଶରେ ସର୍ବାଧିକ ଗ୍ରାମାଞ୍ଚଳରେ  ୧୫.୮% ଓ ସହରାଞ୍ଚଳରେ ୧୦.୧% ରହିଛି । ମଧ୍ୟପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି । ସେଠାରେ  ୧୩.୮%ଙ୍କ ମୃତ୍ୟୁ ହୋଇଛି । ଗ୍ରାମାଞ୍ଚଳରେ  ୧୫.୭% ଓ ସହରାଞ୍ଚଳରେ ୭.୮% ରହିଛି । ତୃତୀୟ ସ୍ଥାନରେ ରାଜସ୍ଥାନ । ସେଠାରେ  ୧୩.୨%ଙ୍କ ମୃତ୍ୟୁ ହୋଇଛି । ଗ୍ରାମାଞ୍ଚଳରେ  ୧୪.୪% ଓ ସହରାଞ୍ଚଳରେ ୯.୪% ରହିଛି । 

ଅନ୍ୟପଟରେ ଓଡ଼ିଶାରୁ ସ୍ୱାସ୍ଥ୍ୟ ବିଭାଗ  ବିଶେଷଜ୍ଞ କେରଳ ଯାଇ ସେଠାରେ ସ୍ୱାସ୍ଥ୍ୟ  ସ୍ଥିତି ଯାଞ୍ଚ କରିଛନ୍ତି । ସେଠାକାର ସରକାର  ଶିଶୁ ସୁରକ୍ଷା ନେଇ କ’ଣ ପଦକ୍ଷେପ ଗ୍ରହଣ  କରିଛନ୍ତି ସେନେଇ ତଥ୍ୟ ସଂଗ୍ରହ କରିଛନ୍ତି ।  ଓଡ଼ିଶାରେ ଶିଶୁ ମୃତ୍ୟୁ ରୋକିବା ଦିଗରେ ସ୍ୱତନ୍ତ୍ର ଭାବେ ଯୋଜନା କରାଯାଇଛି । ଡାକ୍ତରଙ୍କଠାରୁ ନର୍ସଙ୍କ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଶିଶୁଙ୍କ ଚିକିତ୍ସା ପାଇଁ ଏସ୍‌ଏନ୍‌ସିୟୁ, ପିକୁ, ଡେ କେୟାର  ୟୁନିଟ୍‌, ଏନ୍‌ଆରସି, ଡିଇସିଆଇ ଭଳି ଚିକିତ୍ସା  ବ୍ୟବସ୍ଥା କରାଯାଇଛି । ସେହିପରି ସାମ୍ପୁଲ ରେଜିଷ୍ଟ୍ରେସନ୍‌ ସିଷ୍ଟମ୍‌ ରିପୋର୍ଟ-୨୦୨୦ ଅନୁଯାୟୀ  ଓଡ଼ିଶାରେ ୯.୨%ଙ୍କ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଜାତୀୟସ୍ତରରେ ଓଡ଼ିଶା ୮ମ ସ୍ଥାନରେ ରହିଥିଲା । ହେଲେ ରିପୋର୍ଟ ୨୦୨୧ରେ ଓଡ଼ିଶା ୭ମ ସ୍ଥାନରେ  ରହିଛି । ଅର୍ଥାତ ଓଡ଼ିଶା ଗୋଟିଏ ସ୍ଥାନକୁ ଖସିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.