ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍ରିଓ୍ବାଲଙ୍କୁ ଅଡ଼ୁଆରେ ପକାଇଲା ସିଏଜି ରିପୋର୍ଟ, ଆପ୍‌କୁ ଜୋରଦାର ଟାର୍ଗେଟ କଲା ବିଜେପି

Published By : Tapas Panda | January 11, 2025 7:41 PM

ନୂଆଦିଲ୍ଲୀ: ଦିଲ୍ଲୀରେ ପୂର୍ବତନ କେଜ୍ରିଓ୍ବାଲ ସରକାର ଅବକାରୀ ନୀତି ତିଆରି କଲା ବେଳେ ସବୁ ନିୟମକୁ ଫୁ କରି ଦେଇଥିଲେ । ଏହକୁ ନେଇ କେଜ୍ରିଓ୍ବାଲଙ୍କ ସମେତ ତାଙ୍କର ନେତା ଜେଲ୍‌ ଯାଇଥିଲେ ଏବଂ ବିବାଦ ଏବେ ବି ଲାଗି ରହିଛି । କେଜ୍ରିଓ୍ବାଲଙ୍କ ଏହି ନୀତି ପାଇଁ ରାଜ୍ୟକୁ ବହୁ କ୍ଷତି ସହିବାକୁ ପଡ଼ିଛି ବୋଲି ସିଏଜି ରିପୋର୍ଟରୁ ଜଣାପଡ଼ିଛି । ପ୍ରକାଶିତ ସିଏଜି ରିପୋର୍ଟ ଅନୁସାରେ, କେଜ୍ରିଓ୍ବାଲଙ୍କ ଭୁଲ ଅବକାରୀ ନୀତି ଲାଗି ରାଜ୍ୟକୁ ୨,୦୬୨ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି । ତେବେ ଫେବୃଆରୀ ୫ରେ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସିଏଜି ରିପୋର୍ଟ ସମସ୍ତଙ୍କୁ ଚକିତ କରିଛି ।

ଶନିବାର ସାର୍ବଜନୀନ ହୋଇଥିବା ସିଏଜି ରିପୋର୍ଟକୁ ନେଇ ବିଜେପି ଉଭୟ ଆପ୍‌ ଏବଂ କେଜ୍ରିଓ୍ବାଲଙ୍କୁ ଜୋରଦାର ଟାର୍ଗେଟ କରିଛି । ବିଜେପି ଆପ୍‌କୁ ଟାର୍ଗେଟ କରି କହିଛି ଯେ, ସିଏଜି ରିପୋର୍ଟରେ ଦିଲ୍ଲୀର ଆମ୍‌ ଆଦମୀ ପାର୍ଟି ସରକାର ଏବଂ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସବୁ ଦୁର୍ନୀତି ସାମ୍‌ନାକୁ ଆସିଛି।  ବିଜେପି ନେତା ଅନୁରାଗ ଠାକୁର କହିଛନ୍ତି, ‘ଦିଲ୍ଲୀରେ ୨ ,୦୨୬ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଛି। ଆପ୍‌ କହିଥିଲା ବିଦ୍ୟାଳୟ ତିଆରି କରିବ, କିନ୍ତୁ ମଧୁଶାଳା ତିଆରି ହେଉଛି । ଏମାନେ ଝାଡ଼ୁ କଥା କହୁଥିଲେ କିନ୍ତୁ ଝାଡ଼ୁରୁ ଦାରୁ (ମଦ)କୁ ଆସିଗଲେ । ଏମାନଙ୍କର ୧୦ ବର୍ଷର ଶାସନ ହେଉଛି ଦୁର୍ନୀତି ଆଉ ଆପ୍‌ର ପାପ। ଦିଲ୍ଲୀରେ ଅରବିନ୍ଦ କେଜରିଓ୍ବାଲ ୨୦୨୬ କୋଟି ଟଙ୍କାର ରାଜସ୍ବ କ୍ଷତି କରିଛନ୍ତି।’

ସେ ଆହୁରି କହିଛନ୍ତି, ଯଦି ଆପ୍‌ର ନୀତି ଏତେ ଭଲ ଥିଲା ତେବେ ତାକୁ ପ୍ରତ୍ୟାହାର କାହିଁକି କଲେ । ଆଜି ଆପ୍ ପାଖରେ ଦିଲ୍ଲୀର ଭଙ୍ଗା ରାସ୍ତା, ଘରେ ମଇଳା ପାଣି, ବଢ଼ୁଥିବା ବିଜୁଳୀ ବିଲ୍‌, ଅଳିଆର ପାହାଡ଼ ଏବଂ ପ୍ରଦୂଷଣର କୌଣସି ଉତ୍ତର ନାହିଁ । ଦିଲ୍ଲୀ ‘ଆପ୍-ଦା’ରୁ ମୁକ୍ତ ହେବାକୁ ଚାହୁଁଛି ।  ଯିଏ ବଡ଼ ଘର, ଗାଡ଼ି, ସିକ୍ୟୁରିଟି ଗାର୍ଡ ନନେବା କଥା କହୁଥିଲେ ଆଜି ସେ ବଡ଼ ଘର ନୁହେଁ ବରଂ ଶୀଶମହଲ ଗଢ଼ିଛନ୍ତି । ବଡ଼ ଗାଡ଼ି ନୁହେଁ, ସବୁଠୁ ବଡ଼ ଗାଡ଼ି ନେଇଛନ୍ତି । ଗୋଟିଏ ନୁହେଁ ଦୁଇ ଦୁଇଟି ରାଜ୍ୟରୁ ସୁରକ୍ଷା ନେଇଛନ୍ତି । ଗୋଟିଏ ଦୁର୍ନୀତି ନୁହେଁ ଅନେକ ଦୁର୍ନୀତି କରିଛନ୍ତି। ଆଉ ସବୁ ପାପ ଅରବିନ୍ଦ କେଜରିଓ୍ବାଲଙ୍କ ନେତୃତ୍ବରେ ହୋଇଛି । 

ସେହିଭଳି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ କେଜ୍ରିଓଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି, ଶାସନ ଲୋଭରେ ଥିବା ବ୍ୟକ୍ତି କୁଶାସନ ଚଳାଇଛନ୍ତି । ଲୁଟ୍‌ର ‘ଆପ୍-ଦା’ ମଡେଲ ଖୋଲାଖୋଲି ଭାବରେ ସାମ୍‌ନାକୁ ଆସିଛି। ମଦ ନୀତି ଦୁର୍ନୀତି ଉପରେ ସିଏଜି ରିପୋର୍ଟରେ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଆପ୍ ସରକାରଙ୍କ ମୁଖା ଖୋଲିଛି। ନୀତିକୁ କାର୍ଯ୍ୟକାରୀ କରିବାରେ ଜାଣିଶୁଣି ଭୁଲ୍ କରାଯାଇଛି । ଯେଉଁଥିପାଇଁ ରାଜ୍ୟ ରାଜକୋଷରୁ ୨୦୨୬ କୋଟି ଟଙ୍କାର କ୍ଷତି ହୋଇଛି ।

 

  • new delhi
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.