ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା

ଚନ୍ଦନେଶ୍ଵର, ୧୦/୯ : ବ୍ୟାଙ୍କ୍ ଭିତରୁ ଲୁଟ୍। ବାଲେଶ୍ଵର ଜିଲ୍ଲା ଭୋଗରାଇ ଚନ୍ଦନେଶ୍ଵର ଠାରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଭିତରୁ ଜଣେ ଗ୍ରାହକଙ୍କ ୩୦ହଜାର ଟଙ୍କା ଲୁଟ୍ ହୋଇଛି। ଗହଳିର ମଉକା ଦେଖି ମଙ୍ଗଳବାର ପ୍ରାୟ ୧୧.୧୫ମିନିଟ ସମୟରେ ଟଙ୍କା ଲୁଟ୍ କରି ଚମ୍ପଟ ମାରିଛି ଲୁଟେରା। ଗ୍ରାହକ ଜଣକ ଭୋଗରାଇର ଶ୍ରଦ୍ଧାପୁର ପଞ୍ଚାୟତ ଅଧିନ ଖଡ଼ିବିଲ ଗାଁର ଶେକ ଯଶିରୁଦ୍ଦିନ ବୋଲି ଜଣାପଡିଛି। ଏନେଇ ସେ ତାଳସାରୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି।                

ସୂଚନା ଅନୁଯାୟୀ, ୩ ଦିନ ବ୍ୟାଙ୍କ ବନ୍ଦ ଥିବାରୁ ସୁଭଦ୍ରା ଯୋଜନା ପାଇଁ ମଙ୍ଗଳବାର ବ୍ୟାଙ୍କରେ ପ୍ରବଳ ଭିଡ଼ଥିଲା। ପ୍ରାୟ ୧୦୦ରୁ ଅଧିକ ଗ୍ରାହକ ବ୍ୟାଙ୍କ ଭିତରେ ନେଣଦେଣ କରୁଥିଲେ। ଶ୍ରଦ୍ଧାପୁର ପଞ୍ଚାୟତ ଅଧିନ ଖଡ଼ିବିଲ ଗାଁର ଶେକ ଯଶିରୁଦ୍ଦିନ ମଧ୍ୟ ବ୍ୟାଙ୍କ ଆସିଥିଲେ। ସେ ତାଙ୍କ ଜମାଖାତାରୁ ୩୦ହଜାର ଟଙ୍କା ଉଠାଇ ନିଜ ବ୍ୟାଗ ଭିତରେ ରଖିଥିଲେ। କ୍ୟାସ୍ କାଉଁଟର ପାଖରୁ ବ୍ୟାଙ୍କ ଫାଟକ ପର୍ଯ୍ୟନ୍ତ ଆସି ବ୍ୟାଗ ଭିତର ଦେଖିବାରୁ ଟଙ୍କା ନଥିଲା। ଏହାପରେ ସେ ତୁରନ୍ତ ଶାଖା ପରିଚାଳକଙ୍କୁ ଅବଗତ କରିଥିଲେ। ଶାଖା ପରିଚାଳକ ବ୍ୟାଙ୍କର ଫାଟକ ବନ୍ଦ କରି ସିସିଟିଭି ଯାଞ୍ଚ୍ କରିଥିଲେ ମଧ୍ୟ କିଛି ଜାଣିପାରି ନଥିଲେ। ଏହାପରେ ଶେକ ତାଳସାରୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.