ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କଳାହାଣ୍ଡିରେ କମୁନି ଦାଦନ ଦୁଃଖ, ଗାଁକୁ ଫେରିଲା ଶ୍ରମିକଙ୍କ ମୃତଦେହ

Published By : Harapriya Sethi | February 1, 2025 1:45 PM

ଭୁବନେଶ୍ୱର,୦୧/୦୨: ଦାଦନ ରାକ୍ଷସ ନେଇ ଗଲା ଆଉ ଗୋଟେ ମୁଣ୍ଡ । ପେଟପାଟଣା ପାଇଁ ଯାଇଥିଲେ, ହେଲେ ଶବ ହୋଇ ଗାଁକୁ ଫେରିଲେ । ଭାଲୁଜୋର ଗାଁର କବିସ ସାନ୍ତା ପରିବାର ପ୍ରତିପୋଷଣ ପାଇଁ ହାଇଦ୍ରାବାଦକୁ କାମ କରିବା ପାଇଁ ଯାଇ ଶବ ହୋଇ ଫେରିଲେ । ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତାଙ୍କ ମୃତଦେହ ଶନିବାର ଗାଁକୁ ଫେରିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି । କଳାହାଣ୍ଡି ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।  

ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଧନସୁଲି ଗ୍ରାମପଞ୍ଚାୟତ ଭାଲୁଜୋର ଗାଁର କବିସ ସାନ୍ତା ପରିବାର ପ୍ରତିପୋଷଣ ପାଇଁ ଗତ ତିନି ମାସ ତଳେ ସୁଦୂର ହାଇଦ୍ରାବାଦକୁ କାମ କରିବା ପାଇଁ ଯାଇଥିଲେ । ସେଠାରେ ପଥର ବ୍ଲାଷ୍ଟିଙ୍ଗ କାମରେ ଶ୍ରମିକ ଭାବେ କାମ କରୁଥିଲେ । ଗତ ବୁଧବାର ରାତିରେ କାମ ସାରି ଶୋଇଥିଲେ । ହେଲେ ସକାଳୁ ସେ ଆଉ ଉଠି ନଥିଲେ । ତେବେ କେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ତାଙ୍କ ମୃତଦେହ ଶନିବାର ଗାଁକୁ ଫେରିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି । ଗାଁ ଦାଣ୍ଡ କାଣ୍ଡବୋବାଳିରେ ଫାଟି ପଡୁଛି । କବିସଙ୍କ ପରିବାରରେ ତାଙ୍କ ସ୍ତ୍ରୀ ମଞ୍ଜୁଳା ଓ ଦୁଇ ନାବିଳାକା ଝିଅ ସହ ଗୋଟିଏ ନାବାଳକ ପୁଅ ରହିଛନ୍ତି । ତେବେ ଏହି ଅସହାୟ ପରିବାର ତାଙ୍କ ରୋଜଗାରିଆକୁ ହରାଇ ଥିବାବେଳେ ପ୍ରଶାସନ ତାଙ୍କୁ ସରକାରୀ ସହାୟତା ଯୋଗେଇ ଦେବା ନିହାତି ଜରୁରୀ ହୋଇ ପଡିଛି । ଏନେଇ ଗ୍ରାମବାସୀ ମାନେ ମୃତ କବିସଙ୍କ ପରିବାର ପାଇଁ ସରକାରୀ ସହାୟତା ଦାବି କରିଛନ୍ତି ।

ତେବେ କଳାହାଣ୍ଡି ଜିଲ୍ଲାରେ ଦାଦନ ଯନ୍ତ୍ରଣା ବନ୍ଦ ହେବା ନାଁ ଧରୁନି । ପ୍ରତିଦିନ ଜିଲ୍ଲାର କେଉଁ ନା କେଉଁ ବ୍ଲକରେ ଦାଦନ ଶ୍ରମିକ ମୃତଦେହ ଗାଁକୁ ଫେରିଥିବା ଖବର ସାଧାରଣ ଖବର ଭଳି ମନେ ହେଉଛି । ହେଲେ ସରକାରଙ୍କ ଏତେ ଯୋଜନା ତାଙ୍କ କାମରେ ଆସୁନାହିଁ । ନା ପ୍ରଶାସନର ଅବହେଳା ପାଇଁ ଏହିଭଳି ଘଟଣା ବାରମ୍ବାର ଘଟୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.