ପ୍ରମୂଖ ଖବର
  • ବାଙ୍କୀ : ଭଗିପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • HMPV ଭାଇରସ୍ ମାମଲା ମିଳିବା ପରେ ଆସାମରେ ଆତଙ୍କ,୧୦ ମାସର ଶିଶୁ ସଂକ୍ରମିତ
  • ||
  • ବାଲିଗୁଡ଼ା : ବାପା ସାଜିଲା ହତ୍ୟାକାରୀ, ମଦ୍ୟପ ପୁଅକୁ ଛୁରୀ ଭୁସିଦେଲା ବାପା
  • ||
  • ବଲାଙ୍ଗୀର : ଚାଲାଣ ବେଳେ ୨୫ ଶ୍ରମିକ ଉଦ୍ଧାର, ଜଣେ ଦଲାଲ ଅଟକ
  • ||
  • କେନ୍ଦୁଝର : ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ବ୍ରହ୍ମପୁର : ପରିତ୍ୟକ୍ତ ଘରୁ ଏକାଧିକ ବୋମା ଜବତ, ନିଷ୍କ୍ରିୟ କରିବାରୁ ଆସିଲା ସ୍ବତନ୍ତ୍ର ଟିମ୍
  • ||
  • ରହିତାଦେଶ ହଟାଇଲେ ହାଇକୋର୍ଟ: ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ, ଜବାବ ରଖିବା ଲାଗି ସମୟ ନେଲେ ଆବେଦନକାରୀ
  • ||
  • ବାଲେଶ୍ୱରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି, ରବିବାର ରାତି ୧୦ ଯାଏ କଟକଣା ଲାଗୁ
  • ||
  • ଦାରିଙ୍ଗବାଡ଼ିରେ ସର୍ବାଧିକ ତୁଷାରପାତ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼
  • ||
  • ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ, ଅଯୋଧ୍ୟାରେ ଭବ୍ୟ ଆୟୋଜନ
  • ||
  • ଖୋର୍ଦ୍ଧା : ୫୦ କେଜି ଗଞ୍ଜେଇ ସହ କାର୍‌ ଜବତ, ୩ ଗିରଫ
  • ||
  • କଟକ : ବାଉଁଶ ବ୍ୟବସାୟୀଙ୍କ ଘରକୁ ବୋମାମାଡ଼, ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ରାଜ୍ୟରେ ରବିବାରଠୁ କମିବ ଶୀତ, ୨ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ: ୧୦ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୂଣ୍ୟତିଥି ; ୧୮ ମାସ ଥିଲେ ପ୍ରଧାନମନ୍ତ୍ରୀ, ଆଜି ବି ରହସ୍ୟରେ ରହିଛି ମୃତ୍ୟୁ

Published By : Ankita S | January 11, 2025 10:15 AM

ନୂଆଦିଲ୍ଲୀ,୧୧/୦୧: ଜୟ ଯବାନ ଜୟ କିଶାନ ସ୍ଲୋଗାନ ଦେଇଥିବା ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଆଜି ପୂଣ୍ୟତିଥି । ୧୯୬୬ ମସିହା ଜାନୁଆରୀ ୧୧ ତାରିଖରେ ତାସକେଣ୍ଟରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା । ନମ୍ରତା, ସଚ୍ଚୋଟତା ଓ ସରଳତା ପାଇଁ ପ୍ରସିଦ୍ଧ ଥିଲେ ଶାସ୍ତ୍ରୀ । ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନିଧନ ପରେ ୧୯୬୪ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ସେ । ୧୮ ମାସ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆକସ୍ମିକ ମୃତ୍ୟୁ ଏବେ ବି ରହସ୍ୟମୟ ହୋଇ ରହିଛି । ଆଜି ବି ଲୋକ ବିଶ୍ବାସ କରିପାରୁ ନାହାନ୍ତି ଯେ ତାଙ୍କର ମୃତ୍ୟୁ ପ୍ରାକୃତିକ ଥିଲା ।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦେହାନ୍ତ ପରେ ସ୍ବାଧୀନ ଭାରତର କ୍ଷମତା କିଏ ନେବେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥିଲା । ଦୁଇ ସପ୍ତାହ ପରେ ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ହୋଇଥିଲେ ଶାସ୍ତ୍ରୀ । ଏହା ପୂର୍ବରୁ ଗୃହମନ୍ତ୍ରୀ ଥିଲେ ସେ । ୧୯୬୪ ଜୁନ ୯ ତାରିଖରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ସେ ୧୮ ମାସ ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କ ନେତୃତ୍ବରେ ଭାରତ ୧୯୬୫ ଯୁଦ୍ଧରେ ପାକିସ୍ତାନକୁ କଡା ଜବାବ ଦେଇଥିଲା । ତାସକେଣ୍ଟରେ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାନଙ୍କ ସହ ଯୁଦ୍ଧ ସମାପ୍ତ କରିବାକୁ ବୁଝାମାଣା କରିଥିଲେ । ୧୯୬୬ ଜାନୁଆରୀ ୧୧ ତାରିଖରେ ରହସ୍ୟମୟ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରଧାନମନ୍ତ୍ରୀ ଭାବେ ଲାଲ ବାହାଦୂର ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ବହୁତ ଛୋଟ ଥିଲା । ସରଳ ସ୍ବଭାବ, ଦୃଢ ଇଚ୍ଛାଶକ୍ତି ବଳରେ ସେ ବଡ ସଫଳତା ହାସଲ କରିଥିଲେ । ଦେଶର କଠିନ ସମୟରେ ସତ୍ତା ସମ୍ଭାଳିଥିଲେ । ଅନେକ ଚ୍ୟାଲେଞ୍ଚର ସାମ୍ନା କରିଥିଲେ । ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ରୋଚକ ଘଟଣା ।

