ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

କର୍ଣ୍ଣାଟକ ଯୌନ କେଳେଙ୍କାରୀ ମାମଲା; ଗୁରୁବାର ଭାରତ ଫେରିବେ ପ୍ରଜ୍ଜ୍ବଳ ରେବନ୍ନା

Image source: Jagran

ବେଙ୍ଗାଲୁରୁ,୨୯/୦୫: କର୍ଣ୍ଣାଟକ ଯୌନ କେଳେଙ୍କାରୀର ମୁଖ୍ୟ ଅଭିଯୁକ୍ତ ତଥା ହାସନ ଆସନରୁ ସାଂସଦ ପ୍ରଜ୍ଜ୍ବଳ ରେବନ୍ନା ଜର୍ମାନୀର ମ୍ୟୁନିଚରୁ ବେଙ୍ଗାଲୁରୁ ଅଭିମୁଖେ ବିମାନ ବୁକ୍ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ ବୁଧବାର ସେ ବିମାନରେ ବସିବେ ଏବଂ ୩୦ କିମ୍ବା ୩୧ ମେ ରାତିରେ ବେଙ୍ଗାଲୁରୁରେ ପହଞ୍ଚିପାରନ୍ତି। ଏହା ମଧ୍ୟ କୁହାଯାଉଛି ଯେ, ଏହି ଦୁର୍ନୀତିର ଅନୁସନ୍ଧାନ କରୁଥିବା ଏସଆଇଟି ବେଙ୍ଗାଲୁରୁର କେମ୍ପେଗୌଡା ବିମାନବନ୍ଦରରେ ନଜର ରଖିଛି, ତେଣୁ ପ୍ରଜ୍ବ୍ବଳ ଅବତରଣ କରିବା ମାତ୍ରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଲୋଚନା ହେଉଛି। ପ୍ରଜ୍ଜ୍ବଲ ମେ ୨୭ ରେ ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ମେ ୩୧ ତାରିଖରେ ତଦନ୍ତ ପାଇଁ ଏସ୍‌ଆଇଟିରେ ହାଜର ହେବେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ମିଥ୍ୟା ବୋଲି କହିଛନ୍ତି।

ସେ ଭିଡିଓରେ କହିଥିଲେ ଯେ, 'ମୋର କୋର୍ଟଙ୍କ ଉପରେ ବିଶ୍ୱାସ ଅଛି। ମୋର ବିଶ୍ୱାସ ଅଛି ଯେ ମୁଁ କୋର୍ଟ ମାଧ୍ୟମରେ ମିଥ୍ୟା ମାମଲାରୁ ମୁକ୍ତି ପାଇବି।' ପ୍ରଜ୍ଜ୍ବଳଙ୍କ ବିରୋଧରେ ମହିଳାମାନଙ୍କୁ ଯୌନ ଶୋଷଣ କରିବାର ୩ ଟି ମାମଲା ରହିଛି। ଖବର ଅନୁଯାୟୀ, ୨୬ ଏପ୍ରିଲରେ ଭୋଟ୍ ଦେବା ପରେ ପ୍ରଜ୍ଜ୍ବଳ ଜର୍ମାନୀ ପଳାଇଥିଲେ। ସେ ବର୍ତ୍ତମାନର ଲୋକସଭା ନିର୍ବାଚନ ପାଇଁ ହାସନରୁ ଜେଡିଏସ୍ ପ୍ରାର୍ଥୀ ମଧ୍ୟ ଅଛନ୍ତି।

