ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଏୟାର ମାର୍ଶଲ ଅମର ପ୍ରୀତ ସିଂହ ଆଗାମୀ ବାୟୁସେନା ମୁଖ୍ୟ, ବିବେକ ରାମ ଚୌଧୁରୀଙ୍କ ସ୍ଥାନରେ ନେବେ ଦାୟିତ୍ବ

ନୂଆଦିଲ୍ଲୀ,୨୧।୯: ଆଗାମୀ ବାୟୁସେନା ମୁଖ୍ୟ ହେବେ ଏୟାର ମାର୍ଶଲ ଅମର ପ୍ରୀତ ସିଂହ। ଏୟାର ମାର୍ଶଲ ଅମର ପ୍ରୀତ ସିଂହ ବର୍ତ୍ତମାନ ବାୟୁସେନାର ଉପ-ମୁଖ୍ୟ ରୂପରେ କାର୍ଯ୍ୟରତ। ସେ ୩୦ ସେପ୍ଟେମ୍ବର ୨୦୨୪ ମଧ୍ୟାହ୍ନରୁ ଆଗାମୀ ବାୟୁସେନା ମୁଖ୍ୟ ଭାବରେ ଏୟାର ଚିଫ୍ ମାର୍ଶଲ ପଦଭାର ଗ୍ରହଣ କରିବେ। ବର୍ତ୍ତମାନ ବାୟୁସେନା ମୁଖ୍ୟ ଏୟାରଚିଫ୍ ମାର୍ଶଲ ବିବେକ ରାମ ଚୌଧୁରୀ ୩୦ ସେପ୍ଟେମ୍ବର ୨୦୨୪ରେ ପଦମୁକ୍ତ ହେଉଛନ୍ତି।

ଏୟାର ମାର୍ଶଲ ଅମର ପ୍ରୀତ ସିଂହଙ୍କ ଜନ୍ମ ୨୭ ଅକ୍ଟୋବର ୧୯୬୪ ରେ ହୋଇଥିଲା। ତାଙ୍କୁ ଡିସେମ୍ବର ୧୯୮୪ରେ ଭାରତୀୟ ବାୟୁସେନାର ଫାଇଟର ପାଇଲଟ୍ ଷ୍ଟ୍ରୀମ୍‌ରେ ସାମିଲ କରାଯାଇଥିଲା। ପ୍ରାୟ ୪୦ ବର୍ଷର ନିଜର ଲମ୍ବା ଓ ପ୍ରତିଷ୍ଠିତ ସେବା ବେଳେ ସେ ବହୁ କମାଣ୍ଡ, ଷ୍ଟାଫ୍ , ଇନଷ୍ଟ୍ରକସନାଲ ପଦବୀରେ କାମ କରିଛନ୍ତି। ସେ ବିଦେଶରେ ମଧ୍ୟ ବାୟୁସେନା ପାଇଁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିଛନ୍ତି।

ଏୟାର ମାର୍ଶଲ ଅମର ପ୍ରୀତ ସିଂହ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ, ପ୍ରତିରକ୍ଷା ସେବା ଷ୍ଟାଫ୍ କଲେଜ ଓ ରାଷ୍ଟ୍ରୀୟ ପ୍ରତିରକ୍ଷା କଲେଜର ପୂର୍ବତନ ଛାତ୍ର ରହିଛନ୍ତି। ସେ ଜଣେ ଦକ୍ଷ ପାଇଲଟ ମଧ୍ୟ। ତାଙ୍କ ପାଖରେ ଫିକ୍ସଡ ଓ ରୋଟରୀ ଓ୍ବିଙ୍ଗ ବିମାନରେ ୫୦୦୦ ଘଣ୍ଟାରୁ ଅଧିକ ଉଡାଣର ଅନୁଭବ ରହିଛି।

ନିଜ କ୍ୟାରିୟରରେ ଏୟାର ମାର୍ଶଲ ଅମରପ୍ରୀତ ସିଂହ ଅପରେସନାଲ ଫାଇଟର ସ୍କ୍ବ୍ରାଡନ୍ ଓ ଫ୍ରଣ୍ଟଲାଇନ୍ ଏୟାର ବେସ୍‌ର ଦାୟିତ୍ବ ଗ୍ରହଣ କରିସାରିଛନ୍ତି। ପାଇଲଟ୍‌ ରୂପରେ ସେ ମସ୍କୋ, ଋଷରେ ମିଗ୍-୨୯ ଅପଗ୍ରେଡ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଟିମ୍‌ର ନେତୃତ୍ବ ନେଇଥିଲେ। ସେ ରାଷ୍ଟ୍ରୀୟ ଉଡାଣ ପରୀକ୍ଷଣ କେନ୍ଦ୍ରରେ ପ୍ରୋଜେକ୍ଟ ନିର୍ଦେଶକ ମଧ୍ୟ ଥିଲେ। ତାଙ୍କୁ ଲାଇଟ୍ କମ୍ବାଟ ଏୟାରକ୍ରାଫ୍ଟ ତେଜସ୍ ଉଡାଣର ପରୀକ୍ଷଣ କାମ ଦିଆଯାଇଥିଲା।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.