ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

କେଜ୍ରିଓ୍ବାଲ ଓ ସିସୋଦିଆ ଯେଉଁଠିକୁ ଯାଆନ୍ତି, ସେଠାରେ ଲୋକଙ୍କୁ ମଦ ବୋତଲ ଦେଖାଯାଏ : ଶାହଙ୍କ ବଡ଼ ହମଲା

Published By : Prameya | January 11, 2025 7:08 PM

ନୂଆଦିଲ୍ଲୀ,୧୧।୧:ଅରବିନ୍ଦ କେଜ୍ରିଓ୍ବାଲ ଓ ମନୀଷ ସିସୋଦିଆ ଯେଉଁଠିକୁ ଯାଆନ୍ତି, ସେଠାରେ ଲୋକଙ୍କୁ ମଦ ବୋତଲ ଦେଖାଯାଏ। ଏଭଳି କିଛି   ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ୍ର କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଛନ୍ତି, ୫ ଫେବୃଆରୀରେ ଦିଲ୍ଲୀର ଆପ-ଦା ମୁକ୍ତି ଦିନ ରହିଛି। ଯେଉଁ ଲୋକ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରୁଥିଲେ, ଆନ୍ନା ହଜାରେଙ୍କ ଭଳି ସନ୍ଥ ପୁରୁଷଙ୍କୁ ଆଗରେ ଆଣି, ଏବେ ସେମାନେ ଦିଲ୍ଲୀବାସୀଙ୍କ ପାଇଁ ଆପ-ଦା ଆଣିଛନ୍ତି। କାରଣ କେଜ୍ରିଓ୍ବାଲ ଆପ୍ ପାଇଁ ଆପ-ଦା ପାଲଟିଛନ୍ତି। କେଜ୍ରିଓ୍ବାଲ ଓ ସିସୋଦିଆ ଯେଉଁଠିକୁ ଯାଉଛନ୍ତି, ସେଠାରେ ଲୋକଙ୍କୁ ମଦ ବୋତଲ ଦେଖାଯାଏ।

ଶାହ କହିଛନ୍ତି, ଦିଲ୍ଲୀରେ ବସ୍ତିରେ ରହୁଥିବା ଲୋକଙ୍କୁ ମଇଳା ପାଣି ମିଳୁଛି। ବସ୍ତିରେ ରହୁଥିବା ଲୋକ ଆମକୁ ପଚାରୁଛନ୍ତି ଦିଲ୍ଲୀ ଦୁନିଆର ସବୁଠାରୁ ପ୍ରଦୂଷିତ ସହର କାହିଁକି ? ଗତ ୧୦ ବର୍ଷରେ କେଜ୍ରିଓ୍ବାଲ ଦିଲ୍ଲୀରେ କ’ଣ କହିଛନ୍ତି ? ଯଦି  କେଜ୍ରିଓ୍ବାଲ କିଛି କରିପାରୁ ନାହାନ୍ତି ତାଙ୍କୁ ନିଜର ସରକାର ଛାଡିଦେବା ଦରକାର। ବିଜେପି ସବୁ କରିକି ଦେଖାଇବ। କେଜ୍ରିଓ୍ବାଲ ଏକମାତ୍ର ସିଏମ୍ ଯିଏକି ଜେଲ୍ ଯିବାପରେ ବି ଇସ୍ତଫା ଦେଇନାହାନ୍ତି।

ଅମିତ ଶାହ କହିଛନ୍ତି,ଆମେ କହିଥିଲୁ ଅଯୋଧ୍ୟାରେ ରାମ ମନ୍ଦିର ହେବ। କେଜ୍ରିଓ୍ବାଲ କହୁଥିଲେ ମନ୍ଦିର ହେ‌ଲେ କ’ଣ ହେବ ? ଶୌଚାଳୟ ତିଆରି କରିବା ଦରକାର। କେଜ୍ରିଓ୍ବାଲ ଜୀ ଆମେ ଟଏଲେଟ୍ ବି ତିଆରି କରିଛୁ। ୫୫୦ ବର୍ଷର ଅପେକ୍ଷା ପରେ ଅଯୋଧ୍ୟାରେ ରାମ ମନ୍ଦିର ହେଲା। ମୋଦିଙ୍କ ଗ୍ୟାରେଣ୍ଟି ହେଉଛି ବସ୍ତିରେ ରହୁଥିବା ଲୋକଙ୍କୁ ପକ୍କା ଘର ଦିଆଯିବ। କେଜ୍ରିଓ୍ବାଲଙ୍କ ‘ଶିଶାମହଲ’ର ଶୌଚାଳୟ ଏହି ବସ୍ତିଠାରୁ ବି ମହୁତ ମହଙ୍ଗା।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.