ଭୁବନେଶ୍ୱର, ୨୩/୦୩: ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଲୁଟ୍ । ୨ ଜଣ ମହିଳାଙ୍କ ବେକରେ ଛୁରୀ ଲଗାଇ ଚେନ୍ ଓ ମଙ୍ଗଳସୁତ୍ର ଲୁଟି ନେଲେ ୩ ମୁଖା ପିନ୍ଧା ଦୁର୍ବୃତ୍ତ । ଲୁଟର ଶୀକାର ହୋଇଥିବା ମହିଳାମାନେ ହେଲେ ରାବଣା ଆମ୍ମା ଓ ହେମ କୁମାରୀ । କୋରାପୁଟ ଜିଲ୍ଲା ଜୟପୁରର ପୁରୁଣାଗଡ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ଏହି ଖବରଟିକୁ ପଢନ୍ତୁ- ନବ ଦାସ ହତ୍ୟା ମାମଲା, ୫ ଦିନର ତନାଘନା ପରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍
ସୂଚନା ମୁତାବକ, ସବୁ ଦିନ ପରି ଆଜି ବି ପ୍ରାତଃ ଭ୍ରମଣରେ ଯାଉଥିଲେ ରାବଣା ଆମ୍ମା ଓ ହେମ କୁମାରୀ । ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଏକ ବାଇକ୍ରେ ୩ ଜଣ ମୁଖା ପିନ୍ଧା ବ୍ୟକ୍ତି ଆସି ସେମାନଙ୍କୁ ଛୁରୀ ଦେଖାଇ ଥିଲେ । ମହିଳାଙ୍କୁ ଛୁରୀ ଦେଖାଇ ଚେନ୍ ଏବଂ ମଙ୍ଗଳସୁତ୍ର ଲୁଟି ନେଇ ଫେରାର ହୋଇଥିଲେ। ଲୁଟ୍ର ଶୀକାର ହୋଇଥିବା ମହିଳା ଦ୍ୱୟ ଜୟପୁର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।