ପ୍ରମୂଖ ଖବର
  • ବାଙ୍କୀ : ଭଗିପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • HMPV ଭାଇରସ୍ ମାମଲା ମିଳିବା ପରେ ଆସାମରେ ଆତଙ୍କ,୧୦ ମାସର ଶିଶୁ ସଂକ୍ରମିତ
  • ||
  • ବାଲିଗୁଡ଼ା : ବାପା ସାଜିଲା ହତ୍ୟାକାରୀ, ମଦ୍ୟପ ପୁଅକୁ ଛୁରୀ ଭୁସିଦେଲା ବାପା
  • ||
  • ବଲାଙ୍ଗୀର : ଚାଲାଣ ବେଳେ ୨୫ ଶ୍ରମିକ ଉଦ୍ଧାର, ଜଣେ ଦଲାଲ ଅଟକ
  • ||
  • କେନ୍ଦୁଝର : ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ବ୍ରହ୍ମପୁର : ପରିତ୍ୟକ୍ତ ଘରୁ ଏକାଧିକ ବୋମା ଜବତ, ନିଷ୍କ୍ରିୟ କରିବାରୁ ଆସିଲା ସ୍ବତନ୍ତ୍ର ଟିମ୍
  • ||
  • ରହିତାଦେଶ ହଟାଇଲେ ହାଇକୋର୍ଟ: ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ, ଜବାବ ରଖିବା ଲାଗି ସମୟ ନେଲେ ଆବେଦନକାରୀ
  • ||
  • ବାଲେଶ୍ୱରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି, ରବିବାର ରାତି ୧୦ ଯାଏ କଟକଣା ଲାଗୁ
  • ||
  • ଦାରିଙ୍ଗବାଡ଼ିରେ ସର୍ବାଧିକ ତୁଷାରପାତ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼
  • ||
  • ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ, ଅଯୋଧ୍ୟାରେ ଭବ୍ୟ ଆୟୋଜନ
  • ||
  • ଖୋର୍ଦ୍ଧା : ୫୦ କେଜି ଗଞ୍ଜେଇ ସହ କାର୍‌ ଜବତ, ୩ ଗିରଫ
  • ||
  • କଟକ : ବାଉଁଶ ବ୍ୟବସାୟୀଙ୍କ ଘରକୁ ବୋମାମାଡ଼, ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ରାଜ୍ୟରେ ରବିବାରଠୁ କମିବ ଶୀତ, ୨ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ: ୧୦ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ସହିପାରିଲେନି ମହିଳାଙ୍କ ମାନସିକ ନିର୍ଯାତନା; ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ

Published By : Bijay Swain | January 11, 2025 5:50 PM

Image courtesy: india today

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ଅତ୍ୟାଚାର ଓ ବ୍ଲାକମେଲର ଶିକାର ହୋଇ ଜଣେ ୨୭ ବର୍ଷିୟ ଯବାନ ନିଜେ ନିଜକୁ ଗୁଳି କରିଦେଇଛନ୍ତି। ଜମ୍ମୁ କାଶ୍ମୀରରେ ନିୟୋଜିତ ହୋଇଥିବା ଏହି ଯବାନ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରିଦେଇଛନ୍ତି। ଜାନୁୟାରୀ ୪ ତାରିଖରେ କାଶ୍ନୀରର ପୂଞ୍ଚ ଅଞ୍ଚଳରେ ଏହି ଘଟଣା ଘଟିଛି। 

ଆତ୍ମହତ୍ୟା କରିଥିବା ଯବାନଙ୍କ ନାମ କ୍ରିଷ୍ଣା କୁମାର ଯାଦବ ହୋଇଥିବା ବେଳେ ତାଙ୍କ ଘର ଜୟପୁର ଅନ୍ତର୍ଗତ ଅମରସର ଗ୍ରାମରେ ହୋଇଥିବା ଜଣାପଡିଛି। ଆତ୍ମହତ୍ୟା ପୂର୍ବରୁ କ୍ରିଷ୍ଣା ଏକ ସୁଇସାଇଡ ନୋଟ ଲେଖିଯାଇଥିଲେ। ଏହି ସୁଇସାଇଡ ନୋଟରେ ମହିଲାଜଣଙ୍କ ତାଙ୍କୁ ଦୀର୍ଘ ଦୁଇବର୍ଷ ହେବ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି। 

କ୍ରିଷ୍ଣା ନିଜ ସାଙ୍ଗ ମାନଙ୍କ ସହ ରାଜସ୍ଥାନର ଶୀକର ଜିଲ୍ଲାରେ ଥିବା ଜୀନମାତା ମନ୍ଦିରକୁ ବୁଲିଯାଇଥିବା ବେଳେ ଉକ୍ତ ମହିଳା ଜଣଙ୍କ ତାଙ୍କୁ ନିଶା ଦେଇଥିଲେ। ସେ ନିଶାଗ୍ରସ୍ଥ ଅବସ୍ଥାରେ ଥିବା ବେଳେ ମହିଳା ଜଣଙ୍କ ତାଙ୍କ ସହ ଅନୈତିକ କାମ କରି ତାର ଫଟୋ ରଖି ତାଙ୍କୁ ବ୍ଲାକମେଲ କରୁଥିଲେ। ତେବେ ସେ ତାଙ୍କୁ ୧୫ ଲକ୍ଷ ଟଙ୍କା ନଦେଲେ ସବୁ ଫଟୋ ଭିଡିଓ ଭାଇରାଲ କରିଦେବେ ବୋଲି କହି ମାନସିକ ନିର୍ଯାତନା ଦେଉଥିଲେ ବୋଲି ସେ ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି। 

କ୍ରିଷ୍ଣାଙ୍କ ପରିବାର ଗତ ମଙ୍ଗଳବାର ତାଙ୍କ ମର ଶରୀରକୁ ରାସ୍ତା ଉପରେ ରଖି ଦୋଷୀକୁ ଗିରଫ କରିବା ପାଇଁ ଆନ୍ଦୋଳନ କରିଥିଲେ। ଏହି ଘଟଣା ଜଣା ପଡିବା ପରେ ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରି ମୁକେଶ ଚୌଧୁରି ପହଞ୍ଚି ତାଙ୍କ ଘର ଲୋକଙ୍କୁ ବୁଝାସୁଝା କରିବା ସହ ସେ ଏହି ଘଟଣାରେ କାର୍ଯ୍ୟାନୁଷ୍ଟାନ ନେବେ ବୋଲି ଘୋଷଣା କରିଥିଲେ। 

ତେବେ ଏହି ଘଟଣାରେ ଅମରସାର ପୋଲିସ ଥାନାରେ ଅଭିଯୁକ୍ତ ମହିଳାଙ୍କ ନାମରେ କ୍ରିଷ୍ଣାଙ୍କ ପରିବାର ଲୋକ ଅଭିଯୋଗ ଦାୟର କରିଛନ୍ତି। ପୋଲିସ ଅଭିଯୋଗ ଗ୍ରହଣ କରିବା ସହ ଏ ଦିଗରେ ତଦନ୍ତ ଜାରି ରଖିଛି। ତେବେ ଖବର ଲେଖାହେବାଯାଏ ଏହି ଘଟଣାରେ କେହି ଗିରଫ ହୋଇ ନଥିବା ଜଣା ପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.