ପ୍ରମୂଖ ଖବର
  • ବାଙ୍କୀ : ଭଗିପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • HMPV ଭାଇରସ୍ ମାମଲା ମିଳିବା ପରେ ଆସାମରେ ଆତଙ୍କ,୧୦ ମାସର ଶିଶୁ ସଂକ୍ରମିତ
  • ||
  • ବାଲିଗୁଡ଼ା : ବାପା ସାଜିଲା ହତ୍ୟାକାରୀ, ମଦ୍ୟପ ପୁଅକୁ ଛୁରୀ ଭୁସିଦେଲା ବାପା
  • ||
  • ବଲାଙ୍ଗୀର : ଚାଲାଣ ବେଳେ ୨୫ ଶ୍ରମିକ ଉଦ୍ଧାର, ଜଣେ ଦଲାଲ ଅଟକ
  • ||
  • କେନ୍ଦୁଝର : ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ବ୍ରହ୍ମପୁର : ପରିତ୍ୟକ୍ତ ଘରୁ ଏକାଧିକ ବୋମା ଜବତ, ନିଷ୍କ୍ରିୟ କରିବାରୁ ଆସିଲା ସ୍ବତନ୍ତ୍ର ଟିମ୍
  • ||
  • ରହିତାଦେଶ ହଟାଇଲେ ହାଇକୋର୍ଟ: ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ, ଜବାବ ରଖିବା ଲାଗି ସମୟ ନେଲେ ଆବେଦନକାରୀ
  • ||
  • ବାଲେଶ୍ୱରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି, ରବିବାର ରାତି ୧୦ ଯାଏ କଟକଣା ଲାଗୁ
  • ||
  • ଦାରିଙ୍ଗବାଡ଼ିରେ ସର୍ବାଧିକ ତୁଷାରପାତ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼
  • ||
  • ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ, ଅଯୋଧ୍ୟାରେ ଭବ୍ୟ ଆୟୋଜନ
  • ||
  • ଖୋର୍ଦ୍ଧା : ୫୦ କେଜି ଗଞ୍ଜେଇ ସହ କାର୍‌ ଜବତ, ୩ ଗିରଫ
  • ||
  • କଟକ : ବାଉଁଶ ବ୍ୟବସାୟୀଙ୍କ ଘରକୁ ବୋମାମାଡ଼, ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ରାଜ୍ୟରେ ରବିବାରଠୁ କମିବ ଶୀତ, ୨ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ: ୧୦ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ଆଇଏମଡିର ୧୫୦ ତମ ପ୍ରତିଷ୍ଠା ଦିବସରେ ସାମିଲ ହେବାକୁ ମନା କଲା ବାଂଲାଦେଶ, ଦର୍ଶାଇଲା ଏହି କାରଣ

Published By : Tapas Panda | January 11, 2025 4:36 PM

Image Courtesy: myind.net

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଭାରତରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ଯୋଗ ଦେବନି ବାଂଲାଦେଶ । ଭାରତ ପକ୍ଷରୁ ନିମନ୍ତ୍ରଣ କରାଯାଇଥିବା ବେଳେ ଶୁକ୍ରବାର ବାଂଲାଦେଶ ସରକାର ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସରକାରୀ ଖର୍ଚ୍ଚରେ ଅଯଥା ବିଦେଶ ଭ୍ରମଣ ଉପରେ ପ୍ରତିବନ୍ଧକ ଥିବାରୁ ବାଂଲାଦେଶର ଅଧିକାରୀ ଭାରତ ଆସିବେ ନାହିଁ ବୋଲି କୁହାଯାଇଛି । ବାଂଲାଦେଶ ପାଣିପାଗ ବିଭାଗର କାର୍ଯ୍ୟକାରୀ ନିର୍ଦ୍ଦେଶକ ମୋମିନୁଲ ଇସ୍ଲାମ କହିଛନ୍ତି, ଆଇଏମଡି ପକ୍ଷରୁ ଆମକୁ ନିମନ୍ତ୍ରଣ କରାଯାଇଥିଲା । ଆମେ ସେମାନଙ୍କ ସହ ସୁସଂପର୍କ ରଖିବୁ ଏବଂ ସହଯୋଗ କରିବୁ । 