୯ ଥର ଜେଲ ଯାଇଥିଲେ- ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ଉତ୍ତରପ୍ରଦେଶର ମୁଗଲସରାଇରେ ଜନ୍ମଗ୍ରହଣ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ଦେଢ ବର୍ଷ ବୟସରେ ବାପାଙ୍କୁ ହରାଇଥିଲେ ସେ । ୧୬ ବର୍ଷ ବୟସରେ ପାଠପଢା ଛାଡିଥିଲେ । ୧୭ ବର୍ଷ ବୟସରେ ଜେଲ ଯାଇଥିଲ ମାତ୍ର ନାବାଳାକ ବୋଲି ତାଙ୍କୁ ମୁକ୍ତ କରାଯାଇଥିଲା । ୧୯୨୮ରେ ଲଳିତାଙ୍କୁ ସେ ବିବାହ କରିଥିଲେ । ଉଭଙ୍କର ୬ ସନ୍ତାନ ଥିଲେ । ୧୯୩୦ରେ ଲବଣ ସତ୍ୟାଗ୍ରହ ସମୟରେ ଅଢେଇ ବର୍ଷ ଜେଲରେ ରହିଥିଲେ । ପରେ ସ୍ବାଧୀନତା ଆନ୍ଦୋଳନରେ ଗୋଟିଏ ବର୍ଷ ଜେଲରେ ରହିଥିଲେ । ୧୯୪୨ ଭାରତ ଛାଡ ଅନ୍ଦୋଳନରେ  ୪ ବର୍ଷ ଜେଲରେ ରହିବାକୁ ପଡିଥିଲା । ୧୯୪୬ରେ ଜେଲରୁ ବାହାରିଥିଲେ । ସ୍ବାଧୀନତା ସଂଗ୍ରାମ ସମୟରେ ସେ ୯ ଥର ଜେଲ ଯାଇଥିଲେ ।

ଦେଶକୁ ଭୋକିଲା ରହିବାକୁ ଅପିଲ କରିଥିଲେ- ପାକିସ୍ତାନ ସହ ଯୁଦ୍ଧ ସମୟରେ ଦେଶରେ ଅନ୍ନର ଅଭାବ ଦେଖିବାକୁ ମିଳିଥିଲା । ଦେଶବାସୀଙ୍କ ଧୈର୍ଯ୍ୟ ବଢାଇବାକୁ 'ଜୟ ଯବାନ ୟୟ କିଶାନ ନାରା' ସ୍ଲୋଗାଲ ଦେଇଥିଲେ । ଏହା ସହିତ ଅନ୍ନର ଅଭାବ ଦୂର କରିବା ସହ ଜଡିତ ଦେଶର ଅବସ୍ଥା ସୁଧାରିବାକୁ ଗୋଟିଏ ସମୟରେ ଭୋକିଲା ରହିବାକୁ ଅପିଲ କରିଥିଲେ । ଶାସ୍ତ୍ରୀଙ୍କ ଅପିଲକୁ ଦେଶ ପାଳନ କରିଥିଲା ।

ରହସ୍ୟରେ ମତ୍ୟୁ- ୧୯୬୬ ଜାନୁଆରୀ ୧୧ ତାରିଖରେ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଦେହାନ୍ତ ହୋଇଥିଲା । ଉଜବେକିସ୍ତାନର ତାସକେଣ୍ଟରେ ତାଙ୍କର ନିଧନ ହୋଇଥିଲା । ସେତେବେଳେ ଭାରତ ଓ ପାକିସ୍ତାନ ଯୁଦ୍ଧ ପରେ ପରିସ୍ଥିତି ସମ୍ପର୍କରେ ଏକ ଚୁକ୍ତିନାମା କରିବାକୁ ଶାସ୍ତ୍ରୀ ସୋଭିଏତ ୟୁନିଅନ ସହର ତାସକେଣ୍ଟ ଯାଇଥିଲେ । ୧୯୬୬ ଜାନୁଆରୀ ୧୦ ତାରିଖରେ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାନଙ୍କ ସହ ଚୁକ୍ତି ସ୍ବାକ୍ଷର କରିଥିଲେ । ତାସକେଣ୍ଟ ଚୁକ୍ତିନାମା ପରେ ଶାସ୍ତ୍ରୀଜୀଙ୍କ ଉପରେ ଚାପ ରହିଥିଲା । ଚୁକ୍ତିନାମା ପର ଦିନ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିଲା ମାତ୍ର ତାଙ୍କର ମୃତ୍ୟୁ ହୃହଘାତରେ ହୋଇଥିବା କୁହାଯାଇଥିଲା । ଯେବେ ତାସକାଣ୍ଟରୁ ତାଙ୍କ ମୃତଦେହକୁ ଭାରତକୁ ଅଣାଯାଇଥିଲା ସେବେ ତାଙ୍କ ଦେହରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିବା କିଛି ଲୋକ କହିଥିଲେ । ଆଜି ବି ତାଙ୍କ ମୃତ୍ୟୁର କାରଣ ରହସ୍ୟ ଘେରରେ ରହିଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.