ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ସରକାରୀ ଜମିରେ ଚାଲିଥିଲା ବେଆଇନ୍ ପିଚୁ ପ୍ଲାଣ୍ଟ, ଚଢାଉ କରି ସିଲ୍‌ କଲା ରାଜସ୍ୱ ବିଭାଗ

Published By : Harapriya Sethi | February 7, 2025 10:16 AM

ଭୁବନେଶ୍ୱର,୦୭/୦୨: ଜଙ୍ଗଲଜମି ଏବଂ ସରକାରୀ ଜମିକୁ ଜବରଦଖଲ କରି ପ୍ରଶାସନର ନାକ ତଳେ ଦୀର୍ଘ ବର୍ଷରୁ ବେଆଇନ ଭାବରେ ଚାଲୁଥିଲା ପିଚୁପ୍ଲାଣ୍ଟ । ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିଲା । ହେଲେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଶେଷରେ ପିଚୁ ପ୍ଲାଣ୍ଟରେ ଚଢ଼ାଉ କରି ସିଲ୍‌ କଲା ରାଜସ୍ୱ ବିଭାଗ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ତହସିଲ ଅନ୍ତର୍ଗତ ଦେପୁର ପଞ୍ଚାୟତରେ ଏଭଳି ଘଟଣା ଘିଟିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ବାନୀପାଟଣା ତହସିଲ ଅନ୍ତର୍ଗତ ଦେପୁର ପଞ୍ଚାୟତ ଛତିଗୁଡାରେ ଦୀର୍ଘ ବର୍ଷରୁ ଜଣେ ବ୍ୟକ୍ତି ଜଙ୍ଗଲ ଜମି ଏବଂ ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ବ୍ୟକ୍ତିଙ୍କ ଜମିକୁ ଜବର ଦଖଲ କରି ବିନା କାଗଜପତ୍ରରେ ଏବଂ ପ୍ରଦୂଷଣ ବୋର୍ଡର ବିନା ଅନୁମତିରେ ପିଚୁପ୍ଲାଣ୍ଟ କରିଥିଲେ । ଏହି ପିଚୁପ୍ଲାଣ୍ଟରୁ ନିର୍ଗତ ଧୂଆଁ ପାଇଁ କପା, ଧାନ, ପନିପରିବା ଚାଷ ନଷ୍ଟ ହେବା ସହିତ ଅନେକ ଲୋକ ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହେଉଥିଲେ । ତେବେ ଏହି ପିଚୁପ୍ଲାଣ୍ଟ ପାଇଁ ଅଞ୍ଚଳବାସୀ ଅତିଷ୍ଠ ହୋଇ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପିଚୁପ୍ଲାଣ୍ଟ ବିରୁଦ୍ଧରେ କୌଣସି କାର୍ଯାନୁଷ୍ଠାନ ନେଉ ନ ଥିଲା । ଗ୍ରାମବାସୀଙ୍କ ବାରମ୍ୱାର ଅଭିଯୋଗ ପରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ଶେଷରେ ପିଚୁପ୍ଲାଣ୍ଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ହୋଇ ଶୁକ୍ରବାର ଭବାନୀପାଟଣା ତହସିଲଦାର, ଜିଲ୍ଲା ମାଇନିଙ୍ଗ ଅଧିକାରୀ ଏବଂ ପୋଲିସ ପ୍ଲାଣ୍ଟରେ ଚଢ଼ାଉ କରି ସିଲ୍‌ କରିଛନ୍ତି । ତେବେ ପିଚୁପ୍ଲାଣ୍ଟ ପାଇଁ ଆବଶ୍ୟକ କାଗଜପତ୍ର ନଥିବା ଯୋଗୁଁ ପିଚୁପ୍ଲାଣ୍ଟକୁ ସିଲ୍‌ କରା ଯାଇଛି ବୋଲି ଭବାନୀପାଟଣା ତହସିଲଦାର କହିଛନ୍ତି । 

ଜୁଆ ଆଡ୍ଡାରେ ରେଡ୍‌ ବେଳେ ପୋଲିସକୁ ଆକ୍ରମଣ ଘଟଣା, ୧୦ ଗିରଫ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.