ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ

Published By : prameya | May 23, 2025 8:14 AM

ନୂଆଦିଲ୍ଲୀ,୨୩/୦୫: ଭୂକମ୍ପ ଝଟକାରେ ଥରିଲା ନେପାଳ । ଗୁରବାର ବିଳମ୍ବିତ ରାତିରେ ନେପାଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ  ତୀବ୍ରତା ୪.୭  ରେକର୍ଡ ହୋଇଛି । ଏନେଇ ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ। 

ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଥିଲା । ସେହିପରି ଶୁକ୍ରବାର ଅର୍ଥାତ୍ ଆଜି ସକାଳେ ତାଜିକିସ୍ତାନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଛି । ତାଜିକିସ୍ତାନରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରେକର୍ଡ  କରାଯାଇଛି । ଭୋର୍ ୪ଟା ୨୧ ମିନିଟ୍ ସମୟରେ ଭୂମିକମ୍ପ ଝଟକା ଲାଗିଥିଲା । ତେବେ ଭାରତର ପଡ଼ୋଶୀ ଦେଶମାନଙ୍କରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହେଉଛି । ସମ୍ପ୍ରତି ଚୀନ୍ ଓ ନେପାଳରେ ଭୂମିକମ୍ପ ଘଟଣା ବୃଦ୍ଧି ପାଇଛି । ଏହା ପୂର୍ବରୁ ମିଆଁମାରରେ ଭୟଙ୍କର ଭୂମିକମ୍ପ ଆସିଥିଲା । ଏଥିରେ ଅନେକ ପ୍ରାଣହାନି ଘଟିଥିଲା । କ୍ରମାଗତ ଭାବରେ ବଢ଼ୁଥିବା ଭୂମିକମ୍ପ ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.