ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କେରଳରେ ଚାଞ୍ଚଲ୍ୟ, ଦୁଷ୍କର୍ମର ଶିକାର ହେଲେ ୧୦ ବର୍ଷର କୋମଳମତି ଶିଶୁ

Published By : Bijay Swain | February 11, 2025 10:07 PM

Image courtesy: indiatoday

ନୂଆଦିଲ୍ଲୀ: କେରଳର ପତ୍ଥନମଥିଟ୍ଟାରେ ଜଣେ ୧୦ ବର୍ଷର କୋମଳମତି ପିଲାକୁ ବଳପୂର୍ବକ ଉଠାଇନେବା ସହ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମୃକ୍ତି ଥିବା ନେଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହି ମାମଲାରେ ସାମିଲ ଦୁଇ ଜଣଙ୍କ ମଧ୍ୟରେ ଜଣେ ୧୫ ବର୍ଷିୟ ନାବାଳକ ମଧ୍ୟ ସାମିଲ ରହିଛି। ତେବେ ଅନ୍ୟଜଣଙ୍କ ଜଣେ ଆମ୍ୱୁଲାନ୍ସ ଡ୍ରାଇଭର ହୋଇଥିବା ବେଳେ ତା ବୟସ ୧୯ ବର୍ଷ ହୋଇଥିବା ଜଣାପଡିଛି।  

ପୋଲିସର ସୂଚନାନୁସାରେ, ମୁଖ୍ୟ ଅଭିଯୁକ୍ତର ନାମ ହେଉଛି ସୁଧେଶ ରମେଶ। ସେ ଏର୍ନାକୁଲମର ଭଦାୟାମପାଡି ରେ ରହୁଥିବାବେଳେ କାକନାଡ ଇନଫୋପାର୍କରେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲା। ତେବେ ଗତ ରବିବାର ପିଲାଟି ତାଙ୍କ ଘର ନିକଟରେ ଖେଳୁଥିବା ବେଳେ ରମେଶ ସଂଧ୍ୟା ପ୍ରାୟ ୬ ଟା ସମୟରେ ତାଙ୍କୁ ଅପହରଣ କରି ନେଇଥିଲା। ପରେ ରମେଶ ପିଲାଟିକୁ ଚେନ୍ନାମ୍ପୁଥୁର କଲୋନୀରେ ଥିବା ଏକ ପରିତ୍ୟକ୍ତ ଘରକୁ ଉଠାଇ ନେଇ ସେଠାରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲା। ଏହି ଘଟଣାରେ ସମୃକ୍ତ ନାବାଳକ ଜଣଙ୍କ ନାବାଳିକାଙ୍କ ମୁହଁରେ ହାତ ଦେଇ ତାଙ୍କ ପାଟି ବନ୍ଦ କରିବା ସହ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ଏ ସମ୍ପର୍କରେ ପୋଲିସକୁ ସୂଚନା ମିଳିବା ପରେ ପୋଲିସ ସଙ୍ଗେସଙ୍ଗେ ନାବାଳିକା ଜଣଙ୍କୁ ଅଦୁର ଜେନେରାଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ପୋଲିସ ପିଲାଟିର ମା’ଙ୍କ ଉପସ୍ଥିତିରେ ତାଙ୍କ ବୟାନ ରେକର୍ଡ କରିଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରମେଶକୁ ପୋଲିସ ସୋମବାର ମଧ୍ୟରାତ୍ର ୨ଟା ବେଳେ ଗିରଫ କରିଥିବା ବେଳେ ନାବାଳକ ଜଣଙ୍କୁ ହେପାଜତକୁ ନେଇଥିଲା। ପରେ ନାବାଳକ ଜଣଙ୍କୁ କୋଲାମର ଶିଶୁ ମଙ୍ଗଳ ଅଧିକାରିଙ୍କ ନିକଟକୁ ସ୍ତାନାନ୍ତରିତ କରାଯାଇଥିଲା। 

ଖବର ମୁତାବକ ଆରୋପୀର ଫଟୋ ଦେଖି ପିଲାଟି ଅବିଯୁକ୍ତକୁ ଚିହ୍ନଟ କରିବା ପରେ ପୋଲିସ ରମେଶକୁ ଗିରଫ କରିଥିଲା। ତେବେ ବର୍ତ୍ତମାନ ଏହି ମାମଲାଟିକୁ ଅଦୁରର ଡେପୁଟି ଏସପି ଜି ସନ୍ତୋଷ କୁମାରଙ୍କୁ ସ୍ତାନାନ୍ତରିତ କରାଯାଇଥିବା ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.