ନୂଆଦିଲ୍ଲୀ,୧୧/୦୧: ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ଫେବୃଆରୀ ୧୮ ତାରିଖରେ ଅବସର ନେବେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର । ଆପଣ ଜାଣିଛନ୍ତି କି ଦେଶରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି କିପରି ହୋଇଥାଏ । ଏ ନେଇ କଣ ନିୟମ ରହିଛି । ଜାଣନ୍ତୁ କିଏ କରନ୍ତି ଚିଫ୍ କମିଶନର ଚୟନ ।
ଅବସର ନେବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର- ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଛି । ଫେବୃଆରୀ ୫ ତାରିଖରେ ଦିଲ୍ଲୀ ନିର୍ବାଚନ ଅନୁଷ୍ଠିତ ହେବ । ୮ ତାରିଖରେ ଫଳାଫଳ ବାହାରିବ । ନିର୍ବାଚନ ତାରିଖ ଘୋଷଣା ସମୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଥିଲେ ଏହା ମୋର ଶେଷ ପ୍ରେସମିଟ । ଆସନ୍ତା ଫେବୃଆରୀ ୧୮ ତାରିଖରେ ତାଙ୍କର କାର୍ଯ୍ୟକାଳ ସରିବ । ଦିଲ୍ଲୀ ବିଧାନସଭା ନିର୍ବାଚନ ତାଙ୍କର ଚିଫ୍ ଇଲେକ୍ସନ କମିଶନର ଭାବେ ଶେଷ ନିର୍ବାଚନ ହେବ ।
କିପରି ନିଯୁକ୍ତ ହୁଅନ୍ତି ମୁଖ୍ୟ ନିର୍ବାଚନ କମିଶନର- ଏବେ ପ୍ରଶ୍ନ ଆସୁଥିବ ଦେଶର ମୁଖ୍ୟ ନିର୍ବାଚନ କମିଶନରଙ୍କ ଚୟନ କିପରି ହୁଏ । କହି ରଖୁଛୁ କି ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂନିର୍ବାଚନ ଆୟୁକ୍ତ ଚୟନ ନେଇ ନୂଆ ନିୟମ ଲାଗୁ ହୋଇଛି । ଚୟନ ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି । ନିର୍ବାଚନ ଆୟୋଗରେ ସିଇସିଙ୍କ ସହିତ ଅନ୍ୟ ନିର୍ବାଚନ ଆୟୁକ୍ତ ରହିଥାନ୍ତି । ବର୍ତ୍ତମାନ ଜ୍ଞ୍ୟାନେଶ କୁମାର ଓ ସୁଖବୀର ସିଂହ ସଦ୍ଦୁ ଏହି ପଦରେ ରହିଛନ୍ତି । ନୂଆ ଆଇନ ଅନୁସାରେ ଚିଫ୍ ଇଲେକ୍ସନ କମିଶନର ଓ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ନାମର ଏକ ସଟଲିଷ୍ଟ ବାହାରିଥାଏ । ଏହାପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩ ସଦ୍ୟସୀୟ କମିଟି ପାଖକୁ ପଠାଯିବ । ଏହା ପରେ ଚୟନ କମିଟି ସୁପାରିଶ କରିଥିବା ନାମରକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବେ । ଏହାପରେ ରାଷ୍ଟ୍ରପତି ଉକ୍ତ ନାମରେ ଅନ୍ତିମ ମୋହର ମାରିବେ । ଏହାପରେ ନୋଟିଫକେସନ ଜାରି କରାଯିବ । ଚୟନ କମିଟି ଅଧକ୍ଷତା ପ୍ରଧାନମନ୍ତ୍ରୀ କରିଥାନ୍ତି ।
ସମସ୍ତ ନିର୍ବାଚନ ଦାୟିତ୍ବ ଥାଏ- କହିରଖୁଛୁ କି ଦେଶରେ ହେଉଥିବା ସମସ୍ତ ନିର୍ବାଚନ ଦାୟିତ୍ବ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଉପରେ ଥାଏ । ସମ୍ବିଧାନର ଅନୁଚ୍ଛେଦ ୩୨୪ରେ ନିର୍ବାଚନ ଆୟୋଗଙ୍କ ବିଷୟରେ ରହିଛି । ଲୋକସଭା, ରାଜ୍ୟସଭା, ବିଧାନସଭାଠୁ ନେଇ ରାଷ୍ଟ୍ରପତି- ଉପରାଷ୍ଟ୍ରପତି ନିର୍ବାଚନ ଦାୟିତ୍ବ ମୁଖ୍ୟ ନିର୍ବାଚନ କମିଶନରଙ୍କ ଉପରେ ଥାଏ । ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଅଧିନରେ ନିର୍ବାଚନ ଆୟୁକ୍ତ ରହିଥାନ୍ତି । ରାଜ୍ୟରେ ନିର୍ବାଚନ ଆୟୋଗଙ୍କୁ ରାଜ୍ୟପାଳ ନିଯୁକ୍ତି କରିଥାନ୍ତି । ରାଜୀବ କୁମାରଙ୍କ ପରେ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ପରବର୍ତ୍ତୀ ଚିଫ୍ କମିଶନର ହୋଇପାରନ୍ତି ବୋଲି ଚର୍ଚ୍ଚା ହୋଇପାରନ୍ତି ।