ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମଦ୍ୟପକୁ ମାରି ପୋତି ଦେଲେ ପରିବାର ଲୋକ, ମାଟି ତଳୁ ମୃତଦେହ ବାହାର କରାଗଲା

Published By : Suraj Kumar | February 8, 2025 7:53 PM

କୋକସରା, ୦୮/୦୨ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗା ପଦର ଗ୍ରାମ ରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି।  ମଦ୍ୟପ ବାପାକୁ ପୁଅ, ଜ୍ବାଇଁ ଓ ସ୍ତ୍ରୀ ମାରି ପୋତି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ପହଞ୍ଚି  ମୃତଦେହ ମାଟିତଳୁ ବାହାର କରିବା ସହ  ଘଟଣାର ତଦନ୍ତ କରୁଛି। 

 ମୁନୁଗାପଦର ଗ୍ରାମର ଯଦୁ ଦଳପତିଙ୍କୁ ତାଙ୍କ ସ୍ତ୍ରୀ ରୁକ୍ମଣୀ ଦଳପତି, ଦୁଇ ପୁଅ ଧନେଶ୍ୱର ଦଳପତି ଓ ଫକୀର ଦଳପତି ଓ ଜ୍ୱାଇଁ କ୍ଷୀରସିନ୍ଧୁ ନାଗ ମୃତ୍ୟୁ ପରେ ଘର ବାରି ରେ  ପୋତି ଦେଇଥିଲେ।  ଅଭିଯୋଗ ପାଇ  ଆମପାଣି ପୁଲିସ ଶନିବାର ସକାଳେ ଖବର ପାଇ ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକ୍କାଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି  ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିଥିଲେ। ଏଥିସହ ମୃତକଙ୍କ ସ୍ତ୍ରୀ ରୁକ୍ମଣୀ ଦଳପତି, ସାନ ପୁଅ ଫକୀର ଦଳପତି ଓ ଜ୍ୱାଇଁ କ୍ଷୀରସିନ୍ଧୁ ନାଗକୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ବେଳେ ବଡ଼ପୁଅ ଧନେଶ୍ୱର ଦଳପତି ଫେରାର ଥିବା ପୁଲିସ ସୂତ୍ରରୁ ଖବର ମିଳିଛି।

 ଆମପାଣି ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକ୍କା ଉପଖଣ୍ଡ ପୁଲିସ ଅଧିକାରୀ ଙ୍କୁ ଖବର ଦେବାପରେ ସନ୍ଧ୍ୟାରେ ଧର୍ମଗଡ଼ ଏସଡ଼ିପିଓ ମନୋଜ କୁମାର ବେହେରା ଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟ ଦାୟିତ୍ଵ ରେ ସ୍ଥାନୀୟ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, କୋକସରା ଏସଆଇ ହେମନ୍ତ ପାତ୍ର, ଡାକ୍ତର ଦେବେନ୍ଦ୍ର ମାଝୀ ପହଞ୍ଚିଥିଲେ।ଘର ବାରିରେ ଶବ ପୋତା ହୋଇଥିବା  ସ୍ଥାନରେ ପହଞ୍ଚି ଶବ କୁ ମାଟି ତଳୁ ବାହାର କରିବା ସହ ତଦନ୍ତ ଜାରି ରଖିଛନ୍ତି। ତେବେ ମୃତ୍ୟୁ ର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ପୁଲିସ ପକ୍ଷରୁ ମିଳିନାହିଁ। ଆମପାଣି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ବେଳେ  ତଦନ୍ତ ପରେ ସବିଶେଷ ସୂଚନା ଦିଆଯିବ ବୋଲି ଏସଡ଼ିପିଇଓ ଶ୍ରୀ ବେହେରା ସୂଚନା ଦେଇଛନ୍ତି।  

ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁସାରେ ଯଦୁ ଦଳପତି ଜଣେ ମଦ୍ୟପ,ଅନେକ ସମୟରେ ମଦ ପିଅ ଗଣ୍ଡଗୋଳ କରୁଥିଲା। କୌଣସି କାରଣରୁ ଶୁକ୍ରବାର ରାତିରେ ଗଣ୍ଡଗୋଳ ହେବାରୁ ହୁଏତ ତାକୁ ହତ୍ୟା କରିଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.