ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ତିରୁପତି ଲଡୁ ବିବାଦ: କର୍ଣ୍ଣାଟକର ୩୪ ହଜାର ମନ୍ଦିରରେ ବ୍ୟବହାର ହେବ କେବଳ ନନ୍ଦିନୀ ଘିଅ

Image Courtesy: ndtv

ନୂଆଦିଲ୍ଲୀ: ତିରୁପତି ମନ୍ଦିରରେ ମିଳୁଥିବା ଲଡୁରେ ପଶୁ ଚର୍ବି ମିଶୁଥିବା ନେଇ ଅଭିଯୋଗ ପରେ କର୍ଣ୍ଣାଟକ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ୩୪ ହଜାର ମନ୍ଦିରରେ ତିଆରି ହେଉଥିବା ପ୍ରସାଦ ‘ନନ୍ଦିନୀ ଘିଅ’ରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ଣ୍ଣାଟକ ସରକାର ଏଥିପାଇଁ ଶୁକ୍ରବାର ମାର୍ଗଦର୍ଶିକା ଜାରି କରିଛନ୍ତି । କର୍ଣ୍ଣାଟକ ମିଲ୍କ ଫେଡରେସନ (କେଏମଏଫ)ଦ୍ବାରା ତିଆରି ହେଉଥିବା ନନ୍ଦିନୀ ଘଅ ବ୍ୟବହାର କରିବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । 

ମନ୍ଦିରର ପ୍ରସାଦ ସହିତ ଦୀପରେ ମଧ୍ୟ ଏହି ଘଅ ବ୍ୟବହାର କରିବାକୁ କୁହାଯାଇଛି । ଏପରିକି ପ୍ରସାଦର ମାନରେ ସାଲିସ ନକରିବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ଦେବୋତ୍ତର ବିଭାଗ ଅଧୀନରେ ଆସୁଥିବା ସମସ୍ତ ମନ୍ଦିରରେ କେବଳ ନନ୍ଦିନୀ ଘଅ ବ୍ୟବହାର କରାଯିବ ।

ତିରୁପତିର ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି) ଦ୍ବାରା ପରିଚାଳିତ ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରର ଲଡୁ ପଶୁ ଚର୍ବିରେ ତିଆରି ହେଉଥିବା ନେଇ ଅଭିଯୋଗ ଆସିବା ପରେ କର୍ଣ୍ଣାଟକ ସରକାର ରାଜ୍ୟର ମନ୍ଦିରଗୁଡ଼ିକ ଲାଗି ଏଭଳି ମାର୍ଗଦର୍ଶିକା ଜାରି କରିଛନ୍ତି । 

ଚଳିତ ସପ୍ତାହରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ଲଡୁରେ ପଶୁ ଚର୍ବି ମିଶୁଥିବା ନେଇ ଅଭିଯୋଗ କରିବା ପରେ ବିବାଦ ଉଗ୍ର ରୂପ ଧାରଣ କରିଛି । ସେପଟେ ଗୁଜରାଟର ଏକ ଘରୋଇ ଲ୍ୟାବରେ ଲଡୁ ପରୀକ୍ଷା କରାଯାଇଥିଲା । ଏଥିରେ ଗୋରୁ ଚର୍ବୀ, ମାଛ ତେଲ ଆଦି ମିଶୁଥିବା ଜଣାପଡ଼ିଛି।  ଲଡୁ ବିବାଦ ତୀବ୍ର ହେବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ରାଜ୍ୟ ସରକାରଙ୍କ ପାଖରୁ ସବିଶେଷ ରିପୋର୍ଟ ମାଗିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.