ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'

Published By : Ankita S | May 23, 2025 12:05 PM

ଶ୍ରୀନଗର,୨୩/୦୫: ଜମ୍ମୁ-କଶ୍ମୀର ଶ୍ରୀନଗରରେ ରେକର୍ଡ ପାର କରିଛି ତାତି । ଥଣ୍ଡା ଘରୁ ବାହାରିବା ମୁସ୍କିଲ ହୋଇଛି । ତତଲା କଡ଼େଇରେ ଫୁଟୁଛି ଶ୍ରୀନଗର । ୫୪ ବର୍ଷ ପରେ ତାପମାତ୍ର ୩୪ ଡିଗ୍ରୀ ଟପିଛି । ୧୩୩ ବର୍ଷ ପରେ ମେ' ମାସରେ ଶୁକ୍ରବାର ତୃତୀୟ ସବୁଠୁ ଅଧିକ ଗରମ ଦିନ ହୋଇଛି । ପାଣିପାଗ ବିଭାଗ ମେ' ୨୩ ଅର୍ଥାତ୍ ଆଜି ପାଇଁ ଆଲର୍ଟ ଜାରି କରିଛନ୍ତି । ଆସନ୍ତା ୨୪ରୁ ୨୬ ଯାଏ ଗରମକୁ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଶ୍ରୀନଗର ସହିତ ଜମ୍ମୁରେ ମଧ୍ୟ ପ୍ରଚଣ୍ଡ ଗରମ ହୋଇଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଦିନ ତାପମାତ୍ର ୩୮.୫ ଡିଗ୍ରୀ ରହିଛି । ପବନ ବହିବାରୁ ବୁଧବାର ଅପେକ୍ଷା ତାତି ସାମାନ୍ୟ କମ୍ ହୋଇଛି । ୨.୯ ଡିଗ୍ରୀ ତାପମାତ୍ରା କମିଛି । ବୁଧବାର ଜମ୍ମୁରେ ଅଧିକାଂଶ ସ୍ଥାନରେ ତାପମାତ୍ର ୪୧.୪ ଡିଗ୍ରୀ ରହିଥିଲା । ଗତ ୫୪ ବର୍ଷ ପରେ ଶ୍ରୀନଗରରେ ତାପମାତ୍ରା ୩୪ ଡିଗ୍ରୀ ପାର୍ କରିଛି । ଏହାପୂର୍ବରୁ ୧୯୭୧ ମେ' ୨୮ରେ ତାପମାତ୍ରା ୩୪.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଘାଟିର ସୁନ୍ଦରତା ବ୍ୟତୀତ ଜମ୍ମୁର ମୌସୁମୀ ଅନ୍ୟ ରାଜ୍ୟର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଜମ୍ମୁରେ ପାଣିପାଗ ସାଧାରଣତଃ ଥଣ୍ତା ରହିଥାଏ । ଛୁଟିରେ ଲୋକ କଶ୍ମୀର ବୁଲିବାକୁ ଯାଇଥାନ୍ତି । ମାତ୍ର ଏବେ ଭୀଷଣ ଗରମ ଅନୁଭୂତ ହୋଇଛି । କୋପ ଦେଖାଇଛି ଖରା । ବଜାର ଓ ସଡ଼କକୁ ଦ୍ୱିପ୍ରହରରେ ଘରୁ ବାହାରିବା କଷ୍ଟକର ହେଉଛି । ୫୪ ବର୍ଷ ପରେ ଶ୍ରୀନଗରରେ ତାପମାତ୍ରା ୩୪ ଡିଗ୍ରୀ ପାର୍ ସମସ୍ତଙ୍କୁ ଚକିତ କରିଛି ।

ଗୁରୁବାର ଶ୍ରୀନଗରର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟରୁ ଅଧିକ ଥିଲା । ସର୍ବନିମ୍ନ ତାପମାତ୍ରା ୧୫.୪ ଡିଗ୍ରୀ ରେକର୍ଡ ହୋଇଥିଲା । ଗୁଲମାର୍ଗରେ ତାପମାତ୍ର ୨୫.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସାମାନ୍ୟଠୁ ୮.୮ ଡିଗ୍ରୀ ଅଧିକ ଥିଲା । ସେହିପରି ପହଲଗାମରେ ତାମପାତ୍ରା ୨୭.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ତାହା ୫.୬ ଡିଗ୍ରୀ ଅଧିକ ଥିଲା । କଶ୍ମୀରର କାଞ୍ଜୁଗୁଡରେ ତାପମାତ୍ରା ୩୩.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ଯାହା ୧୯୫୬ରୁ ଏବେ ସୁଦ୍ଧା ମେ' ର ତୃତୀୟ ସର୍ବାଧିକ ତାପମାତ୍ରା ଥିଲା । ୧୯୭୮ ପରେ କୋକରନାଗରେ ୩୩.୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିଲା । ଏହାପୂର୍ବରୁ କୋକରନାଗରେ ୨୦୦୧ ମେ' ୧୫ ତାରିଖରେ ୩୨.୬ ଡିଗ୍ରୀ ତାପମାତ୍ରା ରହିଥିଲା । ଜମ୍ମୁ ସମ୍ଭାଗରେ ୩୧ ଡିଗ୍ରୀ, ବଟୋଟରେ ୨୯.୨ ଡିଗ୍ରୀ, ଭଦ୍ରବାହରେ ୩୨.୧ ଡିଗ୍ରୀ, କଟଡାରେ ୩୬.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.