ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

କର୍କଟ ଚିହ୍ନଟ ପରେ ପ୍ରଥମ ଥର ସାମ୍ନାକୁ ଆସିଲେ କେଟ୍‌, କ୍ରିସ୍‌ମାସ ପରଠୁ ସର୍ବସାଧାରଣଠୁ ଥିଲେ ଦୂରେଇ

ନୂଆଦିଲ୍ଲୀ ୧୬/୦୬: ବ୍ରିଟିଶ ରାଜପରିବାର ବୋହୂ କେଟ୍‌ ମିଡିଲଟନ୍‌ ଦୀର୍ଘ ଦିନ ପରେ ସର୍ବସାଧାରଣକୁ ଆସିଛନ୍ତି । ଗତ ଶନିବାର କେଟ୍‌ ନିଜ ଶ୍ୱଶୁର କିଙ୍ଗ୍‌ ଚାର୍ଲସଙ୍କ ସହ ଟ୍ରୁପିଙ୍ଗ୍‌ ଦ କଲର ପରେଡ୍‌ରେ ସାମିଲ ହୋଇଥିଲେ । ଉଭୟ କିଙ୍ଗ୍‌ ଚାର୍ଲସ ଓ କେଟ୍‌ କର୍କଟ ପୀଡ଼ିତ ହୋଇ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥିଲେ । କର୍କଟ ରୋଗ ବିଷୟରେ ଘୋଷଣା କରିବା ପରେ କେଟ୍‌ ପ୍ରଥମ ଥର ଲୋକଙ୍କ ସାମ୍ନାକୁ ଆସିଛନ୍ତି । ଗତ ବର୍ଷ କ୍ରିସ୍‌ମାସ ପରଠୁ ସେ ସର୍ବସାଧାରଣଠୁ ଦୂରରେ ଥିଲେ ।

ଟ୍ରୁପିଙ୍ଗ୍‌ ଦ କଲର କାର୍ଯ୍ୟକ୍ରମ ପ୍ରତି ବର୍ଷ ଜୁନ୍‌ ମାସରେ ଆୟୋଜିତ ହୁଏ । ଏହା ରାଜାଙ୍କ ଜନ୍ମଦିନରେ ପାଳନ କରାଯାଏ । ଏ ଅବସରରେ ଲଣ୍ଡନରେ ଏକ ବଡ଼ ସୈନ୍ୟ ପରେଡ୍‌ ଆୟୋଜିତ ହୁଏ । କିଙ୍ଗ୍‌ ଚାର୍ଲସ ୨ୟଙ୍କ ସମୟରୁ ଏହି କାର୍ଯ୍ୟକ୍ରମ ଜୁନ୍‌ରେ ଆୟୋଜିତ ହେଉଛି । ଏଥିରେ ବ୍ରିଟିଶ ସେନା ନିଜର କୌଶଳ ଓ ପରାକ୍ରମ ପ୍ରଦର୍ଶନ କରେ । ଘୋଡ଼ାଙ୍କ ସହିତ ସୈନ୍ୟବାହିନୀ ମିଲିଟ୍ରି ଡ୍ରିଲ୍‌ କରେ । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବରୁ କେଟ୍‌ ସୋସିଆଲ ମିଡିଆ ଜରିଆରେ ନିଜର ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଥିଲେ । 

ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରିନ୍ସ ଓ ପ୍ରିନ୍ସେସ୍‌ ଅଫ୍‌ ୱେଲ୍ସ ଆକାଉଣ୍ଟ୍‌ରେ କେଟ୍‌ଙ୍କ ତରଫରୁ ଏକ ପୋଷ୍ଟ୍‌ ଶେୟାର କରାଯାଇଥିଲା । ଏଥିରେ କେଟ୍‌ କେମୋ ଥେରାପି ନେଉଥିବା କଥା ଲେଖିଥିଲେ । ତାଙ୍କ ଅବସ୍ଥାରେ ଉନ୍ନତି ହେଉଛି । କିନ୍ତୁ ସେ ସମ୍ପୂର୍ଣ୍ଣ ରୂପେ ବିପଦମୁକ୍ତ ନୁହଁନ୍ତି । ଚିକିତ୍ସା ସମୟରେ ଉଭୟ ଭଲ-ଖରାପ ଦିନ ଦେଖିଥିବା ସେ କହିଥିଲେ । ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୨ ତାରିଖରେ କେଟ୍‌ ଭିଡିଓ ମେସେଜ୍‌ ଜାରି କରି କର୍କଟ ରୋଗ ବିଷୟରେ ସୂଚନା ଦେଇଥିଲେ । ଗତ ଜାନୁଆରୀରେ ତାଙ୍କ ପେଟର ସର୍ଜରି ହୋଇଥିଲା । ତା’ପରଠୁ ସେ ସର୍ବସାଧାରଣରେ ନଜର ଆସିନଥିଲେ । ସେଥିପାଇଁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଗତ ଜାନୁଆରୀରେ କିଙ୍ଗ୍‌ ଚାର୍ଲସ ମଧ୍ୟ କର୍କଟରେ ପୀଡ଼ିତ ଥିବା ଖବର ସାମ୍ନାକୁ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.