ପ୍ରମୂଖ ଖବର
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ବିଧାନସଭାରେ କିଟ୍ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ : ଘୁଞ୍ଚିବ ସେମିଷ୍ଟର ପରୀକ୍ଷା, ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ସରକାର

Published By : Prameya | February 21, 2025 1:25 PM

ଭୁବନେଶ୍ଵର, ୨୧/୦୨ : ବିଧାନସଭାରେ କିଟ୍ ତାତି। ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଯୋଗୁଁ କଲେଜରେ ଅଶାନ୍ତି ଓ ରାଜରାସ୍ତାରେ ଛାତ୍ରଛାତ୍ରୀ, ତଦନ୍ତ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ହେଲା ଆଲୋଚନା। ଗୃହରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ସେ କହିଛନ୍ତି ଯେ, ୧୬ ତାରିଖରେ ଛାତ୍ରୀଙ୍କ ଆତ୍ମହତ୍ୟା ଖବର ମିଳିବା ପରେ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା। ୧୭ ତାରିଖରେ ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ସାଇନ ଡାଏ ଘୋଷଣା କରାଯିବା ସହ ଛାତ୍ର ଛାତ୍ରୀଙ୍କୁ କଟକ, ଭୁବନେଶ୍ୱର ରେଳ ଷ୍ଟେସନରେ ଛାଡ଼ି ଦିଆଗଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ୧୮ ତାରିଖରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ସାଇନ ଡାଏ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ୩ ଜଣିଆ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି। ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ, ବର୍ବରଚିତ। ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାର ଏହି ଘଟଣାକୁ ଗୁରୁତର ସହକାରେ ନେଇଛନ୍ତି।

କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହି ସବିଶେଷ ତଥ୍ୟ ନେଉଛନ୍ତି। ନେପାଳ କର୍ତ୍ତୃପକ୍ଷଙ୍କ ସହ ରାଜ୍ୟ ସରକାରଙ୍କ ପ୍ରତିନିଧି ବି ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିବା କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ୪ଟି ୨୪ ଘଣ୍ଟିଆ ହେଲ୍ପଲାଇନ ଜାରି କରିଛନ୍ତି ସରକାର। କ୍ୟାମ୍ପସକୁ ଫେରିବାକୁ ଅନୁରୋଧ କରାଯାଇଛି। ଛାତ୍ରଛାତ୍ରୀଙ୍କ ପାଇଁ ରିମେଡିଆଲ କ୍ଲାସ କରିବା ସହ ମିଡ୍ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଯିବ। ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ସରକାର। ଏହି ଘଟଣାରେ ଆଜି ପ୍ରଥମ ଶୁଣାଣି ରହିଥିବା କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.