ଆଇଏମଡି ପ୍ରତିଷ୍ଠା ଦିବସରେ ଯୋଗ ଦେବେ କି ନାହିଁ ପ୍ରଶ୍ନରେ ମୋମିନୁଲ କହିଛନ୍ତି, ଆମେ ଉତ୍ସବରେ ସାମିଲ ହୋଇପାରିବୁ ନାହିଁ । ସରକାରଙ୍କ ଦ୍ବାରା ଅଯଥା ବିଦେଶ ଭ୍ରମଣ ଉପରେ ପ୍ରତିବନ୍ଧକ ଲାଗିଛି । ଅନ୍ୟପଟେ ଆଇଏମଡି ବିଭିନ୍ନ ପଡ଼ୋଶୀ ରାଷ୍ଟ୍ରଙ୍କୁ ପ୍ରତିଷ୍ଠା ଦିବସରେ ଯୋଗ ଦେବାକୁ ଆମନ୍ତ୍ରଣ କରିଛି ।   ଏହି ତାଲିକାରେ ପାକିସ୍ତାନ, ଆଫଗାନିସ୍ତାନ, ମ୍ୟାଁମାର, ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ମାଳଦ୍ବୀପ ଭଳି ଦେଶ ସାମିଲ ରହିଛି । ଏହା ସହ ମଧ୍ୟପ୍ରାଚ୍ୟ ଏବଂ ଦକ୍ଷିଣ ପଶ୍ଚିମ ଏସିଆର ଦେଶମାନଙ୍କୁ ଆମନ୍ତ୍ରିତ କରାଯାଇଛି । 

ଆଇଏମଡିର ଜଣେ ଅଧିକାରୀଙ୍କ ଅନୁସାରେ, ୧୫୦ ବର୍ଷ ପୂର୍ବରୁ ଆଇଏମଡିର ପ୍ରତିଷ୍ଠା ସମୟରେ ଯେଉଁ ସବୁ ଦେଶର ପ୍ରତିନିଧି ଉପସ୍ଥିତ ଥିଲେ ସେହି ସବୁ ଦେଶକୁ ଆମନ୍ତ୍ରଣ କରାଯାଇଛି । ପାକିସ୍ତାନ ଉତ୍ସବରେ ଯୋଗ ଦେବାକୁ ରାଜି ହୋଇଥିବା ବେଳେ ବାଂଲାଦେଶ ପକ୍ଷରୁ କୌଣସି ସୂଚନା ମିଳିନାହିଁ ବୋଲି ସେ କହିଛନ୍ତି ।  ସୂଚନାଯୋଗ୍ୟ, ବ୍ରିଟିଶ ଅମଳରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ୧୮୭୫ରେ ପ୍ରତିଷ୍ଠା ହୋଇଥିବା ଆଇଏମଡିର କାର୍ଯ୍ୟଦକ୍ଷତାକୁ ଆଜି ସାରା ବିଶ୍ବ ପ୍ରଶଂସା କରୁଛି । 

କାର୍ଯ୍ୟ ଆରମ୍ଭ କରିବା ପାଖରୁ ଦେଶକୁ ବହୁ ପ୍ରାକୃତିକ ବିପଦରୁ ରକ୍ଷା କରିଛି ଆଇଏମଡି । ବାତ୍ୟା, ବନ୍ୟା, ଝଡ଼ ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସଠିକ୍‌ ପୂର୍ବନୁମାନ କରିବାରେ ମାଇଲ ଖୁଣ୍ଟ ସ୍ଥାପନ କରିଛି ଆଇଏମଡି । ପ୍ରଥମେ ଆଇଏମଡିର ମୁଖ୍ୟାଳୟ କୋଲକାତାରେ ସ୍ଥାପନ ହୋଇଥିଲା । ପରେ ଶିମଲା, ପୁନେ ଏବଂ ଶେଷରେ ୧୯୪୪ରେ ଦିଲ୍ଲୀକୁ ସ୍ଥାନାନ୍ତର ହୋଇଥିଲା ଆଇଏମଡିର ମୁଖ୍ୟାଳୟ । ତେବେ ୧୫ ଜାନୁଆରୀ ୨୦୨୫ରେ ଆଇଏମଡିକୁ ୧୫୦ ବର୍ଷ ପୂରିବାକୁ ଯାଉଛି । 

 

  • Bangladesh
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.