ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅଣ୍ଡରୱାର୍ଡ ଡନ ଛୋଟା ରାଜନର ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଅପରେସନ ପାଇଁ ଏମ୍ସରେ ଭର୍ତ୍ତୀ

Published By : Bijay Swain | January 11, 2025 12:03 AM

Image courtesy: indianexpress

ନୂଆଦିଲ୍ଲୀ: ତିହାର ଜେଲରେ ସଜା କାଟୁଥିବା ଅଣ୍ଡରୱାର୍ଡ ଡନ ଛୋଟା ରାଜନର ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ରହଛି। ଏଣୁ ଜେଲ କତ୍ତୃପକ୍ଷ ତାକୁ ଏମ୍ସରେ ଭର୍ତ୍ତି କରିଛନ୍ତି। ସୁଚନା ଅନୁଯାୟୀ ଛୋଟା ରାଜନର ସାଇନସ ସମସ୍ୟା ପାଇଁ ତାର ନାକରେ ଅପରେସନ ହବାର ଅଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାକୁ ଏମ୍ସରେ ଭର୍ତ୍ତୀ କରାଯାଇଛି କିନ୍ତୁ ଏଯାଏ ତାର ଅପରେସନ ହୋଇନାହିଁ। ଅପରେସନ ପରେ ତାକୁ ଫୁଣି ତିହାର ଜେଲକୁ ପଠେଇ ଦିଆଯିବ। 

ମିଳିଥିବା ଖବର ଅନୁଯାୟୀ, ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଛୋଟା ରାଜନର ଚିକିତ୍ସା ଜେଲରେ ଥିବା ଚିକିତ୍ସାଳୟରେ କରାଯାଉଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହେବାପରେ ତାଙ୍କୁ ଏମ୍ସ ଡାକ୍ତରଖାନାକୁ ପଠାଯାଇଥିଲା। ଏହା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ଏହାର ଅପରେସନ କରିବାକୁ ପଡିବ ବୋଲି ଡାକ୍ତରମାନେ କହିଥିଲେ। ଏଣୁ ରାଜନକୁ ସିଧାସଳଖ ଏମ୍ସରେ ଭର୍ତ୍ତୀ କରାଯାଇଥିଲା। 

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲରେ ରହୁଥିବା ଛୋଟା ରାଜନ ଏମ୍ସରେ ଭର୍ତ୍ତିହେବା ପରେ ସେଠାକାର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଯେଉଁ ୱାର୍ଡରେ ତାକୁ ଚିକିତ୍ସା ରଖାଯାଇଛି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୁରକ୍ଷା କର୍ମୀଙ୍କ ବିନା ଅନୁମତିରେ ୱାର୍ଡ ମଧ୍ୟକୁ କେହି ପଶିପାରିବେ ନାହିଁ ବୋଲି ସୁଚନା ମିଳିଛି। 

୬୪ ବର୍ଷିୟ ଛୋଟା ରାଜନର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି। ଛୋଟା ରାଜନକୁ ମଧୁମେହ, କୋଲୋଷ୍ଟ୍ରଲ, ଅମ୍ଳ ଆଦି ରୋଗ ରହିଛି। ତେବେ ବର୍ତ୍ତମାନ ତାର ସାଇନସ ଅପରେସନ ହେବା ନେଇ ସେ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛି। ତେବେ ତାର ସର୍ଜରୀ କେବେ ହେବ ତାର କୌଣସି ବି ସୁଚନା ପୋଲିସ ପ୍ରକାଶ କରିନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.