ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

'ବେକାର ମହାକୁମ୍ଭ , ଏହାର କୌଣସି ଅର୍ଥ ନାହିଁ' ; ଲାଲୁ ଯାଦବ

Published By : prameya | February 16, 2025 10:58 AM

ନୂଆଦିଲ୍ଲୀ,୧୬/୦୨: ମହାକୁମ୍ଭକୁ ନେଇ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ  ବଡ଼ ବୟାନ । ସେ କହିଛନ୍ତି,ବେକାର ମହାକୁମ୍ଭ , ଏହାର କୌଣସି ଅର୍ଥ ନାହିଁ। ଏଥିସହ ନୂଆଦିଲ୍ଲୀ ରେଳ ଷ୍ଟେସନ ଦୁର୍ଘଟଣାକୁ ନେଇ କହିଛନ୍ତି ଯେ ଏକ ଦୁଃଖଦ ଘଟଣା ଘଟିଛି। ଆମେ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛୁ। ଏହା ରେଳ ବିଭାଗର ଭୁଲ୍। ରେଳବାଇର ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଏହା ରେଳ ବିଭାଗର ବିଫଳତା। 

ଏହା ମଧ୍ୟ ପଢନ୍ତୁ-ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟା ଘଟଣା, ସହାୟତା ରାଶି ଘୋଷଣା କଲା ରେଳ ବିଭାଗ

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟି ୧୮ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଏକାଧିକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଦିଲ୍ଲୀର ଲେଡି ହାର୍ଡିଞ୍ଜ ଏବଂ ଏଲଏନଜେପି ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଶନିବାର ରାତିରେ  ଏହି ଦୁର୍ଘଟଣା ଘଟିଥିଲା। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ପିଲା ଅଛନ୍ତି। ରେଳମନ୍ତ୍ରୀ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦଳାଚକଟାରେ ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ବିହାର ଏବଂ ଦିଲ୍ଲୀର ବାସିନ୍ଦା। ବିହାରର ୯ ଜଣ, ଦିଲ୍ଲୀର ୮ ଜଣ ଏବଂ ହରିୟାଣାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ନୂଆଦିଲ୍ଲୀ ରେଳ ଷ୍ଟେସନ୍‌ର ପରିସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଦୁର୍ଘଟଣାର କାରଣ ତଦନ୍ତ କରାଯାଉଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.