କନ୍ନୌଜ – ୟୁପିର କନ୍ନୌଜରେ ଶନିବାର ଦ୍ୱିପ୍ରହରରେ ଭୟଙ୍କର ଦୁର୍ଘଟଣା ଘଟିଛି। ରେଲୱେ ଷ୍ଟେସନର ନିର୍ମାଣାଧିନ ବିଲ୍ଡିଂର ଲେଣ୍ଟର ହଠାତ୍ ଭାଙ୍ଗି ପଡ଼ିଛି। ଏହି ସମୟରେ ବିଲ୍ଡିଂ ତଳେ କାମ କରୁଥିବା ପାଖାପାଖି ୨୦ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି। ଏଥିରେ ସେଠାରେ ଆତଙ୍କ ଖେଳି ଯାଇଛି। ଦୁର୍ଘଟଣାର ଖବର ପାଇବା କ୍ଷଣି ପୁଲିସ ଓ ପ୍ରଶାସନର ଅଧିକାରୀ ଘଟଣା ସ୍ଥଳ ଅଭିମୁଖେ ଯାତ୍ରା କରିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଶ୍ରମିକଙ୍କୁ ବାହାରକୁ ଆଣିବାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଟିମ୍ ଏବେସୁଦ୍ଧା ୬ଜଣ ଶ୍ରମିକଙ୍କ ଭଗ୍ନାବଶେଷରୁ ବାହାର କରିଛନ୍ତି , ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଶ୍ରମିକଙ୍କ ରେସ୍କ୍ୟୁ ଜାରି ରହିଛି। ଅଧିକାରୀଙ୍କ ମୁତାବିକ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି , ଖୁବ୍ ଶୀଘ୍ର ଅନ୍ୟ ଶ୍ରମିକଙ୍କୁ ଭଗ୍ନାବଶେଷ ତଳୁ ବାହାର କରାଯିବ।
ସୂଚନା ଅନୁସାରେ, ଦୁର୍ଘଟଣାଟି ଶନିବାର ଦ୍ୱିପ୍ରହର ସମୟ ପାଖାପାଖି ୩ଟାରେ ହୋଇଛି। ଏହି ସମୟରେ ରେଲୱେ ଷ୍ଟେସନ ପରିସରରେ ଅମୃତ ଯୋଜନା ଅନୁସାରେ , ନିର୍ମାଣ କାର୍ଯ୍ୟ ଚାଲୁ ଥିଲା। ଏହି ସମୟରେ ନିର୍ମାଣାଧିନ ଏକ ବିଲ୍ଡିଂରେ ପାଖାପାଖି ୨୫ଜଣ ଶ୍ରମିକ କାମ କରୁଥିଲେ। ସେତେବେଳେ ହଠାତ୍ ଲେଣ୍ଟର ଭୁଶୁଡ଼ି ଥିଲା। ଯେଉଁଥିରେ ଏହା ତଳେ କାମ କରୁଥିବା ପାଖାପାଖି ୨୫ ଜଣ ଶ୍ରମିକ ଏହା କବଳକୁ ଆସି ଯାଇଥିଲେ। କୁହାଯାଉଛି କି ବିଲ୍ଡିଂର ଲେଣ୍ଟର ଖସି ପଡ଼ିବାରୁ ଭଗ୍ନାବଶେଷ ତଳେ ପାଖାପାଖି ୨୦ଜଣ ଶ୍ରମିକ ଚାପି ହୋଇ ଯାଇଛନ୍ତି। ଦୁର୍ଘଟଣା ପରେ ଆତଙ୍କ ଖେଳି ଯାଇଛି।
ଘଟଣା ସ୍ଥଳରେ ପୁଲିସ , ପ୍ରଶାସନ ଓ ରେଲୱେର ଅଫିସର ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏହା ବ୍ୟତୀତ ଜିଆରପି ଓ ଆରପିଏଫ୍ର ଟିମ୍ ମଧ୍ୟ ଘଟଣା ସ୍ଥଳର ପହଞ୍ଚିଛନ୍ତି ।