ପ୍ରମୂଖ ଖବର
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ଯେସାକୁ ତେସା: ଜୁନ୍ ୨୩ ପର୍ଯ୍ୟନ୍ତ ଭାରତର ଆକାଶ ମାର୍ଗ ବ୍ୟବହାର କରିପାରିବନି ପାକିସ୍ତାନ

Published By : Tapas Panda | May 23, 2025 10:37 PM

Image Courtesy: indiatv

ନୂଆଦିଲ୍ଲୀ: ଭାରତ ସରକାର ଜୁନ୍ ୨୩ ପର୍ଯ୍ୟନ୍ତ ପାକିସ୍ତାନୀ ବିମାନ ପାଇଁ ଆକାଶ ସୀମା ବନ୍ଦ କରିଦେଇଛନ୍ତି। ପୂର୍ବରୁ ପାକିସ୍ତାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସରକାର ମେ ୨୩, ୨୦୨୫ ପର୍ଯ୍ୟନ୍ତ NOTAM ଜାରି କରିଥିଲେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନୀ ଯାତ୍ରୀବାହୀ ବିମାନ ଏବଂ ସାମରିକ ବିମାନ ଭାରତୀୟ ଆକାଶ ସୀମାରେ ପ୍ରବେଶ କରିପାରିବ ନାହିଁ ।

 ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତ ଏପ୍ରିଲ ୨୨ରେ ପାକିସ୍ତାନୀ ବିମାନ ସେବା ପାଇଁ ତାର ଆକାଶ ମାର୍ଗ ବନ୍ଦ କରିଦେଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏହା ପରେ, ଭାରତ ଅପରେସନ ସିନ୍ଦୂର ଅଧୀନରେ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ପରେ ପାକିସ୍ତାନୀ ସାମରିକ ଘାଟି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା।

 ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ନୂତନ NOTAM (ବିମାନ କର୍ମଚାରୀଙ୍କୁ ନୋଟିସ୍) ଅନୁଯାୟୀ ପୂର୍ବରୁ ପାକିସ୍ତାନ ଜୁନ୍ ୨୪ ପର୍ଯ୍ୟନ୍ତ ଭାରତୀୟ ବିମାନ ପାଇଁ ତାର ଆକାଶ ସୀମା ବନ୍ଦ କରିଦେଇଥିଲା। ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ପାକିସ୍ତାନ ଆକାଶରେ ଉଡ଼ାଣ ପାଇଁ ଭାରତୀୟ ବିମାନ ଉପରେ ପ୍ରତିବନ୍ଧକକୁ ୨୪ ଜୁନ୍ ୨୦୨୫ ସକାଳ ୪:୫୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । 

 ଭାରତରେ ପଞ୍ଜିକୃତ, ପରିଚାଳିତ, ମାଲିକାନା କିମ୍ବା ଲିଜ୍ ହୋଇଥିବା ସମସ୍ତ ବିମାନ ଏହି ପ୍ରତିବନ୍ଧକର ଅଧୀନରେ ରହିବେ । ଭାରତୀୟ ବିମାନ କମ୍ପାନୀ କିମ୍ବା ଅପରେଟରମାନଙ୍କ ଦ୍ୱାରା ପରିଚାଳିତ କୌଣସି ବିମାନକୁ ପାକିସ୍ତାନୀ ଆକାଶ ସୀମା ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.