ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର

Published By : Bijay Swain | July 5, 2025 8:42 PM

ଲାଞ୍ଜିଗଡ଼,୫/୭(ଆପ୍ର): ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଜନଜୀବନ ପ୍ରଭାବିତ ସହ ଅନେକ ଚାଷୀଙ୍କ ଚାଷ କ୍ଷୟକ୍ଷତି ଘଟିଛି। ସେହିପରି ଲଗୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଉପର ଦମାଘାଟି ଗାଁର ରାମପୁରିଆ ହରିଜନଙ୍କ ଘର କାନ୍ଥ ଭୁଶୁଡି ପଡ଼ିଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ମୁତାବକ, ରାମପୁରିଆ ଜଣେ ଦିନମଜୁରିଆ ଖଟିଖିଆ ହୋଇଥିବା ବେଳେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଝାଟି ମାଟି କୁଡ଼ିଆରେ ଦୀର୍ଘ ବର୍ଷ ହେଲା ମୁଣ୍ଡ ଗୁଞ୍ଜି ଆସୁଥିଲେ l ହେଲେ ବର୍ତ୍ତମାନ ତାଙ୍କର ଝାଟିମାଟି କୁଡ଼ିଆ ଲଗୁଚାପ ଜନିତ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଯାଇଛି ଯାହାଫଳରେ ସେ ମୁଣ୍ଡ ଗୁଞ୍ଜିବା ପାଇଁ ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି।

ସେହିପରି ବିଜେପୁର ପଞ୍ଚାୟତ ସ୍ଥିତ ବିଜେପୁର ଗ୍ରାମର ରାମଦାସ ନାଏକଙ୍କ ଘରର କାନ୍ଥ ମଧ୍ୟ ଭୁସୁଡ଼ି ଯାଇଛି। ଶ୍ରୀ ନାଏକଙ୍କ ଘରେ ସ୍ତ୍ରୀ ଧନମାଳୀ ନାଏକ ଓ ତିନି ପୁଅ ମଦନ ନାଏକ, ଆକାଶ ନାଏକ ଓ ମୁକୁନ୍ଦ ନାଏକ ଘର ଭିତରେ ଶୋଇ ଥିବାବେଳେ ହଠାତ କାନ୍ଥଟି ଭୁଶୁଡି ପଡିଥିଲା। ଦିନ ବେଳେ ଏହି ଘଟଣା ଘଟିଲା ବୋଲି ଅଳ୍ପକେ ପରିବାର ଲୋକେ ବର୍ତ୍ତି ଯାଇଥିଲେ। ଶ୍ରୀ ନାଏକଙ୍କ ପରିବାର ମଧ୍ୟ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ବ୍ଲକ ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ରାମପୁରିଆ ହରିଜନ ଓ ରାମଦାସ ନାଏକ ସରକାରଙ୍କ ପାଖରେ ଗୁହାରି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.