ନୂଆଦିଲ୍ଲୀ,୧୧/୦୧ : ଭବ୍ୟ ଦିବ୍ୟ ରାମ ଜନ୍ମଭୂମି ଆଜି ଚଳଚଞ୍ଚଳ । ଭକ୍ତଙ୍କ ମୁହଁରେ ଆନନ୍ଦ, ଉତ୍ସାହ ପ୍ରସନ୍ନତା ଖେଳିଯାଇଛି । ଭକ୍ତି ଲୁହରେ ଭିଜିଛନ୍ତି ରାମ ଭକ୍ତ । ବିଭୋର ହୋଇଛନ୍ତି ଦେଶବାସୀ । ପ୍ରାଣ ପ୍ରତିଷ୍ଠା ବର୍ଷ ପୂର୍ତ୍ତି ଅବସରରେ ଅଯୋଧ୍ୟା ରାମ ଜନ୍ମଭୂମିରେ ରାମ ଲାଲାଙ୍କର ମହାଭିଷେକ ଅନୁଷ୍ଠିତ ହୋଇଛି । ପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି ରାମଭକ୍ତ । ରାମ ଲାଲାଙ୍କର ଶୃଙ୍ଗାର ହୋଇଛି । ଏହାରେ ଆଳତୀ ଓ ଭୋଗ ଲାଗି କରାଯାଇଛି । ମନ୍ତ୍ର ଧ୍ବନୀରେ କମ୍ପି ଉଠିଛି ମନ୍ଦିର ପରିସର ।
#WATCH | Shri Ram Lalla Mahabhishek performed at Ram Janmabhoomi Temple in Ayodhya on the occasion of the first anniversary of 'Pran Pratishtha'
— ANI (@ANI) January 11, 2025
(Source: DD National) pic.twitter.com/ZmetO4ODOE
ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ବର୍ଷେ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅଯୋଧ୍ୟା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବର୍ଷରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା । ଦୀର୍ଘ ଦିନର ତପସ୍ୟା, ତ୍ୟାଗ ଏବଂ ସଂଘର୍ଷରେ ତିଆରି ହୋଇଥିବା ଏହି ମନ୍ଦିର ଆମ ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ଐତିହ୍ୟ । ଏହି ଦିବ୍ୟ ଭବ୍ୟ ରାମ ମନ୍ଦିର ବିକଶିତ ଭାରତର ସଂକଳ୍ପ ସିଦ୍ଧ କରିବାକୁ ପ୍ରେରଣା ହେବ । ଏହା ଭାରତର ଦୃଷ୍ଟି, ଦର୍ଶନ ଓ ଦିଗଦର୍ଶନର ମନ୍ଦିର । ରାମଙ୍କ ରୂପରେ ରାଷ୍ଟ୍ରଚେତନାର ମନ୍ଦିର । ଏହି ଭବ୍ୟ ରାମ ମନ୍ଦିର ଭାରତର ଉତ୍କର୍ସ ଓ ଉଦୟର ବିକଶିତ ଭାରତର ସାକ୍ଷୀ ହେବ ।
अयोध्या में रामलला की प्राण-प्रतिष्ठा की प्रथम वर्षगांठ पर समस्त देशवासियों को बहुत-बहुत शुभकामनाएं। सदियों के त्याग, तपस्या और संघर्ष से बना यह मंदिर हमारी संस्कृति और अध्यात्म की महान धरोहर है। मुझे विश्वास है कि यह दिव्य-भव्य राम मंदिर विकसित भारत के संकल्प की सिद्धि में एक… pic.twitter.com/DfgQT1HorT
— Narendra Modi (@narendramodi) January 11, 2025
କହି ରୁଖୁଛୁ କି, ୨୦୨୪ ଜାନୁଆରୀ ୨୨ ତାରିଖରେ ୫୦୦ ବର୍ଷର ତପସ୍ୟା ପୂରଣ ହୋଇଥିଲା । ୫୦୦ ବର୍ଷ ପରେ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିଲା । କୋଟି କୋଟି ରାମଭକ୍ତଙ୍କ ପ୍ରତୀକ୍ଷାର ଅନ୍ତ ଘଟିଥିଲା । ଜନ୍ମଭୂମିକୁ ଫେରିଥିଲେ ପ୍ରଭୁ ରାମଲାଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ନିର୍ମାଣ ହୋଇଥିଲା । ତିଥି ଅନୁସାରେ ଜାନୁଆରୀ ୧୧ ତାରିଖରେ ବର୍ଷ ପୂର୍ତ୍ତି ହେଉଥିବାରୁ ରାମ ଜନ୍ମଭୂମିରେ ଭବ୍ୟ ଆୟୋଜନ ହୋଇଛି । ହଜାର ହଜାର ଭକ୍ତିଙ୍କ ସମାବେଶ ହୋଇଛି । ୫୦ କ୍ବିଣ୍ଟାଲ ଫୁଲରେ ସଜେଇ ହୋଇଛି ରାମ ମନ୍ଦିର । ଜୟ ଶ୍ରୀରାମ ଧ୍ବନୀରେ କମ୍ପୁଛି ମନ୍ଦିର ପରିସର । ରାମ ମନ୍ଦିର ପ୍ରତିଷ୍ଠା ହେବା ପରଠୁ ଅଯୋଧ୍ୟାକୁ ପ୍ରତିଦିନ ପାଖାପାଖି ୨ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।