ଭାରତକୁ ଫେରିବା ନେଇ ପ୍ରଜ୍ଜ୍ବଳଙ୍କ ବିବୃତ୍ତିର ଭିଡିଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡା ଏବଂ ଜେଜେବାପାଙ୍କ ଚେତାବନୀର ତିନି ଦିନ ପରେ ଆସିଥିଲା। ଦେବ ଗୌଡା କହିଥିଲେ ଯେ ପ୍ରଜ୍ଜ୍ବଳ ଭାରତକୁ ଫେରି ତଦନ୍ତ ସାମ୍ନା କରିବା ଉଚିତ। ଏହି ଘଟଣାର ଅନୁସନ୍ଧାନରେ ଆମ ପରିବାରରୁ କୌଣସି ହସ୍ତକ୍ଷେପ ହେବ ନାହିଁ। ଦେବଗୌଡା କହିଥିଲେ ଯେ 'ମୁଁ ପ୍ରଜ୍ଜ୍ବଳଙ୍କୁ ଅନୁରୋଧ କରୁନାହିଁ, ବରଂ ତାଙ୍କୁ ଚେତାବନୀ ଦେଉଛି। ଯଦି ସେ ଏହି ଚେତାବନୀକୁ ଧ୍ୟାନ ନ ଦିଅନ୍ତି, ତେବେ ତାଙ୍କୁ ସମଗ୍ର ପରିବାରର ଅସନ୍ତୋଷକୁ ସହିବାକୁ ପଡ଼ିବ। ଯଦି ସେ ମୋ ପ୍ରତି ସମ୍ମାନ କରନ୍ତି ତେବେ ସେ ତୁରନ୍ତ ଫେରିବା ଉଚିତ୍।'

ପ୍ରଜ୍ବଳ ରେବନ୍ନାଙ୍କ ନାଁର; ତାଙ୍କ ଘରେ କାମ କରୁଥିବା ଜଣେ ମହିଳାଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା। ଏପ୍ରିଲ୍ ୨୬ ରେ, ବେଙ୍ଗାଲୁରୁର ସର୍ବସାଧାରଣ ସ୍ଥାନରେ ଅନେକ ପେନ୍ ଡ୍ରାଇଭ୍ ପଡ଼ିଥିବା ଦେଖିବାକୁ ମିଳିଥିଲା। ପେନ୍ ଡ୍ରାଇଭରେ ୩ ରୁ ୫ ହଜାର ଭିଡିଓ ଥିବା ଦାବି କରାଯାଇଥିଲା ଯେଉଁଥିରେ ପ୍ରଜ୍ବଳ ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିବାର ଦେଖିବାକୁ ମିଳିଥିଲା।ମହିଳାମାନଙ୍କ ଚେହେରା ସ୍ପଷ୍ଟ ଦେଖିବାକୁ ମିଳୁଥିଲା। ତେବେ ଏହି ମାମଲା ବଢ଼ିବା ସହ ରାଜ୍ୟ ସରକାର ଏକ ଏସଆଇଟି ଗଠନ କରିଥିଲେ। ଦୁଷ୍କର୍ମ, ନିର୍ଯାତନା, ବ୍ଲାକମେଲିଂ ଏବଂ ଧମକ ଅଭିଯୋଗ ସମେତ ପ୍ରଜ୍ଜ୍ବଳଙ୍କ ବିରୋଧରେ ତିନୋଟି ଏତଲା ପଞ୍ଜିକୃତ ହୋଇଥିଲା। 

ଅନୁସନ୍ଧାନରେ ଏସଆଇଟି ପ୍ରକାଶ କରିଛି ଯେ ପ୍ରଜ୍ଜ୍ବଳ ୫୦ ରୁ ଅଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୨୨ ବର୍ଷରୁ ୬୧ ବର୍ଷ ବୟସର ମହିଳାମାନେ ଅଛନ୍ତି। ୫୦ ଜଣ ମହିଳାଙ୍କ ମଧ୍ୟରୁ ପ୍ରାୟ ୧୨ ଜଣଙ୍କୁ ଦୁଷ୍କର୍ମ କରାଯାଇଥିବା ବେଳେ ଅବଶିଷ୍ଟ ମହିଳାମାନଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ଯୌନ ସମ୍ପର୍କ ରଖାଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁ ମହିଳା ମାନଙ୍କୁ ପ୍ରଜ୍ଜ୍ବଳ ଦୁଷ୍କର୍ମ କରିଥିଲେ, ସେମାନଙ୍କ ମଧ୍ୟ କିଏ ପୁଲିସ କନେଷ୍ଟବଳ ତ ଆଉ କିଏ ତହସିଲ ଅଫିସ ଭଳି ସରକାରୀ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.