ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ରମେଶ ବିଧୁରୀ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା, ଦୁଇ ଦିନ ଭିତରେ ଘୋଷଣା କରିବ ଦଳ: କେଜ୍ରିଓ୍ବାଲ

Published By : Tapas Panda | January 11, 2025 5:16 PM

ନୂଆଦିଲ୍ଲୀ: ପରବେଶ ବର୍ମା ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଦାବି କରିଆସିଥିବା ଅରବିନ୍ଦ କେଜ୍ରିଓ୍ବାଲ ଏବେ ନୂଆ ଦାବି କରିଛନ୍ତି । ଦିଲ୍ଲୀ ଲାଗି ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ରମେଶ ବିଧୁରୀ ବୋଲି କହିଛନ୍ତି କେଜ୍ରିଓ୍ବାଲ । ବିଜେପିର କେହି ଜଣେ ନେତା ଏକଥା ତାଙ୍କୁ କହିଛନ୍ତି ବୋଲି ସେ ଦାବି କରିଛନ୍ତି । ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି, ‘ଆମକୁ ସୂଚନା ମିଳୁଛି ଯେ ରମେଶ ବିଧୁରୀ ବିଜେପିର ସିଏମ ଚେହେରା । ଏନେଇ ଦିନେରୁ ଦୁଇ ଦିନ ଭିତରେ ଆନୁଷ୍ଠାନିକ ଭାବରେ ଘୋଷଣା କରିବ ବିଜେପି ।

ସେ କହିଛନ୍ତି, ଏଥିପାଇଁ ରମେଶ ବିଧୁରୀଙ୍କୁ ଅଭିନନ୍ଦନ ଜଣାଉଛି । ତେବେ ସାଂସଦ ଥିବା ବେଳେ ଦିଲ୍ଲୀ ପାଇଁ କଣ କରିଛନ୍ତି ସେନେଇ ବିଧୁରୀ କହିବା ଦରକାର । ଦିଲ୍ଲୀ ପାଇଁ ତାଙ୍କର ଭିଜନ୍‌ କଣ ? ଆନୁଷ୍ଠାନିକ ଭାବରେ ନାମ ଘୋଷଣା ହେବା ପରେ ବିଜେପି ଓ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ମଧ୍ୟରେ ସାର୍ବାଜନୀନ ଭାବେ ବିତର୍କ ହେବା ଦରକାର । 

ଅନ୍ୟପଟେ ଡିସେମ୍ବର ୧୫ରୁ ଜାନୁଆରୀ ୮ ମଧ୍ୟରେ ୧୩ ହଜାର ନୂଆ ଭୋଟର କେମିତି ସୃଷ୍ଟି ହେଲେ ବୋଲି ସେ ପଚାରିଛନ୍ତି ।  ଅଧିକାଂଶ ନୂଆ ଭୋଟରଙ୍କୁ ପଡ଼ୋଶୀ ଉତ୍ତର ପ୍ରଦେଶ ଏବଂ ବିହାରରୁ ଅଣାଯାଇଛି । ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ଲାଗି ବିଜେପି ଚେଷ୍ଟା ଚଳାଇଛି ବୋଲି କେଜ୍ରିଓ୍ବାଲ ଅଭିଯୋଗ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ କେଜ୍ରିଓ୍ବାଲ କହିଛନ୍ତି, ‘ମାତ୍ର ୧୫ ଦିନ ଭିତରେ ୧୩ ହଜାର ନୂଆ ଭୋଟର କେଉଁଠୁ ଆସିଲେ ? ସେମାନଙ୍କ ମଧ୍ୟରୁ ଅଧିକାଂଶ ଭୋଟରଙ୍କୁ ପଡ଼ୋଶୀ ଉତ୍ତର ପ୍ରଦେଶ, ବିହାର ଏବଂ ଅନ୍ୟ ରାଜ୍ୟରୁ ଅଣାଯାଇଛି । ବିଧାନସଭା ନିର୍ବାଚନରେ କେଉଁ ଭଳି ଦୁର୍ନୀତି ହେଉଛି ତାହା ଜଣାପଡ଼ୁଛି ।’ ସୂଚନାଯୋଗ୍ୟ, ଦିଲ୍ଲୀ ନିର୍ବାଚନ ଫେବୃଆରୀ ୫ରେ ହେବାକୁ ଥିବା ବେଳେ ଫେବୃଆରୀ ୮ରେ ଫଳାଫଳ ପ୍ରକାଶ ପାଇବ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.