ଅହମ୍ମଦାବାଦ : ତିରୁପତି ମନ୍ଦିରରେ ଲଡୁ ତିଆରିରେ ବ୍ୟବହୃତ ଖରାପ ମାନର ଘିଅ ‘ଅମୂଲ’ ବ୍ରାଣ୍ଡର ବୋଲି ଗୁଜବ ପ୍ରଚାର ହୋଇଥିଲା। ଏହି ଅଭିଯୋଗରେ ୭ ଜଣ ଲୋକଙ୍କ ବିରୋଧରେ ଆକ୍ସନ ନିଆଯାଇଛି। ପୁଲିସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସର ୭ ୟୁଜରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି।
କହି ରଖୁଛୁ କି , ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଦାବି କରିଥିଲେ ଯେ, ରାଜ୍ୟରେ ଗତ ସରକାର ସମୟରେ ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଲଡୁ ତିଆରିରେ ପଶୁ ଚର୍ବି ବ୍ୟବହାର କରାଯାଇ ଥିଲା। ଏହି ବୟାନ ପରେ ବଡ଼ ରାଜନୀତିକ ବିବାଦ ସୃଷ୍ଟି ହୋଇଛି।
ଆନନ୍ଦ ସ୍ଥିତ ଗୁଜରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘ (ଜିସିଏମଏମଏଫ୍) ମନ୍ଦିରର ପ୍ରବନ୍ଧନ କାର୍ଯ୍ୟାଳୟ ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି)କୁ ଘିଅ ସପ୍ଲାଇ କରାଯାଇ ନଥିବା କହିଛି। କହି ରଖୁଛୁ କି , ଜିସିଏମଏମଏଫ୍ ‘ଅମୂଲ’ ବ୍ରାଣ୍ଡରେ ଦୁଗ୍ଧ ତଥା ଡାଏରୀ ଉତ୍ପାଦ ଆଦିକୁ ବିକ୍ରୟ କରିଥାଏ।
ସାଇବର ଅପରାଧ ଥାନାର ଜଣେ ଅଧିକାରୀ କହିଛନ୍ତି ଯେ , ଏଫଆଇଆର ମୁତାବିକ , ୭ ଜଣ ଏକ୍ସ ୟୁଜର ଜିସିଏମଏମଏଫ୍ର ପ୍ରତିଷ୍ଠାରେ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଭୁଲ୍ ସୂଚନା ପ୍ରସାର କରିଛନ୍ତି ଯେ , ତିରୁପତି ବାଲାଜୀ ମନ୍ଦିରରେ ଲଡୁ ତିଆରିରେ ବ୍ୟବହାର ହେଉଥିବା ପଶୁ ଚର୍ବିରେ ମିଳିଥିବା ଘିଅ ଅମୂଲ ବ୍ରାଣ୍ଡର ଥିଲା। ଯାହାକୁ ପରେ ତିରୁପତି ମନ୍ଦିରରେ ପ୍ରସାଦ ଭାବେ ବଣ୍ଟା ଯାଇଛି। ଏଥିରେ ସମବାୟ ସଙ୍ଗଠନର ପ୍ରତିଷ୍ଠାରେ କ୍ଷତି ପହଞ୍ଚିଛି। ଏହି ଏଫଆଇଆର ଅହମ୍ମଦାବାଦ ସାଇବର ଅପରାଧ ଥାନାରେ ରୁଜୁ କରାଯାଇଛି।
ଅପରାଧିଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୩୩୬ (୪) ( କୌଣସି ପକ୍ଷର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବାର ଉଦ୍ଦେଶ୍ୟରେ ଷଡ଼ଯନ୍ତ୍ର) ଓ ୧୯୬ (୧) (ଏ) ( ଧର୍ମ , ଜାତି ଆଦି ଆଧାରରେ ଶତ୍ରୁତା ବୃଦ୍ଧି କରିବା ) ଅନୁସାରେ ଅଭିଯୋଗ ହୋଇଛି।