ପ୍ରମୂଖ ଖବର
  • ବାଙ୍କୀ : ଭଗିପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • HMPV ଭାଇରସ୍ ମାମଲା ମିଳିବା ପରେ ଆସାମରେ ଆତଙ୍କ,୧୦ ମାସର ଶିଶୁ ସଂକ୍ରମିତ
  • ||
  • ବାଲିଗୁଡ଼ା : ବାପା ସାଜିଲା ହତ୍ୟାକାରୀ, ମଦ୍ୟପ ପୁଅକୁ ଛୁରୀ ଭୁସିଦେଲା ବାପା
  • ||
  • ବଲାଙ୍ଗୀର : ଚାଲାଣ ବେଳେ ୨୫ ଶ୍ରମିକ ଉଦ୍ଧାର, ଜଣେ ଦଲାଲ ଅଟକ
  • ||
  • କେନ୍ଦୁଝର : ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ବ୍ରହ୍ମପୁର : ପରିତ୍ୟକ୍ତ ଘରୁ ଏକାଧିକ ବୋମା ଜବତ, ନିଷ୍କ୍ରିୟ କରିବାରୁ ଆସିଲା ସ୍ବତନ୍ତ୍ର ଟିମ୍
  • ||
  • ରହିତାଦେଶ ହଟାଇଲେ ହାଇକୋର୍ଟ: ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ, ଜବାବ ରଖିବା ଲାଗି ସମୟ ନେଲେ ଆବେଦନକାରୀ
  • ||
  • ବାଲେଶ୍ୱରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି, ରବିବାର ରାତି ୧୦ ଯାଏ କଟକଣା ଲାଗୁ
  • ||
  • ଦାରିଙ୍ଗବାଡ଼ିରେ ସର୍ବାଧିକ ତୁଷାରପାତ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼
  • ||
  • ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ, ଅଯୋଧ୍ୟାରେ ଭବ୍ୟ ଆୟୋଜନ
  • ||
  • ଖୋର୍ଦ୍ଧା : ୫୦ କେଜି ଗଞ୍ଜେଇ ସହ କାର୍‌ ଜବତ, ୩ ଗିରଫ
  • ||
  • କଟକ : ବାଉଁଶ ବ୍ୟବସାୟୀଙ୍କ ଘରକୁ ବୋମାମାଡ଼, ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ରାଜ୍ୟରେ ରବିବାରଠୁ କମିବ ଶୀତ, ୨ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ: ୧୦ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ସେଲ୍ଫି ଚକ୍କରରେ ବଡ଼ ଦୁର୍ଘଟଣା , ଡ୍ୟାମ୍‌ରେ ବୁଡ଼ି ଦୁଇ ଭାଇଙ୍କ ସହ ୫ ଯୁବକଙ୍କ ମୃତ୍ୟୁ

Published By : Prameya | January 11, 2025 6:14 PM

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ସେଲ୍ଫି ସମସ୍ତଙ୍କୁ କିମିଆ କରିଛି। ସବୁ ବର୍ଗର ଲୋକେ ସେଲ୍ଫି ଫଟୋ ଉଠାଇବାରେ ମତୁଆଲା। ଅନେକ ସମୟରେ ଏହି ସେଲ୍ଫି ବି ହୋଇଯାଏ କାଳ । ଅସାବଧାନତା ଯୋଗୁଁ ଚାଲିଯାଏ ଜୀବନ। ଏମିତି ହିଁ ଏକ ଘଟଣା ତେଲେଙ୍ଗାନାର ସିଦ୍ଦିପେଟ ଜିଲ୍ଲାରୁ ସାମ୍ନାକୁ ଆସିଛି। ଏଠାରେ ଏକ ଡ୍ୟାମ୍‌ରେ ବୁଡ଼ି ଯିବାରୁ ୫ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଏଥିରେ ଦୁଇଭାଇ ଥିଲେ। 

ସୂଚନା ମୁତାବିକ , ୭ ଜଣ ଯୁବକ ବୁଲିବା ପାଇଁ ହାଇଦ୍ରାବାଦରୁ ମରକୁର ମଣ୍ଡଳର କୋଣ୍ଡାପୋଚମ୍ମା ସାଗର ଡ୍ୟାମ୍‌କୁ ଯାଇଥିଲେ। ପୁଲିସ ମୁତାବିକ , ସେ ଡ୍ୟାମ୍‌ର ପାଣିରେ ଓହ୍ଲାଇ ସେଲ୍ଫି ନେଉ ଥିଲେ। ସେତିକି ବେଳେ ଏହି ଅଘଟଣ ଘଟିଥିଲା। ଦୁଇଜଣଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବୁଡ଼ିଯାଇ ଥିବା ଯୁବକମାନେ ହେଲେ ଧନୁଷ ( ୨୦ ବର୍ଷ) , ଲୋହିତ (୧୭ ବର୍ଷ) , ଦିନେଶ୍ୱର (୧୭ ବର୍ଷ), ଜତିନ (୧୭) ଓ ଶ୍ରୀନିବାସ (୧୭) । 

ଧନୁଷ ଓ ଲୋହିତ ଉଭୟ ଦୁଇ ଭାଇ ଥିଲେ । ସୂଚନା ମୁତାବିକ , ଶବ ଗୁଡ଼ିକର ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ବୁଡ଼ାଳିଙ୍କ ସାହାଯ୍ୟରେ ମୃତଦେହ ଗୁଡ଼ିକୁ ବାହାର କରାଯାଇଛି। ସୁରକ୍ଷିତ ଉଦ୍ଧାର କରାଯାଇ ଥିବା ଯୁବକଙ୍କ ନାଁ କୋମାରୀ ମୃଗାଙ୍କ ଓ ମହମ୍ମଦ ଇବ୍ରାହିମ୍‌। 

ଉଲ୍ଲେଖନୀୟ ଯେ, ଗତବର୍ଷ ଅଗଷ୍ଟରେ ବାରଣାସୀରେ ସେଲ୍ଫି ନେବା ସମୟରେ ୩ଜଣ ଛାତ୍ରଛାତ୍ରୀଙ୍କ ଜୀବନ ଚାଲି ଯାଇଥିଲା। ସେ ନାଆରେ ବସି ସେଲ୍ଫି ନେଉଥିଲେ । ସେତେବେଳେ ଏକ ଯୁବତୀଙ୍କ ପାଦ ଖସି ଯାଇ ଥିବା ଏବଂ ସେଠାରେ ଗଙ୍ଗାରେ ଖସି ପଡ଼ିଥିଲେ।ତାଙ୍କୁ ବଞ୍ଚାଇବା ଚକ୍କରରେ ଦୁଇ ଯୁବକ ନଦୀକୁ ଡ଼େଇ ପଡ଼ିଥିଲେ। ତାଙ୍କର ମଧ୍ୟ ଜୀବନ ଚାଲିଗଲା।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.