ଲକ୍ଷ୍ନୌ,୧୧/୦୧: ଅଯୋଧ୍ୟାର ଭବ୍ୟ ଏବଂ ଦିବ୍ୟ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ବର୍ଷେ ପୂରଣ ହୋଇଛି । ଗତବର୍ଷ ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ପୂର୍ବ ବର୍ଷ ମୂହୁର୍ତ୍ତ ଅନୁସାରେ ଚଳିତ ବର୍ଷ ଜାନୁଆରୀ ୧୧ ତାରିଖରେ ପ୍ରତିଷ୍ଠା ଦ୍ବାଦଶୀ ଉତ୍ସବ ପଡୁଥିବାରୁ ରାମ ମନ୍ଦିରରେ ଭବ୍ୟ ଆୟୋଜନ ହୋଇଛି । ବିଶ୍ବାସ, ଆଧ୍ୟାତ୍ମିକର ପ୍ରତୀକ ଉତ୍ତରପ୍ରଦେଶରେ ଥିବା ରାମ ମନ୍ଦିର ୫୦ କ୍ବିଣ୍ଟାଲ ଫୁଲରେ ସଜେଇ ହୋଇଛି । ପ୍ରାଣ ପ୍ରତିଷ୍ଠା ବର୍ଷ ପୂର୍ତ୍ତି ଅବସରରେ ରାମ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଛି । ପ୍ରାଣ ପ୍ରତିଷ୍ଠା ଅବସରରେ ରାମ ମନ୍ଦିରରେ ମହାଭିଷେକ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
#WATCH | Uttar Pradesh: Devotees gather in Ayodhya ahead of the first-anniversary celebration of Ram Temple's Pran Pratishtha ceremony. pic.twitter.com/FemJklzeRO
— ANI (@ANI) January 11, 2025
ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ପକ୍ଷରୁ ଆଜିଠୁ ୧୩ ତାରିଖ ଯାଏ ଉତ୍ସବ ପାଳନ ହେବ । ରାମ ମନ୍ଦିରକୁ ୫୦ କ୍ବିଣ୍ଟାଲ ଫୁଲରେ ସଜାଯାଇଛି । ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ଲାଲାଙ୍କ ମହାଭିଷେକ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହାପରେ ଅଙ୍ଗଦ ଟୋଲିରୁ ପ୍ରଥମ ଥର ସାଧୁ-ସନ୍ଥ ସମାରୋହରେ ସାମିଲ ହେବେ । କାର୍ଯ୍ୟକ୍ରମରେ ଦୁଇ ଉପମୁଖ୍ୟମନ୍ତ୍ରୀ ସାମିଲ ହେବାର ସମ୍ଭାବନା ରହିଛି । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ବାର୍ଷିକ ଅବସରରେ ୩ ଦିନିଆ କାର୍ଯ୍ୟକ୍ରମ ହେବ । ପ୍ରଥମ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ସଙ୍ଗୀତ ଓ ସାହିତ୍ୟ ଜଗତର ନାମିଦାମୀ ଲୋକ ସାମିଲ ହେବେ ।
ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି । ଜୟ ଶ୍ରୀରାମ ନାରାରେ କମ୍ପି ଉଠିଛି ମନ୍ଦିର ପରିସର । ଅଯୋଧ୍ୟାରେ ଭକ୍ତଙ୍କ ମଧ୍ୟରେ ଭବ୍ୟତା ଦିବ୍ୟତା ଦେଖିବାକୁ ମିଳିଛି । ସକାଳ ୮ଟାରୁ ୪୦ ଅଧ୍ୟାର ଯର୍ଜୁବେଦ ପାଠ ଆରମ୍ଭ ହୋଇଛି । ପୂର୍ବାହ୍ନ ୧୦ଟା ଯାଏ ଚାଲିବ । ଏହାପରେ ୧୦ରେ ପ୍ରଭୁ ଶ୍ରୀରାମଙ୍କ ଜଳାଭିଷେକ ହେବ । ବେଦ ମନ୍ତ୍ରରେ କମ୍ପିବ ମନ୍ଦିର ପରିସର । ୫୦୦ ବର୍ଷ ପରେ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଚଳିତ ବର୍ଷ ଗୋଟିଏ ବର୍ଷ ପୂରଣ ହୋଇଛି । ଏ ନେଇ ଭକ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ ।
୨୦୨୪ ଜାନୁଆରୀ ୨୨ ତାରିଖରେ ୫୦୦ ବର୍ଷର ତପସ୍ୟା ପୂରଣ ହୋଇଥିଲା । କୋଟି କୋଟି ରାମଭକ୍ତଙ୍କ ପ୍ରତୀକ୍ଷାର ଅନ୍ତ ଘଟିଥିଲା । ଜନ୍ମଭୂମିକୁ ଫେରିଥିଲେ ପ୍ରଭୁ ରାମଲାଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଭକ୍ତି ଲୁହରେ ଭିଜିଥିଲେ ରାମଭକ୍ତ । ରାମୋତ୍ସବରେ ବିଭୋର ହୋଇଥିଲେ ଦେଶବାସୀ । ପ୍ରାଣ ପ୍ରତିଷ୍ଠା ବର୍ଷେ ପୂର୍ତ୍ତି ଅବସରରେ ମଧ୍ୟ ରାମଭକ୍ତଙ୍କ ମଧ୍ୟରେ ସମାନ ଉତ୍ସାହ ଦେଖିବାକୁ ମିଳିଛି ।