ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍;୩ ମୃତ, ଏକାଧିକ ଆହତ

Published By : prameya | February 14, 2025 10:32 AM

ନୂଆଦିଲ୍ଲୀ,୧୪/୦୨: ରାଜସ୍ଥାନର କୋଟାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ସମସ୍ତ ଆହକଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ପ୍ରୟାଗରାଜ ମହାକୁମ୍ଭରେ ସ୍ନାନ କରି ଶ୍ରଦ୍ଧାଳୁମାନେ ବସ୍ ଯୋଗେ ଫେରୁଥିବା ବେଳେ କୋଟାରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। 


ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ,  ଦ୍ରୁତ ଗତିରେ ଆସୁଥିବା ବସ୍‌ଟି ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରଲର ସହିତ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଘଟିବା ମାତ୍ରେ  ତୁରନ୍ତ ପୋଲିସକୁ ଏ ବିଷୟରେ ସୂଚନା ଦିଆଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଆହତମାନଙ୍କୁ ଡାକ୍ତରଖାନା ଭର୍ତ୍ତି କରିଥିବା ବେଳେ ସେଠାରେ  ସେମାନଙ୍କର ଚିକିତ୍ସା ଚାଲିଛି।  ସୂଚନା ଅନୁଯାୟୀ, ପ୍ରୟାଗରାଜ ମହାକୁମ୍ଭରୁ ମନ୍ଦସୌର ଯାଉଥିବା ବସ୍‌ରେ ୫୭ ଜଣ ଶ୍ରଦ୍ଧାଳୁ ଥିଲେ ।  ଯେଉଁମାନେ ମହାକୁମ୍ଭରେ ସ୍ନାନ କରି ଫେରୁଥିଲେ। ବସ୍‌ଟି ଏକ ପାର୍କିଂ ହୋଇଥିବା ଟ୍ରେଲର୍‌ ସହିତ ଧକ୍କା ହୋଇଥିଲା ଯାହା ଫଳରେ ଏହାର ଆଗ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏପର୍ଯ୍ୟନ୍ତ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି ଏବଂ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି କୁହାଯାଉଛି। ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୋଲିସ ଶୀଘ୍ର ପଦକ୍ଷେପ ନେଇ କୋଟା MBS ହସ୍ପିଟାଲକୁ ସତର୍କ କରାଇଥିଲା । ଏଥିସହ ଆହତମାନଙ୍କୁ ସମୟକ୍ରମେ ଚିକିତ୍ସା ଯୋଗାଇବା ପାଇଁ ଶଯ୍ୟା ଖାଲି କରିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଖସି ପଳାଇଯାଇଥିବା ଡ୍ରାଇଭରଙ୍କ ଭୁଲ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏନେଇ ପୋଲିସ ଏହାର ତଦନ୍ତରେ ଜାରି ରଖିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.