ପ୍ରମୂଖ ଖବର
  • ବାଙ୍କୀ : ଭଗିପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • HMPV ଭାଇରସ୍ ମାମଲା ମିଳିବା ପରେ ଆସାମରେ ଆତଙ୍କ,୧୦ ମାସର ଶିଶୁ ସଂକ୍ରମିତ
  • ||
  • ବାଲିଗୁଡ଼ା : ବାପା ସାଜିଲା ହତ୍ୟାକାରୀ, ମଦ୍ୟପ ପୁଅକୁ ଛୁରୀ ଭୁସିଦେଲା ବାପା
  • ||
  • ବଲାଙ୍ଗୀର : ଚାଲାଣ ବେଳେ ୨୫ ଶ୍ରମିକ ଉଦ୍ଧାର, ଜଣେ ଦଲାଲ ଅଟକ
  • ||
  • କେନ୍ଦୁଝର : ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ବ୍ରହ୍ମପୁର : ପରିତ୍ୟକ୍ତ ଘରୁ ଏକାଧିକ ବୋମା ଜବତ, ନିଷ୍କ୍ରିୟ କରିବାରୁ ଆସିଲା ସ୍ବତନ୍ତ୍ର ଟିମ୍
  • ||
  • ରହିତାଦେଶ ହଟାଇଲେ ହାଇକୋର୍ଟ: ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ, ଜବାବ ରଖିବା ଲାଗି ସମୟ ନେଲେ ଆବେଦନକାରୀ
  • ||
  • ବାଲେଶ୍ୱରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି, ରବିବାର ରାତି ୧୦ ଯାଏ କଟକଣା ଲାଗୁ
  • ||
  • ଦାରିଙ୍ଗବାଡ଼ିରେ ସର୍ବାଧିକ ତୁଷାରପାତ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼
  • ||
  • ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ, ଅଯୋଧ୍ୟାରେ ଭବ୍ୟ ଆୟୋଜନ
  • ||
  • ଖୋର୍ଦ୍ଧା : ୫୦ କେଜି ଗଞ୍ଜେଇ ସହ କାର୍‌ ଜବତ, ୩ ଗିରଫ
  • ||
  • କଟକ : ବାଉଁଶ ବ୍ୟବସାୟୀଙ୍କ ଘରକୁ ବୋମାମାଡ଼, ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ରାଜ୍ୟରେ ରବିବାରଠୁ କମିବ ଶୀତ, ୨ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ: ୧୦ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର... ଭିଡ଼ରୁ ମିଳିବ ମୁକ୍ତି, ଏହି ବନ୍ଦେ ଭାରତ ଟ୍ରେନ୍‌ରେ ଯୋଡ଼ିହେବ ଆଉ ୪ ବଗି

Published By : Prameya | January 11, 2025 12:03 PM

ନୂଆଦିଲ୍ଲୀ, ୧୧/୦୧ : ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଭିଡ଼ରୁ ମିଳିବ ମୁକ୍ତି। ସିକନ୍ଦରାବାଦ-ବିଶାଖାପାଟଣା ବନ୍ଦେ ଭାରତ ଟ୍ରେନ୍‌ରେ ଯୋଡ଼ାଯିବ ଆଉ ୪ ଅତିରିକ୍ତ ବଗି। ଏହି ଟ୍ରେନ୍‌ରେ ଏବେ ୨୦ଟି ବଗି ଲାଗିବ। ପୂର୍ବରୁ ଏହି ଟ୍ରେନ୍‌ରେ ୧ ହଜାର ୧୨୮ ଯାତ୍ରୀ ବସିବାର କ୍ଷମତା ଥିଲା। ଆଉ ୪ଟି ବଗି ଯୋଡ଼ିହେବା ପରେ ଏଥିରେ ୧ ହଜାର ୪୪୦ ଯାତ୍ରୀ ଯାଇପାରିବେ। ଦକ୍ଷଣ ମଧ୍ୟ ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି। 

ସିକନ୍ଦରାବାଦ-ବିଶାଖାପାଟଣା ବନ୍ଦେ ଭାରତ ଟ୍ରେନ୍‌ରେ ୨୦ କୋଚ୍ ହେବା ପରେ ଚେୟାର୍ କାର୍ ସଂଖ୍ୟା ୧୮ ହୋଇଯିବ। ଏଥିରେ ୧୩୩୬ ଜଣ ଯାତ୍ରୀ ଯାତ୍ରା କରିପାରିବେ। ପୂର୍ବରୁ ଏହି ଟ୍ରେନ୍‌ରେ ୧୪ ଚେୟାର କାର୍ ଥିଲା। ଯେଉଁଥିରେ ୧ ହଜାର ୨୪ ଜଣ ଯାତ୍ରୀ ଯାଉଥିଲେ। ଏହାଦ୍ଵାରା ଅଧିକରୁ ଅଧିକ ଲୋକ ଟ୍ରେନ୍ ଯାତ୍ରାର ଲାଭ ଉଠାଇ ପାରିବେ। ବିଶେଷ କରି ମକର ସଂକ୍ରାନ୍ତି ବେଳେ ଯାତ୍ରୀମାନେ ସୁରୁଖୁରୁରେ ଯାତ୍ରା କରିପାରିବେ। ସିକନ୍ଦରାବାଦ-ବିଶାଖାପାଟଣା ବନ୍ଦେ ଭାରତ ଟ୍ରେନ୍‌ରେ କୋଚ୍ ସଂଖ୍ୟା ବୃଦ୍ଧି କରିବା ପାଇଁ ଦୀର୍ଘ ଦିନ ହେଲା ଦାବି ହେଉଥିଲା। ଟ୍ରେନ୍‌ରେ ଖଚାଖଚ୍ ଭିଡ଼କୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି। 

ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଅମୃତ ଭାରତ ଟ୍ରେନ୍‌କୁ ନେଇ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି। ଅମୃତ ଭାରତ ଟ୍ରେନ୍‌ରେ ମଡ୍ୟୁଲାର ଟଏଲେଟ୍‌ ଠାରୁ ନେଇ ଆଧୁନିକ ଡିଜାଇନ୍‌ରେ ନିର୍ମାଣ କରାଯାଇଛି। ଏହି ଟ୍ରେନ୍‌ରେ ୧୨ ଟି ସୁଧାର କରାଯାଇଛି। ଆସନ୍ତା ୨ ବର୍ଷ ମଧ୍ୟରେ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ୫୦ ଏସି ରେଳଗାଡି ନିର୍ମାଣ କରାଯିବ। 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.